Jaya Kishori: ଏମିତି ଫିଟ୍ ରୁହନ୍ତି ଜୟା କିଶୋରୀ, ଜାଣନ୍ତୁ ତାଙ୍କ୍ ଡାଏଟ୍ ପ୍ଲାନ୍ ବିଷୟରେ...

Jun 24, 2023, 12:12 PM IST

Narmada Behera

ପ୍ରବଚିକା ଜୟା କିଶୋରୀ  ,ତାଙ୍କୁ କିଏ ବା ନାଣେ।

ପ୍ରେରଣାଦାୟୀ ବକ୍ତା ଜୟା କିଶୋରୀ ଖୁବ୍ କମ୍ ସମୟ ମଧ୍ୟରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି।

ତାଙ୍କ ସୌନ୍ଦର୍ଯ୍ୟକୁ ନେଇ ଅନେକ ସମୟରେ ସେ ଚର୍ଚ୍ଚାରେ ଥାଆନ୍ତି । 

ଜୟା କିଶୋରୀ ନିଜ ସ୍ବାସ୍ଥ୍ୟକୁ ନେଇ ବେଶ  ଯତ୍ନବାନ୍ ରୁହନ୍ତି। 

ପ୍ରତିଦିନ ସକାଳେ ସେ ବ୍ୟାୟାମ୍ ଓ ଯୋଗ କରନ୍ତି। 

ସେ  ଶସ୍ୟ,ଫଳ ଓ ସବୁଜ ପନିପରିବା ଯୁକ୍ତ ଖାଦ୍ୟ ଖାଇବାକୁ ଭଲ ପାଆନ୍ତି।

ତେଲ, ମସଲା ଯୁକ୍ତ ଖାଦ୍ୟ ଖାଇବାକୁ ସେ ପସନ୍ଦ କରନ୍ତି ନାହିଁ । 

ସେ ପ୍ରଚୁର ପରିମାଣରେ ପାଣି ପିଅନ୍ତି, ଯାହା ଫଳରେ ତାଙ୍କ ତ୍ବଚାରେ ଉଜ୍ଜଳତା ସବୁବେଳେ ରହିଥାଏ।

ପ୍ରତିଦିନ ସେ ୭ରୁ ୯ ଘଣ୍ଟା ଶୁଅନ୍ତି।  

କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ଜୟା କିଶୋରୀଙ୍କର ଅନେକ ପ୍ରଂଶସକ ଅଛନ୍ତି।