Advertisement
photoDetails0hindi

ଜାଣନ୍ତୁ 'କାଚା ବାଦାମ' ଗୀତର ଗାୟକ ଭୁବନ କେତେ ସମ୍ପତ୍ତିର ମାଲିକ, ଜାଣି ଉଡ଼ିଯିବ ଆପଣଙ୍କ ହୋଶ୍!

Kacha Badam Singer Bhuban Badyakar: ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଏହି ଗୀତର ଭିଡିଓ ଦେଖିସାରିଛନ୍ତି, କେବଳ ଏତିକି ନୁହେଁ ଯଦି ଆପଣ ଫେସବୁକ, ୟୁଟ୍ୟୁବ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସକ୍ରିୟ ଅଛନ୍ତି ତ ଆପଣ ମଧ୍ୟ ଦେଖିବେ ଏହି ଗୀତଟି ସମଗ୍ର ସ୍ଥାନରେ ଭାଇରାଲ ହେବାରେ ଲାଗିଛି । ସବୁଠାରୁ କୌତୁହଳର ବିଷୟ ହେଉଛି ଯେ ଏହି ଗୀତଟିକୁ ଗାଇଥିବା ବ୍ୟକ୍ତି ପେଶାରେ ଜଣେ ଚିନା ବାଦାମ ବିକାଳୀ।

1/6

ନୂଆଦିଲ୍ଲୀ: Kacha Badam Singer Bhuban Badyakar: ଆପଣ ସମସ୍ତେ ଜାଣିଥିବେ ଆଜିକାଲି ସୋସିଆଲ ମିଡିଆରେ 'କାଚା ବାଦାମ' (Kacha Badam) ନାମକ ଏକ ଗୀତ ବହୁତ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଏହି ଗୀତର ଭିଡିଓ ଦେଖିସାରିଛନ୍ତି, କେବଳ ଏତିକି ନୁହେଁ ଯଦି ଆପଣ ଫେସବୁକ, ୟୁଟ୍ୟୁବ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସକ୍ରିୟ ଅଛନ୍ତି ତ ଆପଣ ମଧ୍ୟ ଦେଖିବେ ଏହି ଗୀତଟି ସମଗ୍ର ସ୍ଥାନରେ ଭାଇରାଲ ହେବାରେ ଲାଗିଛି । ସବୁଠାରୁ କୌତୁହଳର ବିଷୟ ହେଉଛି ଯେ ଏହି ଗୀତଟିକୁ ଗାଇଥିବା ବ୍ୟକ୍ତି ପେଶାରେ ଜଣେ ଚିନା ବାଦାମ ବିକାଳୀ।

2/6

ଆମେ ଯେଉଁ ବ୍ୟକ୍ତିଙ୍କ ବିଷୟରେ କହୁଛୁ, ତାଙ୍କ ନାମ ଭୁବନ ବଡୟାକର (Bhuban Badyakar) ଓ ସେ ପଶ୍ଚିମ ବଙ୍ଗର ବୀରଭୂମ ଜିଲ୍ଲାର ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ରାଜୋରୀ ଗାଁର ବାସିନ୍ଦା । ଏହି ଗୀତଟି ବର୍ତ୍ତମାନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପିଲାମାନଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଶୁଣିବାକୁ ମିଳୁଛି ଓ ସମସ୍ତେ ଏହି ଗୀତକୁ ମଧ୍ୟ ବହୁତ ପସନ୍ଦ କରୁଛନ୍ତି ।

3/6

ନିକଟ ଅତୀତରେ 'କାଚା ବାଦାମ' (Kacha Badam) ଗୀତର ଗାୟକ ଭୁବନ ବଡୟାକର (Bhuban Badyakar) ଏକ ସାକ୍ଷାତକାର ଦେଇଥିଲେ । ଯେଉଁଥିରେ ସେ କହିଥିଲେ ଯେ, ଯେତେବେଳେ ସେ ଛୋଟ ପିଲା ଥିଲେ, ସେତେବେଳେ ସେ ଜଣେ ଗାୟକ ହେବାର ସ୍ୱପ୍ନ ଦେଖୁଥିଲେ ଏବଂ ସେମାନଙ୍କ ଦଳରେ ଯୋଗ ଦେଇଥିଲେ, ଯେତେବେଳେ ସେ ଏହି ଦଳ ପାଇଁ ଗୀତ ଗାଇବା ଆରମ୍ଭ କଲେ ତାଙ୍କ ଉପରେ ବିବାହ ପରର ଦାୟିତ୍ୱ ଆସିବା ଆରମ୍ଭ କଲା ଏବଂ ଏହା ପରେ ସେ ଗୀତ ଗାଇବା ଛାଡ଼ି ଦେଇଥିଲେ । 

4/6

ସେ ଆଗକୁ କହିଛନ୍ତି ଯେ, ପରିବାରର ଖରାପ ଆର୍ଥିକ ଅବସ୍ଥା ଯୋଗୁଁ ରାଜ ମିସ୍ତ୍ରୀ କାମ କରୁଥିଲେ ପରେ ପରିବାରର ଭରଣପୋଷଣ ପାଇଁ ସେ କଚା ବାଦାମ ବିକ୍ରି କରିବାର କାର୍ଯ୍ୟ ଆରମ୍ଭ କଲେ । ସେହି ଦିନଠାରୁ ସେ ଏହି ବ୍ୟବସାୟ କରୁଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ସେ ପ୍ରାୟ ୧୦ ବର୍ଷ ଧରି କାଚା ବାଦାମ ବିକ୍ରି କରୁଛନ୍ତି ଓ ସବୁବେଳେ ଏହି ଗୀତ ଗାଉଥିଲେ ।

5/6

ଆପଣଙ୍କୁ କହି ରଖୁଛୁ ଯେ, କିଛି ଦିନ ପୂର୍ବେ ଭୁବନ କାଚା ବାଦାମ ବିକ୍ରୟ କରିବା ସମୟରେ ଏହି ଗୀତ ଗାଉଥିଲେ । ସେହି ସମୟରେ ତାଙ୍କଠାରୁ ବାଦାମ କିଣିଥିବା ବ୍ୟକ୍ତି ଏହି ଗୀତ ଶୁଣି ବହୁତ ଖୁସି ହୋଇଯାଇଥିଲେ ଓ ସେ ପୁଣି ଥରେ ଗୀତ ଗାଇବା ପାଇଁ ତାଙ୍କୁ କହିଥିଲେ । ଏଭଳି ପରିସ୍ଥିତିରେ ଭୁବନ କହିଥିଲେ ଯେ ମୁଁ ଏହି ଗୀତ ଗାଇ ଦିନସାରା ବାଦାମ ବିକେ, ତେଣୁ ମୁଁ ପୁଣି ଗୀତ ଗାଇବା ଆରମ୍ଭ କଲି, ସେ ମୋ ଗୀତକୁ ଫୋନରେ ମଧ୍ୟ ରେକର୍ଡ କଲେ, ଯେହେତୁ ଏହା ମୋବାଇଲରେ ଭାଇରାଲ ହେବା ଆରମ୍ଭ କଲା, ବର୍ତ୍ତମାନ ଦେଖୁଛି ଯେ ଏହି ଗୀତ ଯୋଗୁଁ ମୁଁ ବହୁତ ପ୍ରସିଦ୍ଧ ହୋଇସାରିଛି ।

ଏହା ବି ପଢ଼ନ୍ତୁ:-ପୁଟିନ ହେବେ ପରବର୍ତ୍ତୀ ହିଟଲର? ଆତଙ୍କରେ ପୂର୍ବ ୟୁରୋପର ଏହି ୩ଟି ଦେଶ, ୟୁକ୍ରେନ ପରେ ଏସବୁ ଦେଶର ନମ୍ବର!

ଏହା ବି ପଢ଼ନ୍ତୁ:-୧.୩୦ ଲକ୍ଷ ସୈନ୍ୟ, ଯୁଦ୍ଧ ବିମାନ, ମିସାଇଲ, ଟ୍ୟାଙ୍କ...ତିନି ଆଡୁ ଘେରି ସାରିଛି ୟୁକ୍ରେନ; ଆକ୍ରମଣ କରିବ ଋଷ!

ଏହା ବି ପଢ଼ନ୍ତୁ:-ଶୋଇବା ପୂର୍ବରୁ ଭୁଲରେ ବି ଖାଆନ୍ତୁ ନାହିଁ ଏହି ୪ଟି ଜିନିଷ, ନଚେତ୍ ଶରୀରକୁ ହେବ ବଡ଼ କ୍ଷତି

ଏହା ବି ପଢ଼ନ୍ତୁ:-ଶାରୀରିକ ସମ୍ପର୍କ ରଖିବା ବନ୍ଦ କରିବାରୁ ହୋଇଥାଏ ଏହି ୬ଟି ସମସ୍ୟା, ଜାଣନ୍ତୁ ଶରୀରର ଉପରେ କ'ଣ ପ୍ରଭାବ ପଡ଼ିଥାଏ 

ଭୁବନଙ୍କ ମୋଟ ସମ୍ପତ୍ତି

6/6
ଭୁବନଙ୍କ ମୋଟ ସମ୍ପତ୍ତି

ଅନ୍ୟପଟେ ଯଦି ଆମେ ଭୁବନଙ୍କ ସମ୍ପତ୍ତି ବିଷୟରେ କଥାବାର୍ତ୍ତା କରୁ, ତେବେ ସେ ରାସ୍ତାର ଗୀତ ଗାଇ କଚ୍ଚା ଚିନାବାଦମ ବିକ୍ରୟ କରିବାର କାର୍ଯ୍ୟ କରନ୍ତି । ଏକ ସାଧାରଣ ପରିବାରରୁ ମଧ୍ୟ ଆସନ୍ତି ଓ ପରିବାର ପ୍ରତିପୋଷଣ ପାଇଁ ଦିନସାରା କଠିନ ପରିଶ୍ରମ କରନ୍ତି । ମିଳିଥିବା ସୂଚନା ଅନୁଯାୟୀ ସେ ୧ ମାସରେ କେବଳ ୨୦୦୦-୩୦୦୦ ଟଙ୍କା ରୋଜଗାର କରନ୍ତି ଓ ଏହା ବ୍ୟତୀତ ତାଙ୍କର ମୋଟ ସମ୍ପତ୍ତି ହେଉଛି ୪୦,୦୦୦ ଟଙ୍କା ।