Sambalpuri Day: କାହା ଜନ୍ମଦିନକୁ ସମ୍ବଲପୁରୀ ଦିନ ଭାବେ ପାଳନ କରନ୍ତି ପଶ୍ଚିମ ଓଡ଼ିଶାବାସୀ ।

Aug 1, 2023, 12:16 PM IST

Payal Priyadarshini

ଆଜି  ପଶ୍ଚିମ ଓଡ଼ିଶା ପାଳୁଛି ସମ୍ବଲପୁରୀ ଦିନ 

ଆଜି ଭାଷା ସାହିତ୍ୟର ପୁରୋଧା ଗୁରୁ ସ୍ବର୍ଗତ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ଅଟେ।

ତାଙ୍କ ସ୍ମୃତି ଓ ସମ୍ବଲପୁରୀ ସଂସ୍କୃତିଙ୍କୁ ତାଙ୍କ ଅବଦାନର ସମ୍ନାନ ସ୍ବରୂପ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ଦିନ ପାଳନ ନେଇ ପଦକ୍ଷେପ ନିଆଯାଇଛି।

ଏହି ଖାସ ଦିନରେ ସମ୍ବଲପୁରୀ ଖାଇବା ସାଙ୍ଗକୁ ନାଚ ଗୀତରେ ବିଭୋର ହୋଇଥାଆନ୍ତି ପଶ୍ଚିମ ଓଡ଼ିଶାବାସୀ ।

 ଆଜି ସମ୍ବଲପୁରୀ ପାଟ ବସ୍ତ୍ର ପରିଧାନ କରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀ । 

ଖାଲି ମା' ସମ୍ବଲେଇ ନୁହେଁନ୍ତି ମନ୍ଦିରର ପାର୍ଶ୍ବ ଦେବାଦେବୀ ଓ ବାହନ ମଧ୍ଯ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଛନ୍ତି ।

ବିଭିନ୍ନ ସଂଗଠନ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ।

ଏହି ଖାସ୍ ଦିନରେ ସମସ୍ତ ସରକାରୀ କର୍ମଚାରୀଙ୍କୁ ସମ୍ବଲପୁରୀ ପୋଷାକ ପିନ୍ଧି ଅଫିସ ଆସିବାକୁ କୁହାଯାଇଛି ।

ସମ୍ବଲପୁର ସମେତ ସୋନପୁର, ରାଉଲକେଲା, ହୀରୀକୁଦ, ସୁନ୍ଦରଗଡ଼, ବଲାଙ୍ଗୀରରେ ଏହି ଦିନ ଲାଗି ଜୋରସୋର ଆୟୋଜନ ଚାଲିଛି ।