ବିଶ୍ୱ ପଖାଳ ଦିବସ: ଆତ୍ମତୃପ୍ତି ଦିଏ ପଖାଳ କଂସା

Mar 20, 2024, 11:49 AM IST

Narmada Behera

ଆଜି ହେଉଛି ବିଶ୍ୱ ପଖାଳ ଦିବସ।

ପ୍ରତି ଓଡ଼ିଆଙ୍କ ପରିଚୟ ହେଇଛି ପଖାଳ। 

ଓଡି଼ଶାର ପାରମ୍ପାରିକ ଖାଦ୍ୟ ହେଉଛି ପଖାଳ।

ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ବ ପଖାଳ ଦିବସ ଭାବେ ପାଳନ କରାଯାଏ। 

ପଖାଳ ଶବ୍ଦ 'ପାଲି' ଭାଷା ପଖାଳିବାରୁ ଆସିଛି, ଯାହାର ଅର୍ଥ ଧୋଇବା ।

ଗରମ ଭାତ ଥଣ୍ଡା ହେବା ପରେ ତାକୁ ଧୋଇ ସେଥିରେ ପାଣି ମିଶାଇ ତିଆରି କରାଯାଉଥିବାରୁ ଏହାର ଏପରି ନାମକରଣ ହୋଇଛି। 

ବିଭିନ୍ନ ରାଜ୍ୟରେ ପଖାଳକୁ ଭିନ୍ନ ଭିନ୍ନ ନାମରେ ସମ୍ଭୋଧନ କରାଯାଇଥାଏ।

ଆସାମରେ ଏହାକୁ ପୋଇତାଭାତ, ଛତିଶଗଡରେ ପଖାଳ ବା ବୋରେ ଭାତ ବୋଲି କୁହାଯାଏ।

ପଶ୍ଚିମବଙ୍ଗରେ ପାନ୍ତା ଭାତ, ତାମିଲନାଡୁରେ ବଖାଳବାତ କୁହାଯାଇଥାଏ।

ବିଶେଷକରି ୨୦୧୧ରେ ପଖାଳ ଦିବସ ପାଳନ ଆରମ୍ଭ ହେବାଠାରୁ , ଯୁବପିଢିଙ୍କ ମଧ୍ୟରେ ପଖାଳର କ୍ରେଜ୍‌ ବେଶ୍‌ ଅଧିକ ଦେଖିବାକୁ ମିଳୁଛି।