Advertisement
Photo Details/zeeodisha/odisha2252607
photoDetails0hindi

Lucky Zodiac Sign: ୧୮ ମଇରେ ଶଶା ରାଜଯୋଗର ଶୁଭ ସମକକ୍ଷ, ୫ ରାଶିକୁ ମିଳିବ ଶନିଙ୍କ ଆଶୀର୍ବାଦ

ଶନିଦେବ ନିଜ ମୂଳତ୍ରିକୋଣ ତଥା କୁମ୍ଭ ରାଶିରେ ଚଳନ କରିବେ । ଯେଉଁ କାରଣରୁ ଶଶା ରାଜଯୋଗ ସୃଷ୍ଟି ହେଉଛି । ବୁଧରେ ଚନ୍ଦ୍ରଙ୍କ ଗମନ ମଧ୍ୟ ବିଶେଷ ପ୍ରଭାବ ପକାଇବ । କୃଷ୍ଣ ପକ୍ଷର ଦଶମ ଦିନରେ ଶଶା ଯୋଗ ସହିତ ରବି ଯୋଗ, ହର୍ଷ ଯୋଗର ଶୁଭ ମିଶ୍ରଣ କାରଣରୁ ଦିନଟିର ଗୁରୁତ୍ୱ ଅଧିକ ରହିଛି । ବୈଦିକ ଜ୍ୟୋତିଷ ଅନୁଯାୟୀ ମିଥୁନ

1/5

ମିଥୁନ ରାଶି -  ୧ ୮ ମଇ ମିଥୁନ ରାଶିର ଲୋକଙ୍କ ପାଇଁ ଖୁବ ସ୍ୱତନ୍ତ୍ର ହେବାକୁ ଯାଉଛି । କାର୍ଯ୍ୟରେ ଆପଣ ସଫଳତା ପାଇବେ । ବ୍ୟବସାୟରେ ନୂଆ ତଥା ଲାଭଜନକ ପ୍ରକଳ୍ପ ଆରମ୍ଭ କରିପାରନ୍ତି । ବ୍ୟବସାୟରେ ଭଲ ଲାଭ ଉପାର୍ଜନ ହେବ । କାର୍ଯ୍ୟରତ ବ୍ୟକ୍ତିମାନେ ଦିନଟିରେ କାର୍ଯ୍ୟ ସମାପ୍ତ କରିବେ । ସହକର୍ମୀମାନଙ୍କ ସହିତ ସମୟ ଅତିବାହିତ କରିବେ । ନୂଆ ଚାକିରି ଖୋଜିବା ସହ ପାଇବାରେ ସକ୍ଷମ ହୋଇପାରିବେ । ପାରିବାରିକ ସମ୍ପର୍କରେ କିଛି ପରିବର୍ତ୍ତନ ହୋଇପାରେ । ଅବିବାହିତ ବ୍ୟକ୍ତିଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ଆପଣ ପିତାମାତାଙ୍କ ସହିତ ଗୁଣାତ୍ମକ ସମୟ ଅତିବାହିତ କରିବେ । ପରିବାର ସଦସ୍ୟଙ୍କ ସହ ସାମାଜିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି ।

2/5

ସିଂହ ରାଶି -  ୧୮ ମଇରେ ଆପଣଙ୍କ ପାଇଁ ଏକ ବିଶେଷ ଦିନ ହେବାକୁ ଯାଉଛି । ଆପଣଙ୍କ ଉପରେ ଶନି ଦେବଙ୍କ ବିଶେଷ ଆଶୀର୍ବାଦ ରହିବ । ଜୀବନର ସମସ୍ତ ସମସ୍ୟା ଏବଂ ପ୍ରତିବନ୍ଧକ ଶେଷ ହେବାକୁ ଯାଉଛି । ଜୀବନରେ କେବଳ ସୁଖ ରହିବ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଆପଣଙ୍କର ଆୟ ବୃଦ୍ଧି ପାଇବ । ଟଙ୍କା ସଞ୍ଚୟ କରିବାରେ ସମର୍ଥ ହେବେ । ବ୍ୟବସାୟୀମାନେ ଏକ ବଡ ଡିଲ୍ କରିପାରନ୍ତି । ବ୍ୟାଙ୍କ ବାଲାନ୍ସରେ ବଢିବାକୁ ଲାଗିବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରରୁ ମୁକ୍ତି ପାଇବେ । ପାରିବାରିକ ଏବଂ ବୈବାହିକ ଜୀବନ ସୁଖରେ କଟିବ । ପରିବାର ସଦସ୍ୟଙ୍କ ସହ ଧାର୍ମିକ ସ୍ଥାନ ପରିଦର୍ଶନ କରିବାକୁ ଯୋଜନା କରିବେ । ଛୋଟ ପିଲାମାନଙ୍କ ସହିତ ଭଲ ସମ୍ପର୍କ ରହିବ । 

3/5

ବିଛା ରାଶି -  ୧୮ ମଇରେ ଆପଣଙ୍କ ପାଇଁ ଶୁଭ ଦିନ ହେବାକୁ ଯାଉଛି । କଠିନ ପରିଶ୍ରମ କରିବା ସହ ଉତ୍କୃଷ୍ଟ ଫଳାଫଳ ପାଇବେ । ଆପଣଙ୍କ ଭାବମୂର୍ତ୍ତି ଉନ୍ନତି ହେବ । ନୂତନ ଅତିଥି ଆପଣଙ୍କ ଘରକୁ ଆସିପାରନ୍ତି । ଘରେ ଉତ୍ସବର ପରିବେଶ ବଜାୟ ରହିବ । ବ୍ୟବସାୟୀଙ୍କ ପାଇଁ ନୂଆ ଆୟର ଉତ୍ସ ରହିଛି ।  ଅର୍ଥନେତିକ ପରିସ୍ଥିତି ଦୃଢ ହେବ । ବୈବାହିକ ଜୀବନରେ ପୂର୍ବରୁ ଥିବା ମତଭେଦ ଦୂର ହୋଇଯିବ । ଘରର ବରିଷ୍ଠ ସଦସ୍ୟଙ୍କ ପରାମର୍ଶ ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ ।

4/5

ମକର ରାଶି -  ୧୮ ମଇରେ ଆପଣଙ୍କ ପାଇଁ ଲାଭଦାୟକ ଫଳ ମିଳିବ । ସଫଳତାର ଶିଖରରେ ପହଞ୍ଚିବାର ସୁଯୋଗ ପାଇପାରନ୍ତି । କଠିନ ପରିଶ୍ରମ କରି ଆପଣ ଭଲ ସଫଳତା ପାଇବେ । ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ପାଇବେ । କ୍ୟାରିୟରରେ ମଧ୍ୟ ଆଗକୁ ବଢିବେ । ବ୍ୟବସାୟୀମାନେ ନିଜ କାର୍ଯ୍ୟରେ ବ୍ୟସ୍ତ ରହିବେ ।  ଆପଣଙ୍କର ରୋଜଗାର ଦ୍ୱିଗୁଣିତ ହୋଇପାରେ । ଯେଉଁମାନେ ଚାକିରି, ଭ୍ରମଣ କିମ୍ବା ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ଚାହାଁନ୍ତି ସେମାନଙ୍କର ସ୍ୱପ୍ନ ପୂରଣ ହୋଇପାରିବ । ଜୀବନସାଥୀଙ୍କ ସହ ସମ୍ପର୍କ ଆହୁରି ସୁମଧୁର ହେବ । ପ୍ରେମ ସମ୍ପର୍କରେ ନୂଆ ଉତ୍ସାହ ରହିବ । ସ୍ୱାସ୍ଥ୍ୟ ସଂପୂର୍ଣ୍ଣ ଭଲ ରହିବ ।

5/5

ମୀନ ରାଶି -  ୧୮ ମଇରେ ଆପଣଙ୍କ ପାଇଁ ଶୁଭଫଳ ମିଳିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଦୈନନ୍ଦିନ କାର୍ଯ୍ୟରେ ସୁସ୍ଥ ଖାଦ୍ୟ ଏବଂ ବ୍ୟାୟାମ ଅନ୍ତର୍ଭୁକ୍ତ କରିବେ । ଶାରୀରିକ ଏବଂ ମାନସିକ ସ୍ତରରେ ଦୃଢ ହେବେ । ଦାମ୍ପତ୍ୟ ଜୀବନରେ ଜୀବନସାଥୀଙ୍କ ସହିତ ଅଧିକ ସମୟ ବିତାଇବେ । ବାପାଙ୍କ ସାହାଯ୍ୟରେ ନୂଆ ଗାଡି କିମ୍ବା ଜମି କିଣିବାର ଇଚ୍ଛା ପୂରଣ ହେବ । କ୍ୟାରିଅରରେ ଅଗ୍ରଗତି ଭଲ ରହିବ । କଠିନ ପରିଶ୍ରମ କରିବା କାରଣରୁ ସଫଳତା ପାଇବେ । ସାଙ୍ଗମାନଙ୍କ ସହିତ ଏକ ଦୁଃସାହସିକ ଯାତ୍ରା କରିପାରନ୍ତି ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)