ଜାଣନ୍ତୁ ଭାରତର ଭୟଙ୍କର ୧୦ଟି ଟ୍ରେନ୍ ଦୁର୍ଘଟଣା ବିଷୟରେ...

Jun 3, 2023, 12:30 PM IST

Narmada Behera

୨୦୨୩, ଜୁନ୍ ୨ରେ ବାଲେଶ୍ବର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗସ୍ତ ହୋଇଛି । 

ଏଥିରେ ୨୩୩ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। 

୧୯୮୧, ଜୁନ୍ ୬ରେ ବିହାରରେ ଭାଗମତୀ ନଦୀକୁ ଟ୍ରେନ୍ ଖସି ଯିବାରୁ ୭୫୦ ଲୋକେ ପ୍ରାଣ ହରାଇଥିଲେ। 

୧୯୯୫ , ଅଗଷ୍ଟ ୨୦ରେ ୟୁପିର ଫିରୋଜାବାରେ ପୁରୁଷତ୍ତମ ଏକ୍ସପ୍ରେସ୍ ଓ କାଳିନ୍ଦି ଏକ୍ସପ୍ରେସ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ୩୦୫ ଜଣଙ୍କର ମୃତ୍ୟୁ ହୋଇଥିଲା।

୧୮୯୮,୨୬ ନଭେମ୍ବରରେ ପଞ୍ଜାବରେ ଜମ୍ମୁ ତାଓ୍ବି ସିଲଡାହା ଏକ୍ସପ୍ରେସ୍ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲା । ଫଳରେ ୨୧୨ ଜଣ ଲୋକେ ପ୍ରାଣ ହରାଇଥିଲେ।

୧୯୯୯, ଅଗଷ୍ଟ ୨ରେ  ପଶ୍ଟିମବଙ୍ଗର ଗାଇସଲରେ ଟ୍ରେନ ଦୁର୍ଘଟଣାରେ ୨୫୦ ଲୋକେ ପ୍ରାଣ ହରାଇଥିଲେ। 

୨୦୧୬, ନଭେମ୍ବର ୨୦ରେ ୟୁପିର  ପୁଖଣ୍ୟାରେ ଏକ ଧରଣର ଟ୍ରେନ ଦୁର୍ଘଟଣା ଘଟିଥିଲା । ଏଥିରେ ୧୫୨ ଲୋକେ ପ୍ରାଣ ହରାଇଥିଲେ।

୨୦୦୨, ୯ ସେପ୍ଟେମ୍ବରରେ ବିହାରର ରିଫିଗଞ୍ଜରେ  ହାଓ୍ବରା-ରାଜଧାନୀ ଏକ୍ସପ୍ରେସ ଦଓ୍ବା ନଦୀକୁ ଖସିପଡିବାରୁ ୧୪୦ ଯାତ୍ରୀଙ୍କ ଜୀବନ ଯାଇଥିଲା ।

ରାମେଶ୍ବରମରେ ବାତ୍ୟା ହେବାରୁ ୧୯୬୪, ଡିସେମ୍ବର ୨୩ରେ ପମବାନ୍ -ଧାନସୋକୋଡି ଟ୍ରେନ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲା । ଏଥିରେ ୧୨୬ ଜଣ ଯାତ୍ରୀଙ୍କ ଜୀବନ ଯାଇଥିଲା।

୨୦୧୦, ମେ ୨୮ରେ ପଶ୍ଚିମବଙ୍ଗରେ ଏକ ଟ୍ରେନ ଦୁର୍ଘଟଣାରେ ୧୪୮ ଜଣ ଯାତ୍ରୀଙ୍କ ଜୀବନ ଯାଇଥିଲା।