ଅଷ୍ଟ୍ରେଲିଆର ପ୍ରଚଣ୍ଡ ବିଜୟର ଏହା ଥିଲା ଟର୍ନିଂ ପଏଣ୍ଟ, ପାକିସ୍ତାନକୁ ଜୋରଦାର ମାତ୍ ଦେଇ ପକ୍କା କଲା ଫାଇନାଲର ଟିକେଟ
Advertisement

ଅଷ୍ଟ୍ରେଲିଆର ପ୍ରଚଣ୍ଡ ବିଜୟର ଏହା ଥିଲା ଟର୍ନିଂ ପଏଣ୍ଟ, ପାକିସ୍ତାନକୁ ଜୋରଦାର ମାତ୍ ଦେଇ ପକ୍କା କଲା ଫାଇନାଲର ଟିକେଟ

ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ (Pakistan) ୨୦ ଓଭରରେ ୪ ୱିକେଟ୍ ହରାଇ ୧୭୬ ରନ୍ ସଂଗ୍ରହ କରିଥିଲା । 

ଅଷ୍ଟ୍ରେଲିଆର ପ୍ରଚଣ୍ଡ ବିଜୟର ଏହା ଥିଲା ଟର୍ନିଂ ପଏଣ୍ଟ, ପାକିସ୍ତାନକୁ ଜୋରଦାର ମାତ୍ ଦେଇ ପକ୍କା କଲା ଫାଇନାଲର ଟିକେଟ

ନୂଆଦିଲ୍ଲୀ: ଆଇସିସି ଟି-20 ବିଶ୍ୱକପ 2021 (ICC T20 World Cup 2021) ର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ (Australia Cricket Team) ପାକିସ୍ତାନ (Pakistan Cricket Team) କୁ ୫ ୱିକେଟରେ ପରାସ୍ତ କରିଛି । ଏକ ରୋମାଞ୍ଚକର ମ୍ୟାଚରେ ଅଷ୍ଟ୍ରେଲିଆ ପାକିସ୍ତାନକୁ ମାତ୍ ଦେଇ ଫାଇନାଲ ପାଇଁ ଟିକେଟ ପକ୍କା କରିନେଇଛି । ଏହି ମ୍ୟାଚରେ ଅନେକ ଗୁରୁତ୍ୱପୂର୍ଣ୍ଣ ଟର୍ନିଂ ପଏଣ୍ଟ ଥିଲା । ଆସନ୍ତୁ ସେଗୁଡ଼ିକ ବିଷୟରେ ଜାଣିବା ।

ପ୍ରଥମେ ବ୍ୟାଟିଂ କରିଥିଲା ପାକିସ୍ତାନ 

ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ (Pakistan) ୨୦ ଓଭରରେ ୪ ୱିକେଟ୍ ହରାଇ ୧୭୬ ରନ୍ ସଂଗ୍ରହ କରିଥିଲା । ପାକିସ୍ତାନୀ ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନ୍ ୬୭, ଫଖର ଜମାନ ୫୫ ଏବଂ ଅଧିନାୟକ ବାବର ଆଜାମ ୩୯ ରନ୍ କରିଥିଲେ । ଯେଉଁଥିପାଇଁ ପାକିସ୍ତାନର ଏତେ ସ୍କୋର ହୋଇପାରିଥିଲା । ଅଷ୍ଟ୍ରେଲୀୟ ବୋଲରଙ୍କ ସାମ୍ନାରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନଙ୍କୁ କୌଣସି ଅସୁବିଧାର  ସାମ୍ନା କରିବାକୁ ପଡ଼ି ନଥିଲା ।

ଏହା ଥିଲା ଏହି ମ୍ୟାଚର ଟର୍ନିଂ ପଏଣ୍ଟ 

ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆର ବହୁତ ଖରାପ ଆରମ୍ଭ ହୋଇଥିଲା ଯେତେବେଳେ ପାକିସ୍ତାନୀ ବୋଲର ଶାହିନ୍ ଆଫ୍ରିଦି (Shaheen Afridi) ପ୍ରଥମ ଓଭରରେ ଅଧିନାୟକ ଆରୋନ ଫିଞ୍ଚ (Aaron Finch) ଙ୍କୁ ପାଭିଲିୟନକୁ ପଠାଇଥିଲେ । ଏହା ପରେ କଙ୍ଗାରୁ ବ୍ୟାଟ୍ସମ୍ୟାନମାନେ ଧୀରେ ଧୀରେ ରନ୍ ସ୍କୋର କରିବା ଆରମ୍ଭ କରିଥିଲେ, କିନ୍ତୁ ପାକିସ୍ତାନୀ ବୋଲରମାନେ ମ୍ୟାଚ୍ ଉପରେ ନିଜର ଦବଦବା ଜାରି ରଖଥିଥିଲେ । ଶାଦବ ଖାନ (Shadab Khan) ନିଜ ୪ ଓଭରର କୋଟାରେ ୨୬ ରନ୍ ଦେଇ ୪ ୱିକେଟ୍ ନେଇଥିଲେ । ସେ ଅଷ୍ଟ୍ରେଲିଆର ବ୍ୟାଟିଂ ଅର୍ଡରର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଶାଦବ ଡେଭିଡ ୱାର୍ନର, ଷ୍ଟିଭ ସ୍ମିଥ, ମିଚେଲ ମାର୍ଶ ଏବଂ ଗ୍ଲେନ ମ୍ୟାକ୍ସୱେଲଙ୍କ ୱିକେଟ୍ ନେଇଥିଲେ । ୧୭ତମ ଓଭର ପର୍ଯ୍ୟନ୍ତ ପାକିସ୍ତାନର ବୋଲରମାନେ ମାରାତ୍ମକ ବୋଲିଂ କରିଥିଲେ, ଲାଗୁଥିଲା ଯେ ପାକିସ୍ତାନ ଫାଇନାଲରେ ପହଞ୍ଚିଯିବ । ୧୯ତମ ଓଭରରେ ଅଷ୍ଟ୍ରେଲିଆ ପାଇଁ ମାଥ୍ୟୁ ୱେଡ୍ (Matthew Wade) ଓ ମାର୍କସ ଷ୍ଟୋଇନିସ (Marcus Stoinis) କ୍ରିଜରେ ଥିଲେ । ଅଷ୍ଟ୍ରେଲିଆକୁ ଶେଷ ୨ ଓଭରରେ ୨୨ ରନର ଆବଶ୍ୟକତା ଥିଲା । ଶାହିନ ୧୯ତମ ଓଭରର ତୃତୀୟ ବଲ୍ ମାଥ୍ୟୁ ୱେଡଙ୍କୁ କରିଥିଲେ, କିନ୍ତୁ ହାସନ ଅଲି ତାଙ୍କ କ୍ୟାଚ୍ ଛାଡିଦେଇଥିଲେ । ଏହି ମୁହୂର୍ତ୍ତ ଥିଲା ଯେତେବେଳେ ଅଷ୍ଟ୍ରେଲିଆ ମ୍ୟାଚରେ ଫେରି ଆସିଥିଲା । ଏହା ପରେ ମାଥ୍ୟୁ ୱେଡ ଶାହିନ୍ ଆଫ୍ରିଦିଙ୍କ ବଲରେ ଲଗାତାର ୩ଟି ଛକା ମାରି ମ୍ୟାଚ୍‌ର ଗତିପଥ ପରିବର୍ତ୍ତନ କରିଥିଲେ । ୱେଡଙ୍କୁ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ 'ମ୍ୟାନ୍ ଅଫ୍ ଦି ମ୍ୟାଚ୍' ଦିଆଯାଇଥିଲା ।

ଥମିଗଲା ପାକିସ୍ତାନର ବିଜୟ ଅଭିଯାନ 

ପାକିସ୍ତାନ ଏହି ମ୍ୟାଚକୁ ୫ ୱିକେଟରେ ହାରି ଥିଲା । ସୁପର-12ରେ ପାକିସ୍ତାନ ନିଜର ସମସ୍ତ ମ୍ୟାଚ ଜିତିଥିଲା । ପ୍ରଥମ ମ୍ୟାଚରେ ପାକିସ୍ତାନ ଭାରତକୁ ୧୦ ୱିକେଟରେ ପରାସ୍ତ କରି ଇତିହାସ ସୃଷ୍ଟି କରିଥିଲା । ୟୁଏଇରେ ଗତ ୧୬ଟି ମ୍ୟାଚରେ ପାକିସ୍ତାନର ପରାଜିତ ହୋଇ ନଥିଲା କିନ୍ତୁ ଅଷ୍ଟ୍ରେଲିଆ ଠାରୁ ପରାଜୟ ପରେ ଏହି ବିଜୟ ଅଭିଯାନ ମଧ୍ୟ ବନ୍ଦ ହୋଇଯାଇଛି । ଏହି ପରାଜୟ ସହିତ ଫାଇନାଲକୁ ଯିବାର ପାକିସ୍ତାନର ସ୍ୱପ୍ନ ଭାଙ୍ଗି ଯାଇଛି । ମ୍ୟାଚ୍ ପରେ ପାକିସ୍ତାନୀ ଅଧିନାୟକ ବାବର ଆଜାମ ହାସନ ଅଲିଙ୍କ କ୍ୟାଚ୍ ଡ୍ରପକୁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ବୋଲି କହିଛନ୍ତି ।

ଏହା ବି ପଢ଼ନ୍ତୁ:-ଯଦି ଆପଣ ଆଧାର କାର୍ଡରେ ଲାଗିଥିବା ଫଟୋରୁ ଖୁସି ନୁହଁନ୍ତି, ତେବେ ଆଜି ହିଁ କରନ୍ତୁ ପରିବର୍ତ୍ତନ, ଜାଣନ୍ତୁ ପ୍ରକ୍ରିୟା...

ଏହା ବି ପଢ଼ନ୍ତୁ:-କୋରୋନା ସଙ୍କଟ: ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୫୦୧ ସଂକ୍ରମିତ

ଏହା ବି ପଢ଼ନ୍ତୁ:-ଶରୀର ପାଇଁ ଲାଭଦାୟକ ନାଲି ରଙ୍ଗର ପରିବା ଓ ଫଳ, ଜାଣନ୍ତୁ ଏହାର ଅନ୍ୟାନ୍ୟ ଉପକାରିତା

ଏହା ବି ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍