May Planet Transit 2024: ମେ ମାସରେ ଗ୍ରହଚଳନ ପ୍ରଭାବ, ବୃଷ ସମେତ ଏହି ରାଶିକୁ ଅତ୍ୟନ୍ତ ଲାଭ
Advertisement
Article Detail0/zeeodisha/odisha2224745

May Planet Transit 2024: ମେ ମାସରେ ଗ୍ରହଚଳନ ପ୍ରଭାବ, ବୃଷ ସମେତ ଏହି ରାଶିକୁ ଅତ୍ୟନ୍ତ ଲାଭ

May Planet Transit 2024: ମେ ମାସରେ ଗ୍ରହମାନଙ୍କର ରାଶି ପରିବର୍ତ୍ତନ କାରଣରୁ ଅନେକ ଶୁଭ ଯୋଗ ମଧ୍ୟ ସୃଷ୍ଟି ହେବାକୁ ଯାଉଛି । ବୃଷ ରାଶିରେ ବୃହସ୍ପତି-ଶୁକ୍ରଙ୍କ ମିଳନ କାରଣରୁ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେବ । ସେହିପରି ବୃହସ୍ପତି-ଚନ୍ଦ୍ରଙ୍କ ମିଳନ କାରଣରୁ ଗଜକେଶରୀ ଯୋଗ ଏବଂ ରାହୁ-ମଙ୍ଗଳଙ୍କ ମିଳନ କାରଣରୁ ଅଙ୍ଗାରକ ଯୋଗ ସୃଷ୍ଟି ହେବ । ଏଥିସହ ଶନିଙ୍କ ସଂଯୋଗରୁ ମାଳବ୍ୟ, ଶୁକ୍ରଦିତ୍ୟ ଏବଂ ଶଶା ରାଜଯୋଗ ସୃଷ୍ଟି ହେବ ।

May Planet Transit 2024: ମେ ମାସରେ ଗ୍ରହଚଳନ ପ୍ରଭାବ, ବୃଷ ସମେତ ଏହି ରାଶିକୁ ଅତ୍ୟନ୍ତ ଲାଭ

May Planet Transit 2024: ଏପ୍ରିଲ ଶେଷ ସପ୍ତାହ ଚାଲିଥିବା ସମୟରେ ଖୁବ ଶୀଘ୍ର ମଇ ମାସ ଆରମ୍ଭ ହେବାକୁ ଯାଉଛି । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହମାନଙ୍କ ରାଶି ପରିବର୍ତ୍ତନ ଦୃଷ୍ଟିରୁ ମେ ମାସ ଅତ୍ୟନ୍ତ ଶୁଭ ହେବ । ଏହି ମାସରେ ବୃହସ୍ପତିଙ୍କ ସମେତ ଅନ୍ୟ ଗ୍ରହମାନଙ୍କର ପ୍ରଭାବ ଦେଖିବାକୁ ମିଳିବ । ପ୍ରାୟ ୧୩ ମାସ ପରେ ମଇ ୧ ତାରିଖ ଦିନ ବୃହସ୍ପତି ରାଶି ପରିବର୍ତ୍ତନ କରିବେ । ତା’ପରେ ମେ ୧୦ ତାରିଖ ଦିନ ବୁଧ ମେଷ ରାଶିରେ ଚଳନ କରିବେ । ଏହା ପରେ ମଇ ୧୪ ତାରିଖଦିନ ସୂର୍ଯ୍ୟ ମେଷ ରାଶିରୁ ବୃଷ ରାଶିକୁ ଚଳନ କରିବେ । ଏହା ପରେ ସୁଖ ଦାତା ଶୁକ୍ର ମଇ ୧୯ ରେ ତୁଳା ରାଶିରେ ଚଳନ କରିବେ । ଗ୍ରହମାନଙ୍କ ସଂଯୋଗରୁ ମାଳବ୍ୟ ରାଜଯୋଗ ସୃଷ୍ଟି ହେବାକୁ ଯାଉଛି । ମଇ ମାସରେ ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ସମସ୍ତ ରାଶିର ଲୋକଙ୍କୁ ବେଶ୍ ପ୍ରଭାବିତ କରିବ । ବିଶେଷ କରି ୩ଟି ରାଶିର ବ୍ୟକ୍ତିମାନେ ଅତ୍ୟନ୍ତ ଶୁଭଫଳ ପାଇବେ । ଆସନ୍ତୁ ଜାଣିବା କେଉଁ ରାଶିର ଭାଗ୍ୟ ଫିଟିବାକୁ ଯାଉଛି ।

ମେ ମାସରେ ଗ୍ରହମାନଙ୍କର ରାଶି ପରିବର୍ତ୍ତନ କାରଣରୁ ଅନେକ ଶୁଭ ଯୋଗ ମଧ୍ୟ ସୃଷ୍ଟି ହେବାକୁ ଯାଉଛି । ବୃଷ ରାଶିରେ ବୃହସ୍ପତି-ଶୁକ୍ରଙ୍କ ମିଳନ କାରଣରୁ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେବ । ସେହିପରି ବୃହସ୍ପତି-ଚନ୍ଦ୍ରଙ୍କ ମିଳନ କାରଣରୁ ଗଜକେଶରୀ ଯୋଗ ଏବଂ ରାହୁ-ମଙ୍ଗଳଙ୍କ ମିଳନ କାରଣରୁ ଅଙ୍ଗାରକ ଯୋଗ ସୃଷ୍ଟି ହେବ । ଏଥିସହ ଶନିଙ୍କ ସଂଯୋଗରୁ ମାଳବ୍ୟ, ଶୁକ୍ରଦିତ୍ୟ ଏବଂ ଶଶା ରାଜଯୋଗ ସୃଷ୍ଟି ହେବ ।

ବୃଷ ରାଶି
ଆପଣଙ୍କ ପାଇଁ ମେ ମାସ ଅତ୍ୟନ୍ତ ଶୁଭ ବୋଲି ପ୍ରମାଣିତ ହେବ । ବୃହସ୍ପତିଙ୍କ ପ୍ରଭାବରୁ ଅନେକ ରାଜଯୋଗ ସୃଷ୍ଟି ହେବ । ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ୍ ଦେବ । ଆପଣ କର୍ମକ୍ଷେତ୍ରରେ ଭଲ ସଫଳତା ପାଇବେ । ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ । ଆର୍ଥିକ ଲାଭ ପାଇଁ ଅନେକ ସୁଯୋଗ ରହିଛି । ଆପଣଙ୍କ ଆର୍ଥିକ ଅବସ୍ଥାରେ ଭଲ ଉନ୍ନତି ଆସିବ । ପାରିବାରିକ ଖୁସି ମିଳିବ । ନୂଆ ଚାକିରି ଅଫର୍ ଆସିପାରେ । କ୍ୟାରିଅରରେ ଆପଣଙ୍କୁ ଭଲ ସଫଳତା ମିଳିବ । ବ୍ୟବସାୟ କରିବା ପାଇଁ ଏହି ମାସ ଅତ୍ୟନ୍ତ ଶୁଭପ୍ରଦ ।

ସିଂହ ରାଶି
ଗ୍ରହମାନଙ୍କର ରାଶି ପରିବର୍ତ୍ତନର ଶୁଭଫଳ ଆପଣଙ୍କ ଜୀବନରେ ସକରାତ୍ମକ ପ୍ରଭାବ ପକାଇବ । ଦଶମ ଘରେ ବୃହସ୍ପତିଙ୍କ ସ୍ଥାନ ଥିବାରୁ ଆପଣଙ୍କୁ ଭଲ ଲାଭ ମିଳିବ । କୌଣସି ସ୍ଥାନରୁ ହଠାତ୍ ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି । କାର୍ଯ୍ୟକ୍ଷେତ୍ରରେ ନୂଆ ଯୋଜନା କରି ଆଗକୁ ବଢିବେ । ଚାକିରିରେ କିଛି ଭଲ ଖବର ଶୁଣିପାରନ୍ତି । ପ୍ରେମ ଜୀବନରେ ସମୟ ଖୁବ ଶୁଭ ବୋଲି ପ୍ରମାଣିତ ହେବ ।

କୁମ୍ଭ ରାଶି
ରାଶି ପରିବର୍ତ୍ତନ ତଥା ଗ୍ରହ ଚଳନ ପ୍ରଭାବରୁ ଆପଣଙ୍କୁ ମେ ମାସରେ ଅନେକ ଶୁଭ ଖବର ମିଳିବ । କ୍ୟାରିୟରରେ ନୂତନ ସୁଯୋଗ ପାଇପାରିବେ । ବିନିଯୋଗରୁ ଆପଣଙ୍କୁ ଭଲ ଲାଭ ମିଳିବ । ଅସମ୍ପୂର୍ଣ୍ଣ କାର୍ଯ୍ୟରେ ଆପଣ ସଫଳତା ପାଇବେ । ମାସଟି ସାରା ଖୁସି ଏବଂ ଶାନ୍ତିରେ ଆପଣଙ୍କ ଦିନ କଟିବ । 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Also Read- ଲୁଣା ନଦୀରେ ଅଘଟଣ, ଭାସିଗଲେ ୨ ଛାତ୍ରୀ

Also Read- Shani Gochar: ଶନିଙ୍କ ଚଳନରୁ ପଞ୍ଚମହାପୁରୁଷ ଯୋଗ, ଏହି ୩ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ