ଏମବିଏ ଛାଡ଼ି ଚା’ ବ୍ୟବସାୟ ଆରମ୍ଭ କରିଥିବା ପ୍ରଫୁଲ୍ଲ ବିଲୋରେ ‘MBA ଚା’ ବାଲା’ ଫ୍ରାଞ୍ଚଇଜ୍ ବଳରେ ୨୪ କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇପାରଛନ୍ତି ।
ଇନ୍ଦୋର ଗର୍ଲ କଲେଜରୁ ନିଜର ଚା’ ବ୍ୟବସାୟ ଆରମ୍ଭ କରିଥିବା ଅନୁଭବ ଦୁବେଙ୍କ ଆଉଟଲେଟ୍ ‘ଚା ସୁଟା ବାର’ ଏବେ ଭାରତ ସମେତ ବିଦେଶରେ ମଧ୍ଯ ବେଶ ପ୍ରସିଦ୍ଧ ଅଟେ ।
ଅନୁଭବଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୧୦ କୋଟି ଟଙ୍କା ଅଟେ ।
‘ଗ୍ରାଜୁଏଟ ଚାଏ ବାଲି’ ଭାବେ ପ୍ରସିଦ୍ଧ ପ୍ରିୟଙ୍କା ଗୁପ୍ତାଙ୍କୁ ଗ୍ରାଜୁଏସନ୍ ପରେ ସରକାରୀ ଚାକିରୀ ନ ମିଳିବାରୁ ସେ ଏହି ବ୍ୟବସାୟରେ ପାଦ ଦେଇଥିଲେ ।
ସେ ବିଗତ ୩ ବର୍ଷ ଭିତରେ ୭ରୁ ୮ଟି କାଉଣ୍ଟର ଖୋଲିସାରିଛନ୍ତି । ଯେଉଁଥିରୁ ସେ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ।
ନବନାଥ ୟେୱଲ ଲୋକପ୍ରିୟ ‘ୟେୱଲ ଚା ହାଉସ’ର ସହ-ପ୍ରତିଷ୍ଠାତା ଅଟନ୍ତି । “କୁଲହଡ଼ ଚା’ ପାଇଁ ଏହା ପ୍ରସିଦ୍ଧି ଲାଭ କରିଛି । ଭଲ ଅଫର୍ ଓ ସୁଲଭ ମୂଲ୍ୟ ଯୋଗୁଁ ଏହା ଶୀଘ୍ର ଲୋକପ୍ରିୟତା ହାସଲ କରିଛି ।