Mahaprasad: ମହାପ୍ରସାଦର ୧୦ ବିଶେଷତ୍ୱ, ଯାହା ଆପଣ ଜାଣି ନଥିବେ

Aug 28, 2023, 10:01 AM IST

Prabhudatta Moharana

ପ୍ରତିଷ୍ଠା: ପୃଥିବୀର ଏକମାତ୍ର ବୈଷ୍ଣବ କ୍ଷେତ୍ର ଯେଉଁଠାରେ ଅନ୍ନ ଭୋଗ ମହାପ୍ରସାଦ ଭାବେ ମିଳିଥାଏ। 

ଅମୁଣିଆ: ଶ୍ରୀଜୀଉଙ୍କୁ ଅର୍ପଣ ପୂର୍ବରୁ ରନ୍ଧନ ପାଇଁ କିଣା ଯାଇଥିବା ପ୍ରତିଟି ଦ୍ରବ୍ୟକୁ ଅମୁଣିଆ ଭାବେ ଗ୍ରହଣ କରାଯାଏ 

କୁଡ଼ିଆ: ଯେଉଁ ମାଟି ପାତ୍ରରେ ମହାପ୍ରସାଦ ପ୍ରସ୍ତୁତ ହୁଏ ଏବଂ ଯେଉଁଥିରେ ଅର୍ପଣ, ସମର୍ପଣ ଓ ସେବନ କରାଯାଇଥାଏ ତାହାକୁ କୁଡ଼ିଆ କୁହାଯାଏ। ଏହି କୁଡ଼ିଆ ସ୍ଥାନୀୟ ଅଞ୍ଚଳର ନିର୍ଦ୍ଧାରିତ କୁମ୍ଭକାର ପ୍ରସ୍ତୁତ କରିଥାନ୍ତି। 

ପାକ: ପାରମ୍ପରିକ କାଠ ଚୂଲି ଓ ଅହିଆରେ ପାକ ହୁଏ ଅମୁଣିଆ। ଗୋଟିକ ଉପରେ ଗୋଟିଏ କୁଡ଼ିଆ ରଖି ସ୍ୱତନ୍ତ୍ର ଭାବେ ଏକ ସମୟରେ ରନ୍ଧାଯାଏ।

ପାକ: ପାରମ୍ପରିକ କାଠ ଚୂଲି ଓ ଅହିଆରେ ପାକ ହୁଏ ଅମୁଣିଆ। ଗୋଟିକ ଉପରେ ଗୋଟିଏ କୁଡ଼ିଆ ରଖି ସ୍ୱତନ୍ତ୍ର ଭାବେ ଏକ ସମୟରେ ରନ୍ଧାଯାଏ।

ଜଳ: ରୋଷଘରେ ଥିବା ଗଙ୍ଗା ଓ ଯମୁନା କୂଅର ଜଳରେ ଜଳ ହିଁ  ପାକ ହୁଏ ପ୍ରସାଦ। 

କାଠ: ରଥ କାଠ କିମ୍ବା ଝାଉଁ କାଠ ବ୍ୟବହାର ହୋଇଥାଏ।

ଅଗ୍ନି:  ପ୍ରଥମେ ଅଗ୍ନିପୂଜା ହୋମ କରି ତହିଁରୁ ବାହାରୁଥିବା ଅଗ୍ନିଙ୍କୁ ହିଁ ଚୂଲି ଲଗାଇବା ପାଇଁ ବ୍ୟବହାର କରାଯାଏ। 

ଅଖଣ୍ଡ ଅଗ୍ନି: ଅହରାତ୍ରୀ ଜଳୁଥିବା ଅଖଣ୍ଡ ଅଗ୍ନିରୁ ହିଁ ଅଗ୍ନି କଣିକା ନେଇ ପ୍ରତିଦିନ ସକାଳେ  ପୂଜାପଣ୍ଡାଙ୍କ ଦ୍ୱାରା ହୁଏ ଅଗ୍ନି ହୋମ।

ଇଷ୍ଟ: ରୋଷଘର ଇଷ୍ଟ ହେଉଛନ୍ତି ଅଗ୍ନିଶ୍ୱର ମହାଦେବ। ରୋଷଘର ପ୍ରବେଶ ଦ୍ୱାରରେ ଅବସ୍ଥାନ କରନ୍ତି। 

ଶୋଧ: ପ୍ରତିଦିନ ରୋଷ ପରେ ରୋଷଘରକୁ ଶୋଧ ବା ପରିଷ୍କାର କରାଯାଇଥାଏ। ଦାନାଟିଏ ପୂର୍ବଦିନର ପାକ ହୋଇଥିବା ଦ୍ରବ୍ୟ ରହିଲେ ରୋଷ ବାରଣ ହୁଏ।