ଶେଷରେ ଧୋନିଙ୍କ ପରି ଟିମ୍ ଇଣ୍ଡିଆକୁ ମିଳିଯାଇଛି ଫିନିସର୍, ଏହି ଖେଳାଳି ମାହିଙ୍କ ପରି ଦମଦାର୍!
Advertisement
Article Detail0/zeeodisha/odisha1029850

ଶେଷରେ ଧୋନିଙ୍କ ପରି ଟିମ୍ ଇଣ୍ଡିଆକୁ ମିଳିଯାଇଛି ଫିନିସର୍, ଏହି ଖେଳାଳି ମାହିଙ୍କ ପରି ଦମଦାର୍!

ରୋହିତ ଓ ସୂର୍ଯ୍ୟକୁମାରଙ୍କୁ ପ୍ୟାଭିଲିୟନକୁ ଫେରିବା ପରେ ଟିମ୍ ଇଣ୍ଡିଆ (Team India) ଟିକେ ଅସୁବିଧାରେ ପଡ଼ିଥିଲା । ବାସ୍ତବରେ, ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଆଉଟ୍ ପରେ ଶ୍ରେୟସ୍ ଆୟର୍ (Shreyas Iyer) ଓ ଭେଙ୍କଟେଶ ଆୟର୍ (Venkatesh Iyer) ମଧ୍ୟ ଖୁବ୍ ଶୀଘ୍ର ପ୍ୟାଭିଲିୟନକୁ ଫେରିଥିଲେ । ତେବେ ପନ୍ତ (Rishabh Pant) ଗୋଟିଏ ପଟେ ସମ୍ଭାଳି ରଖିଥିଲେ ଓ ଶେଷ ଓଭରରେ ଚୌକା ମାରି ଟିମ୍ ଇଣ୍ଡିଆକୁ ବିଜୟ ପ୍ରଦାନ କରିଥିଲେ । 

ଶେଷରେ ଧୋନିଙ୍କ ପରି ଟିମ୍ ଇଣ୍ଡିଆକୁ ମିଳିଯାଇଛି ଫିନିସର୍, ଏହି ଖେଳାଳି ମାହିଙ୍କ ପରି ଦମଦାର୍!

ନୂଆଦିଲ୍ଲୀ: India vs New Zealand T20 Series: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-20 ମ୍ୟାଚ (IND Vs NZ First T-20 Match) ୫ ୱିକେଟରେ ଜିତି ନେଇଛି । ଏହା ସହ ଭାରତୀୟ ଦଳ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ବର୍ତ୍ତମାନ ୧-୦ରେ ଆଗୁଆ ରହିଛି । ଏହି ମ୍ୟାଚରେ କ୍ୟାପଟେନ ରୋହିତ ଶର୍ମା (Rohit Sharma) ଓ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଚମତ୍କାର ପ୍ରଦର୍ଶନ କରିଥିଲେ । କିନ୍ତୁ ଏହି ଦୁଇ ଖେଳାଳି ଭାରତ ମ୍ୟାଚ୍ ଜିତିବା ପୂର୍ବରୁ ଆଉଟ୍ ହୋଇ ପ୍ୟାଭିଲିୟନକୁ ଫେରି ଯାଇଥିଲେ ଓ ଶେଷରେ ଯୁବ ୱିକେଟକିପର ଋଷଭ ପନ୍ତ (Rishabh Pant) ଚୌକା  ମାରି ଫସି ଥିବା ମ୍ୟାଚରେ ଟିମ୍ ଇଣ୍ଡିଆକୁ ବିଜୟ ପ୍ରଦାନ କରିଥିଲେ ।

ଏହି ଖେଳାଳିରେ ଧୋନିଙ୍କ ଝଲକ 

ରୋହିତ ଓ ସୂର୍ଯ୍ୟକୁମାରଙ୍କୁ ପ୍ୟାଭିଲିୟନକୁ ଫେରିବା ପରେ ଟିମ୍ ଇଣ୍ଡିଆ (Team India) ଟିକେ ଅସୁବିଧାରେ ପଡ଼ିଥିଲା । ବାସ୍ତବରେ, ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଆଉଟ୍ ପରେ ଶ୍ରେୟସ୍ ଆୟର୍ (Shreyas Iyer) ଓ ଭେଙ୍କଟେଶ ଆୟର୍ (Venkatesh Iyer) ମଧ୍ୟ ଖୁବ୍ ଶୀଘ୍ର ପ୍ୟାଭିଲିୟନକୁ ଫେରିଥିଲେ । ତେବେ ପନ୍ତ (Rishabh Pant) ଗୋଟିଏ ପଟେ ସମ୍ଭାଳି ରଖିଥିଲେ ଓ ଶେଷ ଓଭରରେ ଚୌକା ମାରି ଟିମ୍ ଇଣ୍ଡିଆକୁ ବିଜୟ ପ୍ରଦାନ କରିଥିଲେ । ପନ୍ତଙ୍କ ପୂର୍ବରୁ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି (Mahendra Singh Dhoni) ମଧ୍ୟ ସମାନ କାର୍ଯ୍ୟ କରୁଥିଲେ । ଧୋନି ବଡ଼ ବଡ଼ ଫସି ଥିବା ମ୍ୟାଚରେ ଟିମ ଇଣ୍ଡିଆ ପାଇଁ ଶେଷରେ ବିଜୟ ନେଇ ଆସୁଥିଲେ । ଟିମ୍ ଇଣ୍ଡିଆରେ ବର୍ତ୍ତମାନ ପନ୍ତ ହେଉଛନ୍ତି ଏକମାତ୍ର ଖେଳାଳି ଯାହାଙ୍କ ଭିତରେ ଧୋନିଙ୍କ ଝଲକ ନଜର ଆସିଥାଏ । 

fallback

ପୂର୍ବରୁ କରିସାରିଛି କମାଲ୍ 

ଏହା ପ୍ରଥମ ଥର ନୁହଁ ଯେ ପନ୍ତ (Rishabh Pant) ଟିମ୍ ଇଣ୍ଡିଆ (Team India) ପାଇଁ ମ୍ୟାଚ୍ ଶେଷ କରିଛି । ଏହା ପୂର୍ବରୁ ମଧ୍ୟ ସେ ଅନେକ ଥର ଏହା କରିସାରିଛନ୍ତି । ବିଶେଷ କରି ଯେତେବେଳେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ନିଜ ଘରେ କ୍ରମାଗତ ଦ୍ୱିତୀୟ ଟେଷ୍ଟ ସିରିଜରେ ପରାସ୍ତ କଲା ତ ସେତେବେଳେ ପନ୍ତଙ୍କର ଏଥିରେ ଏକ ବଡ଼ ହାତ ଥିଲା । ଶେଷ ଟେଷ୍ଟରେ ପନ୍ତ ୮୯ ରନ କରି ଏକ ଭଲ ଇନିଂସ ଖେଳିଥିଲେ । ଗୋଟିଏ ପଟେ ବୋଲରମାନେ ବ୍ୟାଟିଂ କରିବାକୁ ବାହାରକୁ ଆସିଥିବାବେଳେ ଅନ୍ୟ ପଟେ ପନ୍ତ (Rishabh Pant) ସମ୍ଭାଳି ଥିଲେ ଏବଂ ସେ ଭାରତକୁ ଏପରି ଚାପ ଭର୍ତି ମ୍ୟାଚରେ ବିଜୟୀ କରାଇଥିଲେ । ଏହା ବ୍ୟତୀତ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରେ ସେ ତଳ କ୍ରମରେ ଓହ୍ଲାଇ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥିଲେ । ନିଜ କ୍ୟାରିୟର ଆରମ୍ଭରେ ଧୋନି (MS Dhoni) ମଧ୍ୟ ପନ୍ତଙ୍କ ପରି ମ୍ୟାଚ୍ ଶେଷ କରୁଥିଲେ ଓ ପନ୍ତ ଯେପରି ଭୟଭୀତ ନ ହୋଇ ବଲକୁ ହାୱାରେ ଉଡାନ୍ତି, ସେତେବେଳେ ସମସ୍ତ କ୍ରିକେଟ୍ ପ୍ରଶଂସକଙ୍କୁ ଧୋନିଙ୍କ କଥା ମନେ ପଡ଼ିଯାଏ ।

ଏହା ବି ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଏହା ବି ପଢ଼ନ୍ତୁ:-ପୁରୁଷଙ୍କ ଶାରୀରିକ ଦୁର୍ବଳତା ଦୂର କରିବାରେ ବହୁତ ପ୍ରଭାବଶାଳୀ ୧୨ଟି କିସମିସ! ଏହି ସମୟରେ କରନ୍ତୁ ସେବନ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଏହା ବି ପଢ଼ନ୍ତୁ:-ରୁପା ଦରରେ ହ୍ରାସ, ଜାଣନ୍ତୁ କ'ଣ ରହିଛି ସୁନାର ନୂଆ ରେଟ୍

ଏହା ବି ପଢ଼ନ୍ତୁ:-କର୍ମଚାରୀଙ୍କୁ ନୂଆ ବର୍ଷରେ ମିଳିବ ଖୁସି ଖବର! ଦରମା ବୃଦ୍ଧି ସହିତ ହୋଇପାରେ ଏହି ବଡ଼ ଘୋଷଣା