ପ୍ରଥମେ ପରିବାର, ପରେ ଖେଳ! IPL 2021ରୁ ବିରତି ନେଲେ ରବିଚନ୍ଦ୍ରନ୍ ଅଶ୍ୱିନ
Advertisement
Article Detail0/zeeodisha/odisha890322

ପ୍ରଥମେ ପରିବାର, ପରେ ଖେଳ! IPL 2021ରୁ ବିରତି ନେଲେ ରବିଚନ୍ଦ୍ରନ୍ ଅଶ୍ୱିନ

ପରିବାର କୋରୋନା ସହ ଲଢେଇ କରୁଥିବାରୁ ସେମାନଙ୍କ ସେବା ପାଇଁ ଆଜିଠାରୁ ସେ ବିରତି ନେବାକୁ ନିଷ୍ପତ୍ତି ନେଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ଫାଇଲ ଫଟୋ

ଚେନ୍ନାଇ: IPL 2021ରେ ଭାରତୀୟ କ୍ରିକେଟର ତଥା ଦିଲ୍ଲୀ କ୍ୟାପିଟାଲ୍ ପ୍ଲେୟାର ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ବୃହତ ପଦକ୍ଷେପ। ପ୍ରଥମ କ୍ରିକେଟର ଭାବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିରତି ନେଲେ ଅଫ୍ ସ୍ପିନର। ପରିବାର କୋରୋନା ସହ ଲଢେଇ କରୁଥିବାରୁ ସେମାନଙ୍କ ସେବା ପାଇଁ ଆଜିଠାରୁ ସେ ବିରତି ନେବାକୁ ନିଷ୍ପତ୍ତି ନେଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ଏହି ଉତ୍କଟ କୋରୋନା କାଳରେ ଖେଳ ପଛ, ପରିବାର ଆଗ! ଏପରି କିଛି ଚିନ୍ତା କରିଛନ୍ତି ଦିଲ୍ଲୀ କ୍ୟାପିଟାଲର ଖେଳାଳି ରବିଚନ୍ଦ୍ରନ୍ ଅଶ୍ୱିନ। ସେଥିପାଇଁ ବୋଧ ହୁଏ ସେ ରାତି ଗୋଟାଏ ୧୫ରେ ଟ୍ୱିଟ୍ କରି ଏକ ବିଶେଷ ସୂଚନା ଦେଇଛନ୍ତି। ‘bio-bubble fatigue’ ପାଇଁ Liam Livingstone ରାଜସ୍ଥାନ ରୟାଲରୁ ବାହାରିଛନ୍ତି। କିନ୍ତୁ ନିଜ କୋରୋନା ଆକ୍ରାନ୍ତ ପରିବାରର ଯତ୍ନ ନେବା ପାଇଁ ରବିଚନ୍ଦ୍ରନ ଚଳିତ IPLରୁ ଅନିର୍ଦ୍ଧିଷ୍ଟ ସମୟ ପାଇଁ ବ୍ରେକ୍ ନେଇଛନ୍ତି।

Also Read: ଆଉ ୪ ଦିନ ପରେ ସୁନା କିଣିଲେ ପାଇବେ ଉପହାର

ଅଶ୍ୱିନ୍ ରବିବାର ସନରାଇଜର୍ସ ହାଇଦ୍ରାବାଦ (SunRisers Hyderabad) ବିପକ୍ଷ ମ୍ୟାଚ୍ ଖେଳିଥିଲେ ଏବଂ ଖେଳ ପରେ ସେ ଟ୍ୱିଟ୍ କରି IPLରୁ ବିରତି ନେବେ ବୋଲି ଘୋଷଣା କରିଥିଲେ। ସେ ତାଙ୍କ ଆଧିକାରୀକ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି, 'ଆସନ୍ତାକାଲି ଠାରୁ ମୁଁ ଚଳିତ ବର୍ଷର IPLରୁ ବିରତି ନେବି। ମୋ ପରିବାର ଏବଂ ସମ୍ପର୍କୀୟମାନେ କୋରୋନା (Covid19) ସହ ଲଢେଇ କରୁଛନ୍ତି ଏବଂ ମୁଁ ଏହି କଠିନ ସମୟରେ ସେମାନଙ୍କୁ ସପୋର୍ଟ କରିବାକୁ ଚାହୁଁଛି। ଯଦି ସବୁ ଠିକ୍ ହୋଇ ଯାଏ ତେବେ ମୁଁ ଖେଳିବା ପାଇଁ ଫେରିବି ବୋଲି ଆଶା କରୁଛି। ଧନ୍ୟବାଦ ଦିଲ୍ଲୀ କ୍ୟାପିଟାଲ୍ସ।'

fallback

ସେପଟେ ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals) ମଧ୍ୟ ନିଜ ଟିମର ଖେଳାଙ୍କ ପରିସ୍ଥିତିକୁ ବୁଝିଛି ଏବଂ ସମ୍ମାନ ମଧ୍ୟ ଜଣାଇଛି। ସେଥିପାଇଁ ଏହି ଜଟିଳ ପରିସ୍ଥିତିରେ ଟିମ୍ ରବିଚନ୍ଦ୍ରନ ଅଶ୍ୱିନ (Ravichandran Ashwin) ଙ୍କୁ ପୂର୍ଣ୍ଣ ସମର୍ଥନ କରୁଛି ଏବଂ ସମସ୍ତ ଖେଳାଳିଙ୍କ ସହ ଦିଲ୍ଲୀ କ୍ୟାପିଟାଲ୍ସ ଅଛି ବୋଲି କହିଛି।