Fastest Trains in the World: ଜାଣିଛନ୍ତି କି ବିଶ୍ୱର ୧୦ ହାଇସ୍ପିଡ଼ ବୁଲେଟ ଟ୍ରେନ କେଉଁ ଦେଶରେ ଦୌଡ଼ୁଛି

Jun 14, 2023, 10:09 AM IST

Prabhudatta Moharana

ବିଗତ ଏକ ଦଶନ୍ଧି ମଧ୍ୟରେ ଚୀନର ରେଲ ନେଟଓ୍ୱାର୍କ ବିଶ୍ୱରେ ସବୁଠାରୁ ଦ୍ରୁତ ବେଗରୁ ଉନ୍ନତି କରୁଛି। 

ବିଶ୍ୱରେ ଦୌଡ଼ୁଥିବା ବୁଲେଟ ଟ୍ରେନ ଗୁଡ଼ିକର ସ୍ପିଡ ବେଶ ଅଧିକ ରହିଥାଏ। ଘଣ୍ଟାକର ରାସ୍ତାକୁ ଆଖି ପିଛୁଳାକେ ଅତିକ୍ରମ କରିଥାଏ। 

ଦୀର୍ଘ ଦିନରୁ ବୁଲେଟ ଟ୍ରେନକୁ ଅପେକ୍ଷା କରିଛନ୍ତି ଭାରତବାସୀ।

ଦେଶରେ ଯେଉଁ ବୁଲେଟ ଟ୍ରେନ ଚାଲିବ, ତାହାର ସ୍ପିଡ଼ ଘଣ୍ଟା ପ୍ରତି ୨୫୦ କିଲୋମିଟର ରହିବ ବୋଲି ସୂଚନା ରହିଛି। 

ଏହି ବୁଲେଟ ଟ୍ରେନର ସର୍ବାଧିକ ସ୍ପିଡ଼ ରହିଛି ଘଣ୍ଟାପ୍ରତି ୪୬୦ କିଲୋମିଟର। ଏହା ୩୦ କିଲୋମିଟର ରାସ୍ତାକୁ ମାତ୍ର ୭ ମିନିଟରେ ଅତିକ୍ରମ କରିଥାଏ। ଏହାର ପରିଚାଳନା ଚୁମ୍ବକୀୟ ଶକ୍ତି ଦ୍ୱାରା ନିୟନ୍ତ୍ରଣ କରାଯାଇଥାଏ। 

CR400 Fuxing: ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଚୀନର ଏହି ବୁଲେଟ ଟ୍ରେନ। ଏହାର ସର୍ବାଧିକ ସ୍ପିଡ଼ ୩୫୦ କିଲୋମିଟର ରହିଛି। 

ICE3: ଏହା ଜର୍ମାନୀର ଦ୍ରୁତତମ ବୁଲେଟ ଟ୍ରେନ। ଯଦିଓ ଏହି ସ୍ପିଡ଼ ଟ୍ରେନ ବିଳମ୍ବରେ ଚାଲୁଥିବା ସମୟରେ ଏହି ସ୍ପିଡକୁ ଛୁଇଁଥାଏ। 

TGV: ଫ୍ରାନ୍ସର ଏହି ଟ୍ରେନର ସର୍ବାଧିକ ସ୍ପିଡ଼ ଘଣ୍ଟା ପ୍ରତି ୩୨୦ କିଲୋମିଟର ରହିଛି। ଯଦିଓ ଏହି ଟ୍ରେନ ୫୭୪ କିଲୋମିଟ ବେଗରେ ଗତି କରିବାର କ୍ଷମତା ରଖିଛି। 

JR East E5: ଜାପାନ ମାଟିରେ ଦୌଡ଼ୁଥିବା ଏହି ବୁଲେଟ ଟ୍ରେନର ଗତି ଘଣ୍ଟା ପ୍ରତି ୩୨୦ କିଲୋମିଟ ରହିଛି।

AI Boraq: ମରକ୍କୋର ଏହି ଟ୍ରେନ ସର୍ବାଧିକ ଘଣ୍ଟାପ୍ରତି ୩୨୦ କିଲୋମିଟର ବେଗରେ ଦୌଡ଼ି ପାରେ। 

AI Boraq: ମରକ୍କୋର ଏହି ଟ୍ରେନ ସର୍ବାଧିକ ଘଣ୍ଟାପ୍ରତି ୩୨୦ କିଲୋମିଟର ବେଗରେ ଦୌଡ଼ି ପାରେ। 

KTX: ଦକ୍ଷିଣ କୋରିଆର କେଟିଏକ୍ସ ତାଲିକାର ଅଷ୍ଟମ ସ୍ଥାନରେ ରହିଛି। ୨୦୦୪ ମସିହାରେ ଆରମ୍ଭ ହୋଇଥିବା ଏହି ଟ୍ରେନର ସର୍ବାଧିକ ସ୍ପିଡ ୩୦୫ କିଲୋମିଟର ରହିଛି। 

Trenitalia ETR 1000: ଏହା ଇଟାଲୀର ଟ୍ରେନ। ଏହା ସ୍ୱାଭାବିକ ବେଗ ହେଉଛି ଘଣ୍ଟାପ୍ରତି ୩୦୦ କିଲୋମିଟର । କିନ୍ତୁ ଏହା ଘଣ୍ଟାପ୍ରତି ୪୦୦ କିଲୋମିଟର ବେଗରେ ଦୌଡ଼ିବାର କ୍ଷମତା ରଖିଛି। 

Haramain High Speed Railway: ଦକ୍ଷିଣ କୋରିଆରେ ଦୌଡ଼ୁଥିବା ଏହି ଟ୍ରେନର ସର୍ବାଧିକ ସ୍ପିଡ଼ ଘଣ୍ଟା ପ୍ରତି ୩୦୦ କିଲୋମିଟର ରହିଛି।