Advertisement
Photo Details/zeeodisha/odisha1136772
photoDetails0hindi

IPL ର ଏହି ୫ଟି ରେକର୍ଡ ଭାଙ୍ଗିବା ଅସମ୍ଭବ! କାରନାମା ଜାଣି ଚକିତ ହେବେ ଆପଣ

ଆଜି ଆମେ ଆପଣଙ୍କୁ ଏପରି କିଛି ରେକର୍ଡ ବିଷୟରେ କହିବୁ, ଯାହା ଆଜି ପର୍ଯ୍ୟନ୍ତ କେହି ଭାଙ୍ଗିବାକୁ ସକ୍ଷମ ହୋଇ ନାହାଁନ୍ତି ଏବଂ ନା ହିଁ କେହିଁ ଏହି ରେକର୍ଡଗୁଡିକର ଆଖପାଖରେ ପହଞ୍ଚିବାରେ ସକ୍ଷମ ହୋଇ ନାହାଁନ୍ତି ।

1/6

ନୂଆଦିଲ୍ଲୀ: IPL 2022: ଆଇପିଏଲ୍ ହେଉଛି (IPL) କ୍ରିକେଟ୍ ଦୁନିଆର ସବୁଠାରୁ ବଡ଼ ଲିଗ୍ । ପ୍ରତିବର୍ଷ ଦୁନିଆର ଶ୍ରେଷ୍ଠ ଖେଳାଳିମାନେ ଏହି ଲିଗରେ ଖେଳିବାକୁ ଆସନ୍ତି । ଯେତେବେଳେ ଲିଗରେ ଏତେ ବଡ ବଡ଼ ଖେଳାଳିମାନେ ଖେଳନ୍ତି ତ ରେକର୍ଡ ସୃଷ୍ଟି ଓ ଭାଙ୍ଗିବା ସାଧାରଣ କଥା । କିନ୍ତୁ ଆମେ ସମସ୍ତେ ଅନେକ ଥର ଆଇପିଏଲରେ କିଛି ବିଶେଷ ରେକର୍ଡ ତିଆରି ହେଉଥିବା ଦେଖିଛୁ । ଆଜି ଆମେ ଆପଣଙ୍କୁ ଏପରି କିଛି ରେକର୍ଡ ବିଷୟରେ କହିବୁ, ଯାହା ଆଜି ପର୍ଯ୍ୟନ୍ତ କେହି ଭାଙ୍ଗିବାକୁ ସକ୍ଷମ ହୋଇ ନାହାଁନ୍ତି ଏବଂ ନା ହିଁ କେହିଁ ଏହି ରେକର୍ଡଗୁଡିକର ଆଖପାଖରେ ପହଞ୍ଚିବାରେ ସକ୍ଷମ ହୋଇଛନ୍ତି ।

IPL ରେ ଦ୍ରୁତତମ ଶତକ

2/6
IPL ରେ ଦ୍ରୁତତମ ଶତକ

ଆଇପିଏଲ (IPL) ର ବର୍ତ୍ତମାନ ପର୍ଯ୍ୟନ୍ତ ଦ୍ରୁତତମ ଶତକ ଲଗାଇବାର ରେକର୍ଡ କ୍ରିସ୍ ଗେଲ (Chris Gayle) ଙ୍କ ନାମରେ ଅଛି । କ୍ରିସ୍ ଗେଲ୍ ୨୦୧୩ରେ ଆରସିବି (RCB) ତରଫରୁ ଖେଳି ପୁଣେ ୱାରିୟର୍ସ (Pune Warriors) ବିପକ୍ଷରେ ଏହି କୀର୍ତ୍ତିମାନ ହାସଲ କରିଥିଲେ । ଏହି ମ୍ୟାଚରେ ଗେଲ ୩୦ଟି ବଲରେ ନିଜର ଶତକ ପୂରଣ କରିଥିଲେ । ଗେଲ ୬୬ଟି ବଲରେ ୧୭୫ ରନର ଏକ ଇନିଂସ ଖେଳିଥିଲେ, ଯେଉଁଥିରେ ସେ ୧୭ଟି ଛକା ଓ ୧୩ଟି ଚୌକା ମାରିଥିଲେ ।

ସର୍ବୋତ୍ତମ ବୋଲିଂ ସ୍ପେଲ୍

3/6
ସର୍ବୋତ୍ତମ ବୋଲିଂ ସ୍ପେଲ୍

ଦୁଇ ବର୍ଷ ପୂର୍ବେ ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians) ପାଇଁ ଖେଳୁଥିବା ଅଲଜାରି ଜୋସେଫ (Alzarri Joseph) ସନରାଇଜର୍ସ ହାଇଦ୍ରାବାଦ (Sunrisers Hyderabad) ବିପକ୍ଷରେ ଧମାଲ କରିଥିଲେ ଓ ୩.୪ ଓଭରରେ ୧୨ ରନ୍ ଦେଇ ୬ ୱିକେଟ୍ ନେଇଥିଲେ । ଅଲଜାରି ଜୋସେଫ ନିଜ ସ୍ପେଲରେ ସର୍ବାଧିକ ୱିକେଟ୍ ନେଇ ରେକର୍ଡ କରିଛନ୍ତି ।

ଗୋଟିଏ ସିଜନରେ ସବୁଠାରୁ ଅଧିକ ରନ୍

4/6
ଗୋଟିଏ ସିଜନରେ ସବୁଠାରୁ ଅଧିକ ରନ୍

ବିରାଟ କୋହଲି (Virat Kohli) ପ୍ରତ୍ୟେକ ଫର୍ମାଟରେ ରନ୍ ସ୍କୋର କରିଛନ୍ତି, ଆଇପିଏଲ (IPL) ରେ ମଧ୍ୟ କୋହଲି ଗୋଟିଏ ସିଜନରେ ସର୍ବାଧିକ ରନ୍ ସ୍କୋର କରିଛନ୍ତି । ୨୦୧୬ ଆଇପିଏଲ ତାଙ୍କ ପାଇଁ ସର୍ବୋତ୍ତମ ଥିଲା । ସେ ୧୬ଟି ମ୍ୟାଚରେ ୯୭୩ ରନ୍ ସଂଗ୍ରହ କରିଥିଲେ, ଯାହାକି ଗୋଟିଏ ସିଜନରେ କୌଣସି ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ସର୍ବାଧିକ ରନ୍ ସଂଗ୍ରହ କରାଯାଇଥିଲା । ସେହି ବର୍ଷ କୋହଲି ଚାରିଟି ଶତକ ଓ ୭ ଅର୍ଦ୍ଧଶତକ ହାସଲ କରିଥିଲେ । ତାଙ୍କର ଏଭେରେଜ୍ ୮୧ ଥିଲା ଓ ଷ୍ଟ୍ରାଇକ୍ ରେଟ୍ ମଧ୍ୟ ୧୫୨ ଥିଲା ।

IPL ରେ ସବୁଠାରୁ ଅଧିକ ହ୍ୟାଟ୍ରିକ୍

5/6
IPL ରେ ସବୁଠାରୁ ଅଧିକ ହ୍ୟାଟ୍ରିକ୍

ହ୍ୟାଟ୍ରିକ୍ (hat-trick) ନେବା ପ୍ରତ୍ୟେକ ବୋଲରଙ୍କ ପାଇଁ ଏକ ବଡ଼ ସ୍ୱପ୍ନ । ଲଗାତର ୩ଟି ବଲରେ ତିନୋଟି ୱିକେଟ୍ ନେବା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ । କିନ୍ତୁ ଅମିତ ମିଶ୍ରା (Amit Mishra) ଆଇପିଏଲ (IPL) ଇତିହାସରେ ୩ଟି ହ୍ୟାଟ୍ରିକ୍ ନେଇଛନ୍ତି, ଅମିତ ମିଶ୍ରା ହେଉଛନ୍ତି ଏପରି ବୋଲର ଯିଏ ଆଇପିଏଲରେ ସର୍ବାଧିକ ହ୍ୟାଟ୍ରିକ୍ ନେଇଛନ୍ତି । ଯୁବରାଜ ସିଂ ଆଇପିଏଲରେ ୨ଟି ହ୍ୟାଟ୍ରିକ୍ ମଧ୍ୟ ନେଇଛନ୍ତି, କିନ୍ତୁ ଅମିତ ମିଶ୍ରାଙ୍କ ରେକର୍ଡ ଭାଙ୍ଗିବା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ ।

ଏହା ବି ପଢ଼ନ୍ତୁ:-ପୁଟିନଙ୍କୁ ଖୋଲା ଧମକ ଦେଲେ ବାଇଡେନ, କହିଲେ-ଋଷ ଯଦି ଏହା କରିବ ତ ଛାଡ଼ିବୁ ନାହିଁ

ଏହା ବି ପଢ଼ନ୍ତୁ:-ପୁଣି ବଢ଼ିଲା ତୈଳ ଦର, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ପେଟ୍ରୋଲ-ଡିଜେଲର ନୂଆ ରେଟ୍

ଏହା ବି ପଢ଼ନ୍ତୁ:-ମାଗଣାରେ ଘରକୁ ଆଣନ୍ତୁ AC! ଏହି ୱେବସାଇଟରେ ମିଳୁଛି ଅଫର; ଜାଣନ୍ତୁ ପୂରା ଡିଟେଲ୍ସ

ସବୁଠୁ ବଡ଼ ଇନିଂସ ଖେଳିବାର ରେକର୍ଡ

6/6
ସବୁଠୁ ବଡ଼ ଇନିଂସ ଖେଳିବାର ରେକର୍ଡ

ଟି-20 କ୍ରିକେଟରେ ୧୭୫କୁ ଏକ ବଡ଼ ସ୍କୋର ଭାବେ ମନେ କରାଯାଏ । କିନ୍ତୁ କ୍ରିସ୍ ଗେଲ୍ (Chris Gayle) ଥରେ ଆଇପିଏଲ (IPL) ରେ ୧୭୫ ରନର ଇନିଂସ ଖେଳିଛନ୍ତି । ଆଇପିଏଲ ଇତିହାସରେ ଏହା ହେଉଛି ସବୁଠାରୁ ବଡ଼ ଇନିଂସ । ୨୦୧୩ରେ ପୁଣେ ୱାରିୟର୍ସ ବିପକ୍ଷରେ ଗେଲ୍ ଏହି ରେକର୍ଡ ସୃଷ୍ଟି କରିଥିଲେ ।