6 types of cooking oil bad for health: ଶରୀର ପାଇଁ ବିଷ ସମାନ ଏହି ୬ ପ୍ରକାରର ତେଲ, ବଢ଼ାଇଥାଏ କୋଲେଷ୍ଟ୍ରଲ
Advertisement
Article Detail0/zeeodisha/odisha1941899

6 types of cooking oil bad for health: ଶରୀର ପାଇଁ ବିଷ ସମାନ ଏହି ୬ ପ୍ରକାରର ତେଲ, ବଢ଼ାଇଥାଏ କୋଲେଷ୍ଟ୍ରଲ

  ରୋଷେଇ ପାଇଁ ତେଲ ଜରୁରୀ ।  ଏଥିରେ ଆହାର ସମ୍ବନ୍ଧୀୟ ଫ୍ୟାଟ ଥାଏ । ପ୍ରତ୍ୟେକ ଦିନ ସାଚୁରେଟେଡ଼ ଫ୍ୟାଟ ଏବଂ ଟ୍ରାନ୍ସ ଫ୍ୟାଟର ଅଧିକ ସେବନ ଦ୍ବାରା ହୃଦରୋଗ, ମୋଟାପଣ, ଫୁଲିବା ଭଲି ସମସ୍ୟା ଦେଖାଦିଏ । ପାମ୍ ତେଲ ଏବଂ ନଡ଼ିଆ ତେଲରେ ସାଚୁରେଟେଡ଼ ଫ୍ୟାଟ ଅଧିକ ଥାଏ । କିନ୍ତୁ ମକା ଏବଂ ସୋୟାବିନ

SOCIAL MEDIA

6 types of cooking oil bad for health: 

ରୋଷେଇ ପାଇଁ ତେଲ ଜରୁରୀ ।  ଏଥିରେ ଆହାର ସମ୍ବନ୍ଧୀୟ ଫ୍ୟାଟ ଥାଏ । ପ୍ରତ୍ୟେକ ଦିନ ସାଚୁରେଟେଡ଼ ଫ୍ୟାଟ ଏବଂ ଟ୍ରାନ୍ସ ଫ୍ୟାଟର ଅଧିକ ସେବନ ଦ୍ବାରା ହୃଦରୋଗ, ମୋଟାପଣ, ଫୁଲିବା ଭଲି ସମସ୍ୟା ଦେଖାଦିଏ । ପାମ୍ ତେଲ ଏବଂ ନଡ଼ିଆ ତେଲରେ ସାଚୁରେଟେଡ଼ ଫ୍ୟାଟ ଅଧିକ ଥାଏ । କିନ୍ତୁ ମକା ଏବଂ ସୋୟାବିନ ତେଲରେ ଓମେଗା-୬ ଫ୍ୟାଟ ଏସିଡ଼ ମାତ୍ରା ଅଧିକ ଥାଏ । ଭଲ ସ୍ବାସ୍ଥ୍ୟ ପାଇଁ ଅଲିଭ ଅଏଲ, ଫ୍ଲେକ୍ସ ସିଡ଼ସ ଅଏଲ, ଆଭୋକାଡ଼ୋ ଅଏଲ, ଓ୍ବାଲନଟ୍ ଅଏଲ ଏବଂ ସିସମ ଅଏଲ ଖାଇବା ଦରକାର ।

ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ତେଲର ଆବଶ୍ୟକତା । ଏବଂ ଏହା ଆହାର ସମ୍ବନ୍ଧୀୟ ଫ୍ୟାଟ ଅଟେ । ଫ୍ୟାଟ ଏକ ଆବଶ୍ୟକୀୟ ମାଇକ୍ରୋ ନ୍ୟୁଟ୍ରିଏଣ୍ଟ । ଯାହା ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ । ବିଭିନ୍ନ ପ୍ରକାରର ତେଲ ରହିଛି । କେଉଁଟି ସ୍ବାସ୍ଥ୍ୟ ପାଇଁ ଭଲ ତ କେଉଁଟି ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୁଏ । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ପ୍ରତ୍ୟେକ ଦିନ ବ୍ୟବହୃତ ହେଉଥିବା କିଛି ତେଲରେ ସେଚୁରେଟଡ଼ ଫ୍ୟାଟ ଏବଂ ଟ୍ରାନ୍ସ ଫ୍ୟାଟ ରହିଛି । ଏହି ଦୁଇ ପ୍ରକାରର ଫ୍ୟାଟ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହାକୁ ଅଧିକ ଖାଇବା ଦ୍ବାରା ହୃଦୟ ସମ୍ବନ୍ଧିତ ରୋଗ, ମୋଟାପଣ ଏବଂ ଫୁଲିବା ଭଳି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର ଆଶଙ୍କା ରହିଛି ।

ପୂର୍ବରୁ ଲୋକମାନେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ନଡ଼ିଆ ଏବଂ ସୋରିଷ ତେଲର ବ୍ୟବହାର କରୁଥିଲେ । କିନ୍ତୁ ବର୍ତ୍ତମାନ ବିଭିନ୍ନ ପ୍ରକାରର ତେଲ ବ୍ୟବହାର କରାଯାଉଛି । କୁହାଯାଉଛି ଯେ ଏସବୁ ସ୍ବାସ୍ଥ୍ୟ ପାଇଁ ଭଲ । ବାସ୍ତବରେ ସବୁ ପ୍ରକାରର ତେଲ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଠିକ୍ ନୁହେଁ । ତେବେ ଆସନ୍ତୁ ଜାଣିବା ଏମିତି କିଛି ତେଲ ବାବଦରେ ଯାହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ ।

ପାମ ଅଏଲ:

ପାମ ଅଏଲରେ ସାଚୁରେଟେଡ଼ ଫ୍ୟାଟ ଅଧିକ ଥାଏ । ଯାହା ଏଲଡ଼ିଏଲ କୋଲେଷ୍ଟ୍ରଲର ସ୍ତରକୁ ବଢ଼ାଇବା ସହ ହୃଦରୋଗର ଆଶଙ୍କାକୁ ବଢ଼ାଇଥାଏ ।

ନଡ଼ିଆ ତେଲ:

ନଡ଼ିଆ ତେଲରେ ମଧ୍ୟ ସେଚୁରେଟଡ଼ ଫ୍ୟାଟ ଅଧିକ ଥାଏ । ଏଥିରେ ଏମସିଟି ଅଧିକ ଥାଏ । ଯାହାଦ୍ବାରା କିଛି ମାତ୍ରାରେ ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥାଏ । ଏହା ଏଲଡ଼ିଏଲ କୋଲେଷ୍ଟ୍ରଲ ସ୍ତରକୁ ବଢ଼ାଇବା ସହ ହୃଦରୋଗ ସୃଷ୍ଟି କରିପାରେ ।

ମକା ତେଲ:

ମକା ତେଲରେ ଓମେଗା-୬ ଫ୍ୟାଟି ଏସିଡ଼୍ ଅଧିକ ପରିମାଣରେ ଥାଏ । ଯାହା ଅଧିକ ମାତ୍ରାରେ ସେବନ କରିବା ଦ୍ବାରା ଶରୀର ଫୁଲିଥାଏ । ହେଲେ ଓମେଗା-୬ ଫ୍ୟାଟି ଏସିଡ଼୍ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ । ଏହା ସେବନ କରିବା ଦ୍ବାରା ଶରୀରରେ ଫୁଲା ଆସିବା ସହ ପୁରୁଣା ଜଖମ ସୃଷ୍ଟି ହୋଇପାରେ ।

ସୋୟାବିନ ତେଲ:

ମକା ତେଲ ଭଲି ସୋୟାବିନ ତେଲରେ ମଧ୍ୟ ଓମେଗା-୬ ଫ୍ୟାଟି ଏସିଡ଼ର ମାତ୍ରା ଅଧିକ ଥାଏ । ଏବଂ ଅଧିକ ମାତ୍ରାରେ ସେବନ କରିବା ଦ୍ବାରା ମଧ୍ୟ ଶରୀରର ଅଧିକ ଫୁଲିବାକୁ ଲାଗେ । ଭଲ ସ୍ବାସ୍ଥ୍ୟ ପାଇଁ ଓମେଗା-୬ ଏବଂ ଓମେଗା-୩  ଫ୍ୟାଟି ଏସିଡ଼  ସେବନ ମଧ୍ୟରେ ସନ୍ତୁଳନ ରଖିବା ଆବଶ୍ୟକ ।

ଭେଜିଟେବଲ୍ ଅଏଲ୍:

ସୋୟାବିନ, କର୍ଣ୍ଣ, ଏବଂ ସନଫ୍ଲାଓ୍ବାର ତେଲର ମିଶ୍ରଣରେ ଭେଜିଟେବଲ୍ ଅଏଲ୍ ପ୍ରସ୍ତୁତ କରାଯାଏ । ଏଥିରେ ମଧ୍ୟ ଅଧିକ ମାତ୍ରାରେ ଓମେଗା-୬ ଫ୍ୟାଟି ଏସିଡ଼ ଥାଏ । ଫଳରେ ଅଧିକ ବ୍ୟବହାର ଦ୍ବାରା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ।

ସୂର୍ଯ୍ୟମୂଖୀ ତେଲ(ସନ୍ ଫ୍ଲାଓ୍ବାର ଅଏଲ):

ଏଥିରେ ଓମେଗା-୬ ଫ୍ୟାଟି ଏସିଡ଼ ଅଧିକ ଥାଏ କିନ୍ତୁ ସେଚୁରେଟେଡ଼ ଫ୍ୟାଟ କମ୍ ଥାଏ ।

ରୋଷେଇ ପାଇଁ ଭଲ ତେଲ:

ବିଶେଷଜ୍ଞଙ୍କ ମତ ଅନୁଯାୟୀ ଅଲିଭ୍ ଅଏଲ, ଫ୍ଲେକ୍ସ ସିଡ଼ସ ଅଏଲ, ଆଭୋକାଡ଼ୋ ଅଏଲ, ସିସମ ଅଏଲ ଇତ୍ୟାଦି ସବୁ ସୀମିତ ମାତ୍ରାରେ ସେବନ କରିବା ଆବଶ୍ୟକ ।

 

Disclaimer: ଏହି ଆର୍ଟିକିଲରେ ଉଲ୍ଲେଖ କରାଯାଇଥିବା ସୂଚନା, ପଦ୍ଧତି ଓ ପରାମର୍ଶକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଡାକ୍ତର କିମ୍ବା ସମ୍ପୃକ୍ତ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ।