ପରେ ଏକ ରୁମାଲରେ ନିଜ ମନ କଥା ଲେଖି ହୋଟେଲ କର୍ମଚାରୀଙ୍କୁ ଦେଇଥିଲେ।
ସେହି ରୁମାଲକୁ ସୋନିଆଙ୍କ ନିକଟରେ ପହଞ୍ଚାଇବାକୁ ହୋଟେଲ କର୍ମଚାରୀଙ୍କୁ କିଛି ଟଙ୍କା ମଧ୍ୟ ଦେଇଥିଲେ ରାଜୀବ ।
ପରେ ସୋନିଆ ରାଜୀବଙ୍କର ରୁମାଲ ମଧ୍ୟ ପାଇଥିଲେ। ଏବଂ ସେଇଠୁ ହିଁ ଆରମ୍ଭ ହୋଇଥିଲା ପ୍ରେମ ।
ପରେ ରାଜୀବ ସୋନିଆଙ୍କୁ ବିବାହ କରିବା କଥା ନିଜ ମାଆ ଇନ୍ଦିରା ଗାନ୍ଧୀଙ୍କୁ ଜଣାଇଥିଲେ।
ଇନ୍ଦିରା ମଧ୍ୟ ପୁଅର କଥାକୁ ସମ୍ମାନ ଜଣାଇଥିଲେ। ଏବଂ ସୋନିଆଙ୍କୁ ଭେଟିବା ପାଇଁ କହିଥିଲେ।
କିନ୍ତୁ ସୋନିଆଙ୍କ ପିତା ଝିଅକୁ ଏକ ରାଜନୈତିକ ପରିବାରରେ ବିବାହ କରିବାକୁ ଚାହୁଁ ନଥିଲେ ।
କିନ୍ତୁ ସୋନିଆ ନିଜ ପିତାଙ୍କ ଇଚ୍ଛା ବିରୋଧରେ ଯାଇ ଇନ୍ଦିରାଙ୍କୁ ଦେଖା କରିବା ପାଇଁ ରାଜୀବଙ୍କ ସହ ଭାରତ ଆସିଥିଲେ ।
ଇନ୍ଦିରା ଉଭୟଙ୍କ ବିବାହ ୧୯୬୮ ମସିହା, ୨୫ ଫେବୃଆରୀରେ କରାଇଥିଲେ ।