Budh Shukra Yuti 2024: ବୁଧ ଏବଂ ଶୁକ୍ରଙ୍କ ମିଳନ କାରଣରୁ ୫ ରାଶିକୁ ବଡ଼ ପ୍ରଭାବ
Advertisement
Article Detail0/zeeodisha/odisha2236858

Budh Shukra Yuti 2024: ବୁଧ ଏବଂ ଶୁକ୍ରଙ୍କ ମିଳନ କାରଣରୁ ୫ ରାଶିକୁ ବଡ଼ ପ୍ରଭାବ

Budh Shukra Yuti 2024: ଯେତେବେଳେ ଦୁଇଟି ଗ୍ରହର ମିଳନ ହୁଏ ସେତେବେଳେ ଏହାର ପ୍ରଭାବ ସମସ୍ତ ୧୨ ଟି ରାଶିର ବ୍ୟକ୍ତିବିଶେଷଙ୍କ ଜୀବନ ଉପରେ ପଡିଥାଏ । ଆଜି ଆମେ ଆପଣଙ୍କୁ ୫ଟି ରାଶି ଉପରେ ପଡିବାକୁ ଯାଉଥିବା ପ୍ରଭାବ ବିଷୟରେ କହିବୁ । ଯାହା ବୁଧ ଏବଂ ଶୁଙ୍କର ମିଳନରୁ କ୍ଷତି ସହିବେ ।

Budh Shukra Yuti 2024: ବୁଧ ଏବଂ ଶୁକ୍ରଙ୍କ ମିଳନ କାରଣରୁ ୫ ରାଶିକୁ ବଡ଼ ପ୍ରଭାବ

Budh Shukra Yuti 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏଥର ମେ ୧୦ ତାରିଖ ଦିନ ବୁଧ ଗ୍ରହ ମେଷ ରାଶିରେ ଚଳନ କରିବେ । ଏଥିସହ ପୂର୍ବରୁ ମେଷରେ ଶୁକ୍ର ଅବସ୍ଥାନ କରିଛନ୍ତି । ଏଭଳି ପରିସ୍ଥିତିରେ ଚଳିତ ବର୍ଷ ମେ ୧୦ ତାରିଖରେ ମେଷ ରାଶିରେ ଶୁକ୍ର ଏବଂ ବୁଧଙ୍କ ସଂଯୋଗ ରହିଛି । ଶୁକ୍ର ଏବଂ ବୁଧର ମିଳନ କାରଣରୁ ଲକ୍ଷ୍ମୀ ନାରାୟଣ ଯୋଗ ମେଷ ରାଶିରେ ଗଠିତ ହେଉଛି । ଧାର୍ମିକ ବିଶ୍ୱାସ ଅନୁଯାୟୀ, ଯେତେବେଳେ ଦୁଇଟି ଗ୍ରହର ମିଳନ ହୋଇଥାଏ ସେତେବେଳେ ଅନେକ ରାଶିର ବ୍ୟକ୍ତି ଆର୍ଥିକ ଦୃଷ୍ଟିରୁ ଲାଭବାନ ହୋଇଥାନ୍ତି । ଏଥିସହ କିଛି ରାଶିର ବ୍ୟକ୍ତିବିଶେଷଙ୍କୁ ନକରାତ୍ମକ ଫଳ ମିଳିଥାଏ । ଫଳରେ ଆର୍ଥିକ କ୍ଷତି ହେବାର ମଧ୍ୟ ସମ୍ଭାବନା ରହିଥାଏ । ସେମାନଙ୍କ ଜୀବନରେ ସମସ୍ୟା ଉପୁଜିପାରେ । ଆସନ୍ତୁ ଜାଣିବା ଶୁକ୍ର ଏବଂ ବୁଧଙ୍କ ସଂଯୋଗ ପ୍ରଭାବରୁ କେଉଁ ରାଶିଗୁଡିକ ଉପରେ ନକରାତ୍ମକ ପ୍ରଭାବ ପଡିବ ।

ବୃଷ ରାଶି
ଶୁକ୍ର ଏବଂ ବୁଧର ମିଶ୍ରଣ କାରଣରୁ ଆପଣ ସାବଧାନ ରହିବା ନିହାତି ଆବଶ୍ୟକ । ଏହି ସମୟରେ ଆପଣଙ୍କର ବ୍ୟକ୍ତିଗତ ଜୀବନ ସହିତ ଜଡିତ କୌଣସି ପ୍ରମୁଖ ନିଷ୍ପତ୍ତି ନିଅନ୍ତୁ ନାହିଁ । ନଚେତ୍ ଭବିଷ୍ୟତରେ ଆପଣଙ୍କୁ ଅନୁତାପ କରିବାକୁ ପଡିପାରେ । ବ୍ୟବସାୟରେ ଭାବିଚିନ୍ତି ଟଙ୍କା ଲଗାନ୍ତୁ ନଚେତ ଆର୍ଥିକ କ୍ଷତି ସହିପାରନ୍ତି ।

ମିଥୁନ ରାଶି
ଆପଣଙ୍କୁ କିଛି କ୍ରନିକ ରୋଗର ଯନ୍ତ୍ରଣା ସାମ୍ନା କରିବାକୁ ପଡିପାରେ । ଯଦି ଆପଣ ଠିକ୍ ସମୟରେ ଡାକ୍ତରଙ୍କ ସହିତ ପରାମର୍ଶ ନକରନ୍ତି, ତେବେ ରୋଗ ବଢିପାରେ । କାର୍ଯ୍ୟକ୍ଷେତ୍ରରେ କୌଣସି ଯୁକ୍ତିତର୍କ କରନ୍ତୁ ନାହିଁ ନଚେତ ଚାକିରି ହରାଇପାରନ୍ତି । ପ୍ରତି କ୍ଷେତ୍ରରେ ହାତି ମାପି ଚାଖଣ୍ଡେ ଚାଲିବା ଆପଣଙ୍କ ପାଇଁ ଭଲ ।

ତୁଳା ରାଶି
ବୁଧ ଏବଂ ଶୁକ୍ରର ମିଳନ କାରଣରୁ ଆପଣଙ୍କ ପାଇଁ ସମସ୍ୟା ବଢିପାରେ । ବୈବାହିକ ଜୀବନରେ କିଛି ଦମ୍ପତ୍ତିଙ୍କ ମଧ୍ୟରେ ମନମାଳିନ୍ୟ ହୋଇପାରେ । ଘରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ଯେଉଁମାନଙ୍କର ନିଜର ବ୍ୟବସାୟ ଅଛି ସେମାନେ କାହାକୁ ଋଣ ଦେବା ଉଚିତ୍ ନୁହେଁ । ଯଦି ଆପଣ କାହାକୁ ଟଙ୍କା ଧାର ଦେଉଛନ୍ତି ତେବେ ଫେରି ପାଇବା ଆଶା ଛାଡି ଦିଅନ୍ତୁ ।

ବିଛା ରାଶି
ଆପଣ କୌଣସି କ୍ଷେତ୍ରରେ ଟଙ୍କା ବିନିଯୋଗ କରନ୍ତୁ ନାହିଁ । ନଚେତ୍ ଆପଣଙ୍କର ଟଙ୍କା ନଷ୍ଟ ହୋଇପାରେ । ଯେଉଁମାନଙ୍କ କ୍ଷେତ୍ରରେ ଗତ ମାସରେ ନୂଆ ପ୍ରେମ ସମ୍ପର୍କ ଗଢିଉଠିଥିଲା ସେମାନଙ୍କର ବ୍ରେକଅପ ହୋଇପାରେ । ବର୍ତ୍ତମାନ କୌଣସି ବଡ ବ୍ୟବସାୟ ସମ୍ବନ୍ଧୀୟ ଚୁକ୍ତି ଚୂଡାନ୍ତ କରନ୍ତୁ ନାହିଁ । ନଚେତ୍ ଆପଣଙ୍କୁ ଭବିଷ୍ୟତରେ ଅନୁତାପ କରିବାକୁ ପଡିବ ।

ମକର ରାଶି 
ରାଶି ଚଳନର ପ୍ରଭାବ କାରଣରୁ ଆପଣ  ଆର୍ଥିକ କ୍ଷତି ଭୋଗିପାରନ୍ତି । ଅଫିସରେ ବରିଷ୍ଠ ଅଧିକାରୀଙ୍କ ସହ ଝଗଡା ହେବାର ସମ୍ଭାବନା ରହିଛି । ଯେଉଁମାନଙ୍କର ନିଜର ବ୍ୟବସାୟ ରହିଛି ସେମାନଙ୍କୁ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡିପାରେ । କିଛି ଅଦରକାରୀ ପ୍ରସଙ୍ଗରେ ପିତାମାତାଙ୍କ ସହିତ ଝଗଡା ହେବାର ସମ୍ଭାବନା ରହିଛି ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Also Read- Jio Recharge Plan: ଜିଓର ଜବରଦସ୍ତ ରିଚାର୍ଜ ପ୍ଲାନ, ମାତ୍ର ୨୯ ଟଙ୍କାରେ ବଡ଼ ଲାଭ

Also Read- Mercury Transit Impact: ମେଷ ରାଶିରେ ବୁଧ ଚଳନ, ପକାଇବ କି ପ୍ରଭାବ ? ଜାଣନ୍ତୁ