ଜ୍ଞାନବାପି ମସଜିଦରେ ଶିବଲିଙ୍ଗ ମିଳିବା ଦାବି ଉପରେ କଙ୍ଗନା ରାଣାୱତ ଦେଲେ ବଡ଼ ବୟାନ
Advertisement
Article Detail0/zeeodisha/odisha1189286

ଜ୍ଞାନବାପି ମସଜିଦରେ ଶିବଲିଙ୍ଗ ମିଳିବା ଦାବି ଉପରେ କଙ୍ଗନା ରାଣାୱତ ଦେଲେ ବଡ଼ ବୟାନ

Kangana Ranaut on Gyanvapi Mosque: ଆଜିକାଲି କଙ୍ଗନା ରାଣାୱତ ବିଭିନ୍ନ ସ୍ଥାନକୁ ଯାଇ ତାଙ୍କ ଚଳଚ୍ଚିତ୍ରର ପ୍ରମୋସନ କରୁଛନ୍ତି । କିଛି ଦିନ ପୂର୍ବରୁ ଅଭିନେତ୍ରୀ କପିଲ ଶର୍ମାଙ୍କ 'ଦି କପିଲ ଶର୍ମା ଶୋ' (The Kapil Sharma Show) ରେ ପହଞ୍ଚିଥିଲେ । ବର୍ତ୍ତମାନ ଅଭିନେତ୍ରୀ ବାରାଣାସୀରେ ପହଞ୍ଚିଛନ୍ତି । କଙ୍ଗନା ତାଙ୍କ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ କାଶୀ ବିଶ୍ୱନାଥ ମନ୍ଦିରରେ ଆରତୀ କରୁଥିବା ନଜର ଆସିଛନ୍ତି । ଏହି ସମୟରେ ତାଙ୍କ ସହ-କଳାକାର ଅର୍ଜୁନ ରାମପାଲ ଓ ଦିବ୍ୟା ଦତ୍ତା ମଧ୍ୟ ତାଙ୍କ ସହ ଉପସ୍ଥିତ ଅଛନ୍ତି । କଙ୍ଗନା ଏହି ଚଳଚ୍ଚିତ୍ରରେ ଜବରଦସ୍ତ ଆକ୍ସନ୍ ସିନ୍ କରିଛନ୍ତି ଯାହା ବିଷୟରେ ଅନେକ ଚର୍ଚ୍ଚା ଚାଲିଛି । ଆସନ୍ତାକାଲି ଅର୍ଥାତ ମେ' ୨୦ ଏହି ଚଳଚ୍ଚିତ୍ର ସିନେମା ହଲରେ ମୁକ୍ତିଲାଭ କରିବ ।

ଜ୍ଞାନବାପି ମସଜିଦରେ ଶିବଲିଙ୍ଗ ମିଳିବା ଦାବି ଉପରେ କଙ୍ଗନା ରାଣାୱତ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ: Kangana Ranaut on Gyanvapi Mosque: ସାରା ଦେଶରେ ଏବେ ଜ୍ଞାନବାପି ମସଜିଦ (Gyanvapi Masjid) ବିବାଦକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ଏହି ସମୟରେ ବଲିଉଡି ଅଭିନେତ୍ରୀ (Bollywood Actress) କଙ୍ଗନା ରାନାୱତ (Kangana Ranaut) ବାରାଣାସୀ (Varanasi) ରେ ପହଞ୍ଚିଛି । ଆଜିକାଲି କଙ୍ଗନା ନିଜର ଆଗାମୀ ଚଳଚ୍ଚିତ୍ର 'ଧାକଡ଼' (Dhaakad) ର ପ୍ରମୋସନ କରୁଛନ୍ତି । ଏହା ଅନ୍ତର୍ଗତ ସେ 'ଧାକାଦ'ର ଟିମ ଓ କଳାକାରଙ୍କ ସହ ବାରାଣାସୀର କାଶୀ ବିଶ୍ୱନାଥ ମନ୍ଦିରରେ ପହଞ୍ଚିଥିଲେ ଓ ସେଠାରେ ଦର୍ଶନ ଏବଂ ପ୍ରାର୍ଥନା କରିଛନ୍ତି । 

ଏହି ସମୟରେ ଯେତେବେଳେ ଗଣମାଧ୍ୟମ କଙ୍ଗନା (Kangana Ranaut) ଙ୍କୁ ଜ୍ଞାନବାପି ମସଜିଦ (Gyanvapi Masjid) ରୁ ଶିବଲିଙ୍ଗ (Shivling) ମିଳିଥିବା ଦାବି ଉପରେ ପ୍ରଶ୍ନ କରିଥିଲା, ସେତେବେଳେ ଅଭିନେତ୍ରୀ ଖୋଲାଖୋଲି ଉତ୍ତର ଦେଇଛନ୍ତି । ନିଜର ବୟାନ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା କଙ୍ଗନା କହିଛନ୍ତି ଯେ, "ମହାଦେବ (Mahadev) କାଶୀର ପ୍ରତ୍ୟେକ କଣରେ ବିରାଜମାନ କରନ୍ତି ।"

ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କଙ୍ଗନା କହିଛନ୍ତି ଯେ, "ଯେପରି ମଥୁରାର ପ୍ରତ୍ୟେକ କଣରେ ଭଗବାନ କୃଷ୍ଣ ଅଛନ୍ତି, ଯେପରି ଅଯୋଧ୍ୟାର କଣ କଣରେ ରାମ ଅଛନ୍ତି, ସେହିପରି କାଶୀର ପ୍ରତ୍ୟେକ କଣରେ ମହାଦେବ ଅଛନ୍ତି । ସେମାନଙ୍କର କୌଣସି ଗଠନର ଆବଶ୍ୟକତା ନାହିଁ ।" ଏହା ପରେ କଙ୍ଗନା ହର ହର ମହାଦେବ ନାରା ଲଗାଇଥିଲେ । ଅଭିନେତ୍ରୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ଆପଣଙ୍କୁ କହି ରଖୁଛୁ ଯେ, ଆଜିକାଲି କଙ୍ଗନା ରାଣାୱତ ବିଭିନ୍ନ ସ୍ଥାନକୁ ଯାଇ ତାଙ୍କ ଚଳଚ୍ଚିତ୍ରର ପ୍ରମୋସନ କରୁଛନ୍ତି । କିଛି ଦିନ ପୂର୍ବରୁ ଅଭିନେତ୍ରୀ କପିଲ ଶର୍ମାଙ୍କ 'ଦି କପିଲ ଶର୍ମା ଶୋ' (The Kapil Sharma Show) ରେ ପହଞ୍ଚିଥିଲେ । ବର୍ତ୍ତମାନ ଅଭିନେତ୍ରୀ ବାରାଣାସୀରେ ପହଞ୍ଚିଛନ୍ତି । କଙ୍ଗନା ତାଙ୍କ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ କାଶୀ ବିଶ୍ୱନାଥ ମନ୍ଦିରରେ ଆରତୀ କରୁଥିବା ନଜର ଆସିଛନ୍ତି । ଏହି ସମୟରେ ତାଙ୍କ ସହ-କଳାକାର ଅର୍ଜୁନ ରାମପାଲ ଓ ଦିବ୍ୟା ଦତ୍ତା ମଧ୍ୟ ତାଙ୍କ ସହ ଉପସ୍ଥିତ ଅଛନ୍ତି । କଙ୍ଗନା ଏହି ଚଳଚ୍ଚିତ୍ରରେ ଜବରଦସ୍ତ ଆକ୍ସନ୍ ସିନ୍ କରିଛନ୍ତି ଯାହା ବିଷୟରେ ଅନେକ ଚର୍ଚ୍ଚା ଚାଲିଛି । ଆସନ୍ତାକାଲି ଅର୍ଥାତ ମେ' ୨୦ ଏହି ଚଳଚ୍ଚିତ୍ର ସିନେମା ହଲରେ ମୁକ୍ତିଲାଭ କରିବ ।

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ପୁଣି ବୃଦ୍ଧି, ଦିନକରେ ଚିହ୍ନଟ ହେଲା ଏତିକି ମାମଲା

ଏହା ବି ପଢ଼ନ୍ତୁ:-କଂଗ୍ରେସ ଛାଡ଼ି ଥିବା ହାର୍ଦ୍ଦିକ 'ବନ୍ଧ୍ୟାକରଣ' ଯୋଗୁଁ ଥିଲେ ଚିନ୍ତିତ, ନା ଅନ୍ୟ କିଛି ଥିଲା କାରଣ?

ଏହା ବି ପଢ଼ନ୍ତୁ:-ପ୍ରତିଦିନ ସକାଳେ ଖାଆନ୍ତୁ ଗଜା ବୁଟ, ମିଳିବ ଏସବୁ ଜବରଦସ୍ତ ଲାଭ

 

ଏଠାରେ କହି ରଖୁଛୁ ଯେ, ହିନ୍ଦୁ ପକ୍ଷ ଦାବି କରିଛି ଯେ, ନନ୍ଦୀର ମୁଖ ସାମ୍ନାରେ ମସଜିଦ (Mosque) ର ୱଜ୍ଜୁ ଖାନାରୁ ୧୨ ଫୁଟ ୮ ଇଞ୍ଚ ଲମ୍ୱର ଶିବଲିଙ୍ଗ (Shivling) ମିଳିଛି । ମସଜିଦରେ ଶିବଲିଙ୍ଗ ମିଳିବା ଦାବି ପର ହିନ୍ଦୁ ପକ୍ଷ କୋର୍ଟରେ ପହଞ୍ଚିଥିଲେ । କୋର୍ଟ ଆଦେଶ ଦେଇଛନ୍ତି ଯେ ଯେଉଁଠାରେ ଶିବଲିଙ୍ଗ ମିଳିଛି ସେହି ସ୍ଥାନକୁ ତୁରନ୍ତ ପ୍ରଭାବ ସହିତ ସିଲ୍ କରାଯାଉ । ଆହୁରି ମଧ୍ୟ ସେହି ସ୍ଥାନକୁ କାହାର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଉ । ଅନ୍ୟପକ୍ଷରେ, କୋର୍ଟରେ ରିପୋର୍ଟ ଦାଖଲ ନହେବା ପର୍ଯ୍ୟନ୍ତ ୱଜ୍ଜୁ ଖାନାକୁ ସଂରକ୍ଷଣ କରାଯାଉ ବୋଲି ହିନ୍ଦୁ ପକ୍ଷ ଦାବି କରିଥିଲା ।