Rahu Gochar 2024: ମେ ୨୩ରୁ ରାହୁ ହୋଇଯିବେ ବାହୁବଳୀ, ୩ ରାଶିର ବ୍ୟକ୍ତିଙ୍କୁ ଅତ୍ୟନ୍ତ ଶୁଭଫଳ
Advertisement
Article Detail0/zeeodisha/odisha2249170

Rahu Gochar 2024: ମେ ୨୩ରୁ ରାହୁ ହୋଇଯିବେ ବାହୁବଳୀ, ୩ ରାଶିର ବ୍ୟକ୍ତିଙ୍କୁ ଅତ୍ୟନ୍ତ ଶୁଭଫଳ

Rahu Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମେ ୨୩ ପରେ ରାହୁଙ୍କ ଶକ୍ତି ବହୁତ ବୃଦ୍ଧି ପାଇବାକୁ ଯାଉଛି । ଏଭଳି ପରିସ୍ଥିତିରେ ରାହୁ କିଛି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ । ତେବେ ଆସନ୍ତୁ ଜାଣିବା କେଉଁ ରାଶି ପାଇବେ ଶୁଭଫଳ ।

Rahu Gochar 2024: ମେ ୨୩ରୁ ରାହୁ ହୋଇଯିବେ ବାହୁବଳୀ, ୩ ରାଶିର ବ୍ୟକ୍ତିଙ୍କୁ ଅତ୍ୟନ୍ତ ଶୁଭଫଳ

Rahu Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ରାହୁ ଗ୍ରହକୁ ପାପପୂର୍ଣ୍ଣ ଏବଂ ଛାୟା ଗ୍ରହ ଭାବରେ ବିବେଚନା କରାଯାଇଛି । ରାହୁ ଏକ ପାପୀ ଏବଂ ଛାୟା ଗ୍ରହ ହୋଇଥିଲେ ମଧ୍ୟ ରାହୁଙ୍କ ଗତିବିଧିରେ ପରିବର୍ତ୍ତନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ । ରାହୁଙ୍କ ରାଶି ପରିବର୍ତ୍ତନ କିଛି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ଦେଉଥିବା ସମୟରେ କିଛି ରାଶିର ବ୍ୟକ୍ତି ନକରାତ୍ମକ ଫଳ ପାଇଥାନ୍ତି । ଜ୍ୟୋତିଷଙ୍କ କହିବା ଅନୁଯାୟୀ, ରାହୁ ଗତ ବର୍ଷ ଅର୍ଥାତ୍ ୨୦୨୩ ମସିହାରେ ମୀନରେ ରିଟ୍ରୋଗ୍ରେଡ୍ କରିଥିଲେ। ବର୍ତ୍ତମାନ ସମୟରେ ମଧ୍ୟ ରାହୁ ମୀନରେ ଅବସ୍ଥିତ ଅଛନ୍ତି । ବର୍ତ୍ତମାନ ରାହୁଙ୍କ ଶକ୍ତି ବୃଦ୍ଧି ପାଇବାକୁ ଯାଉଛି । ୨୩ ମଇରୁ ରାହୁଙ୍କ ଶକ୍ତି ୧୨ ଡିଗ୍ରୀରୁ ୧୮ ଡିଗ୍ରୀକୁ ବୃଦ୍ଧି ପାଇବ । ଏଭଳି ପରିସ୍ଥିତିରେ ରାହୁ ଶକ୍ତିଶାଳୀ ହେବା ସହ ଯୌବନ ଯୁଗରେ ପ୍ରବେଶ କରିବେ । ଯେଉଁମାନେ କିଶୋର ଅବସ୍ଥାରୁ ଯୌବନରେ ପାଦ ଦେବାକୁ ଯାଉଛନ୍ତି ସେମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ । ଆସନ୍ତୁ ଜାଣିବା ରାହୁଙ୍କ ଶକ୍ତି ବୃଦ୍ଧି କେଉଁ ରାଶିକୁ ଶୁଭଫଳ ଦେବ ।

ଧନୁ ରାଶି
ଏହି ସମୟରେ ରାହୁ ଆପଣଙ୍କ ରାଶିରେ ମହାବଳି ଯୋଗ ସୃଷ୍ଟି କରୁଛନ୍ତି। ଆପଣଙ୍କ ରାଶିର ଚତୁର୍ଥ ଘରେ ମହାବଳି ଯୋଗ ଗଠନ ହେଉଛି । ଜୁନ୍ ୧ ପର୍ଯ୍ୟନ୍ତ ଆପଣଙ୍କ ଜୀବନରେ କିଛି ଉତ୍ଥାନ-ପତନ ହୋଇପାରେ। କିନ୍ତୁ ଜୁନ୍ ୧ ପରେ ଆପଣଙ୍କୁ ଅନେକ ଲାଭ ମିଳିବ । ଜୀବନରେ ସକରାତ୍ମକ ପ୍ରଭାବ ଦେଖିବେ ।
ପରିବାରରେ ସୁଖ ଭରିଯିବ । ସମ୍ପର୍କକୁ ନେଇ ଚାଲିଥିବା ମତଭେଦ ଦୂର ହେବ । ମିଠା କଥା କହି ଅନ୍ୟର ମନ ଜିଣିବେ । ବ୍ୟବସାୟୀମାନଙ୍କ ଏହି ସମୟ ଲାଭଦାୟକ ହେବ । ସରକାରୀ ସେବା, ରାଜନୀତି ଏବଂ କଳା ସହିତ ଜଡିତ ବ୍ୟକ୍ତିମାନେ ଖୁବ୍ ଶୀଘ୍ର ଭଲ ଖବର ପାଇବେ ।

ତୁଳା ରାଶି
ରାହୁ ମହାବଳି ହେବା କାରଣରୁ ଆପଣ ଅତ୍ୟନ୍ତ ଲାଭ ପାଇବେ । ରାହୁ ବର୍ତ୍ତମାନ ତୁଳା ରାଶିର ଷଷ୍ଠ ଘରେ ଅଛନ୍ତି। ଏପରି ପରିସ୍ଥିତିରେ, ତୁଳା ରାଶିର ବ୍ୟକ୍ତିମାନେ କୋର୍ଟ କଚେରୀ ମାମଲାରୁ ମୁକ୍ତି ପାଇବେ । ସମସ୍ତ ପ୍ରକାର ଋଣରୁ ଆପଣ ଆରାମ ପାଇବେ । ଧନ ବୃଦ୍ଧି ହେବାର ସୁଯୋଗ ରହିଛି । ଜୀବନରେ ଚାଲିଥିବା ଉତ୍ଥାନ-ପତନ ସମସ୍ୟା ଦୂର ହେବ । କାର୍ଯ୍ୟକ୍ଷେତ୍ରରେ ସମ୍ପ୍ରସାରଣ ହେବ । ପରିବାରରେ ସୁଖର ପରିବେଶ ରହିବ । ବରିଷ୍ଠମାନଙ୍କଠାରୁ ସମର୍ଥନ ପାଇବେ । କ୍ୟାରିୟର ସମ୍ବନ୍ଧୀୟ ଭଲ ଖବର ପାଇପାରନ୍ତି । ରାହୁଙ୍କ ପ୍ରଭାବ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ ।

କୁମ୍ଭ ରାଶି
ଯୁବାବସ୍ଥାରେ ରାହୁଙ୍କ ପ୍ରବେଶ ଆପଣଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ପ୍ରମାଣିତ ହୋଇପାରେ । ରାହୁ କୁମ୍ଭ ରାଶିର ଧନ ଘରେ ଚଳନ କରିବେ । ଏହି ସମୟରେ ମଙ୍ଗଳ ମଧ୍ୟ ମୀନରେ ଉପସ୍ଥିତ ରହି ଅଙ୍ଗାର୍କ ଯୋଗ ଗଠନ କରୁଛନ୍ତି । ତେଣୁ ଆପଣଙ୍କୁ ଜୁନ ୧୦ ପରେ ଅତ୍ୟନ୍ତ ଶୁଭଫଳ ମିଳିବ । କ୍ୟାରିୟରରେ ହଠାତ୍ ପରିବର୍ତ୍ତନ ଆସିବ । ଷ୍ଟକ୍ ମାର୍କେଟରେ ବିନିଯୋଗ କରି ଲାଭ ପାଇବେ । ପରିବାରରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Also Read- ସାକ୍ଷୀଗୋପାଳ ମନ୍ଦିରରେ ସେବାୟତଙ୍କୁ ଆକ୍ରମଣ, ୨ ଲହୁଲୁହାଣ

Also Read- Saturn Transit 2024: ଶନିଦେବଙ୍କ ଆଶୀର୍ବାଦ, ବର୍ଷେ ପର୍ଯ୍ୟନ୍ତ ୫ଟି ରାଶିର ଭାଗ୍ୟ ଉଜ୍ୱଳ