ଆପଣଙ୍କ ନିକଟରେ ଦେଖା ଯାଉଛି ଏ ସବୁ ଲକ୍ଷଣ, ହୋଇପାରେ ହୃଦଘାତ

Jul 8, 2024, 08:00 PM IST

Prabhudatta Moharana

ଥକାପଣ: ହାର୍ଟ ବ୍ଲକେଜ ହେବାର ମୁଖ୍ୟ କାରଣ ହେଉଛି ରାତିରେ ଆପଣଙ୍କୁ ଥକାପଣ ଲାଗିବା। ଆପଣଙ୍କୁ ଯଦି ବହୁମାତ୍ରାରେ ଥକାପଣ ଲାଗୁଥାଏ ତେବେ ଏହା ହୃଦଘାତ କିମ୍ବା ହୃଦ ସମସ୍ୟାର ଲକ୍ଷଣ ହୋଇପାରେ। 

ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେବା: ନିଶ୍ୱାସ ପ୍ରଶ୍ୱାସ ନେବାରେ ଯଦି ସମସ୍ୟା ଭୋଗୁଥାନ୍ତି ତେବେ ହାର୍ଟ ବ୍ଲକେଜ ବା ହୃଦ ଘାତ ହେବାର ସମ୍ଭାବନା ରହିଥାଏ। 

ଦାନ୍ତ ମାଢି ଯଦି ଅତ୍ୟଧିକ ଯନ୍ତ୍ରଣା ହେବା: ସକାଳ ସମୟରେ ଯଦି ଆପଣଙ୍କ ମାଢି ଅତ୍ୟଧିକ ଯନ୍ତ୍ରଣା କରୁଥାଏ ତେବେ ଆପଣଙ୍କୁ ହୃଦଘାତ ହେବାର ସମ୍ଭାବନା ରହିଛି। 

ହଜମ ପ୍ରକ୍ରିୟା ସମସ୍ୟା ଦେଖାଦେବା: ବାନ୍ତି, ପେଟରେ ଯନ୍ତ୍ରଣା କିମ୍ବା ମୁଣ୍ଡ ବୁଲାଇବା ଭଳି ସମସ୍ୟା ଦେଖାଦେଉଥିଲେ ଜାଣିନେବେ ଯେ ଏହା ଆପଣଙ୍କର ହଜମ ପ୍ରକ୍ରିୟା ସମସ୍ୟା ରହିଛି। ଆମ୍ବିଳା ହାକୁଡି, ଛାତିରେ ପୋଡାଜଳା ହେବା ଭଳି ସମସ୍ୟା ଦେଖାଦେଉଥିଲେ ତାହା ମଧ୍ୟ ହୃଦଘାତର ସମ୍ମୁଖନ ହୋଇପାରନ୍ତି। 

ପାଦ ଫୁଲିବା: ଆପଣଙ୍କ ହୃଦ ଜନିତ ସମସ୍ୟା ଦେଖାଦେଲେ ରକ୍ତ ପ୍ରବାହରେ ସମସ୍ୟା ଦେଖା ଦେଇପାରେ।  ସୂଚନା- ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ, ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ