ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୩୫ କିମି ରହିଥିଲା ।
ରାତି ୧୦ଟା ୩୦ରୁ ୧୨ଟା ୩୦ ମଧ୍ୟରେ ଉପକୂଳ ଅତିକ୍ରମ କରିଛି ବାତ୍ୟା।
ଏହି ପ୍ରକ୍ରିୟା ପ୍ରାୟ ୪ ଘଣ୍ଟା ଧରି ଜାରି ରହିଥିଲା।
ବାତ୍ୟା ପାଇଁ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ବିଶେଷ ଭାବେ କ୍ଷୟକ୍ଷତି ହୋଇଛି।
ବାଂଲାଦେଶରେ ପ୍ରାୟ ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।
ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଗଛ ଉପୁଡି଼ବା ସହ ଘର ବି ଭାଙ୍ଗି ଯାଇଛି।
ଆଜିବି ପଶ୍ଚିମବଙ୍ଗ ଓ ବାଂଲାଦେଶରେ ଜାରି ବର୍ଷା ରହିଛି ।
ସ୍ଥଳଭାଗ ଛୁଇଁବା ପରେ ରେମାଲ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି।
ବର୍ତ୍ତମାନ ଏହା ଉତ୍ତର ଉତ୍ତର-ପୂର୍ବ ଦିଗରେ ଗତିକରିବା ସହ ପରବର୍ତ୍ତୀ ସମୟରେ ଉତ୍ତର ଦିଗରେ ଗତି କରିବ।
ଏହାସହ ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଛି ।