Rashifal 7 May 2024: ମଙ୍ଗଳବାର ସୂର୍ଯ୍ୟଙ୍କ ପରି ଚମକିବ ଏହି ରାଶିର ଭାଗ୍ୟ, ଜାଣନ୍ତୁ ରାଶିଫଳ
Advertisement
Article Detail0/zeeodisha/odisha2237090

Rashifal 7 May 2024: ମଙ୍ଗଳବାର ସୂର୍ଯ୍ୟଙ୍କ ପରି ଚମକିବ ଏହି ରାଶିର ଭାଗ୍ୟ, ଜାଣନ୍ତୁ ରାଶିଫଳ

Rashifal 7 May 2024: ୭ ମଇ ମଙ୍ଗଳବାର ଦିନ କେମିତି କଟିବ ଆପଣଙ୍କ ଦିନ ? ମେଷଠାରୁ ମୀନ ପର୍ଯ୍ୟନ୍ତ ୧୨ଟି ରାଶିର ଭାଗ୍ୟଫଳ ଜାଣନ୍ତୁ ।

Rashifal 7 May 2024: ମଙ୍ଗଳବାର ସୂର୍ଯ୍ୟଙ୍କ ପରି ଚମକିବ ଏହି ରାଶିର ଭାଗ୍ୟ, ଜାଣନ୍ତୁ ରାଶିଫଳ

Rashifal 7 May 2024: ମଙ୍ଗଳବାର ଦିନ କିପରି କଟିବ ଆପଣଙ୍କ ଦିନ ଏବଂ ଯଦି କୌଣସି ସମସ୍ୟା ଥାଏ ତେବେ କେଉଁ ଉପାୟ ଅବଲମ୍ୱନ କଲେ ମିଳିବ ସମାଧାନ ଆସନ୍ତୁ ଜାଣିବା ଜ୍ୟୋତିଷଙ୍କଠାରୁ ପରାମର୍ଶ ।

ମେଷ ରାଶି
ବ୍ୟବସାୟରେ ନୂଆ ଯୋଜନା କରିବେ । ଜୀବନସାଥୀଙ୍କ ସହିତ ସମ୍ପର୍କ ଭଲ ରହିବ । ସକାଳ ସମୟରେ ବଜରଙ୍ଗବାଲୀଙ୍କ ମନ୍ତ୍ର ଜପ କରନ୍ତୁ । ମାଙ୍କଡକୁ କଦଳୀ ଖାଇବାକୁ ଦିଅନ୍ତୁ ଶୁଭଫଳ ମିଳିବ ।

ବୃଷ ରାଶି
ଭାଇଭଉଣୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ । ଅନାବଶ୍ୟକ ସମସ୍ୟାରେ ଜଡିତ ହୁଅନ୍ତୁ ନାହିଁ । ବ୍ୟବସାୟରେ ଧୀର ଅଗ୍ରଗତି ହେବ । ସକାଳେ ଗରିବ ଲୋକଙ୍କୁ ଖାଦ୍ୟ ଦିଅନ୍ତୁ । ଶୁକ୍ରଙ୍କ ବିଜ ମନ୍ତ୍ର ଜପ କରନ୍ତୁ।

ମିଥୁନ ରାଶି
ଶିକ୍ଷା ଏବଂ ପ୍ରତିଯୋଗିତା କ୍ଷେତ୍ରରେ କଠିନ ପରିଶ୍ରମ କଲେ ସଫଳତା ପାଇବେ । ଅନାବଶ୍ୟକ ଚାପରୁ ଦୂରେଇ ରୁହନ୍ତୁ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ସକାଳେ ଗୋମାତାଙ୍କୁ ସବୁଜ ଖାଦ୍ୟ ଅର୍ପଣ କରନ୍ତୁ । ମଙ୍ଗଳଙ୍କ ବିଜ ମନ୍ତ୍ର ଜପ କରନ୍ତୁ।

କର୍କଟ ରାଶି
ମହିଳା ଅଧିକାରୀଙ୍କଠାରୁ ସମର୍ଥନ ପାଇବେ । ଆପଣଙ୍କ ପାଇଁ ସଫଳତାର ସୁଯୋଗ ରହିଛି । ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ରୋଜଗାର ପାଇଁ କରିଥିବା ପ୍ରୟାସ ଫଳପ୍ରଦ ହେବ । ଗରିବ ଲୋକଙ୍କୁ ମଇଦା କିମ୍ବା ଚାଉଳ ଦାନ କରନ୍ତୁ । ଚନ୍ଦ୍ରଙ୍କ ବିଜ ମନ୍ତ୍ର ଜପ କରନ୍ତୁ ।

ସିଂହ ରାଶି
ଜୀବିକା କ୍ଷେତ୍ରରେ ଆପଣ ଅଗ୍ରଗତି କରିବେ । ପାରିବାରିକ ଜୀବନ ଖୁସିରେ କଟିବ । ସାମାଜିକ କାର୍ଯ୍ୟରେ ଆପଣଙ୍କ ଆଗ୍ରହ ବଢିବ । କୌଣସି ସ୍ଥାନରୁ ପ୍ରଶଂସା ମିଳିବା ସୁଯୋଗ ରହିଛି ।

କନ୍ୟା ରାଶି
ଆପଣଙ୍କ ସ୍ୱାସ୍ଥ୍ୟକୁ ନେଇ ସତର୍କ ରୁହନ୍ତୁ । ପରିବାର କିମ୍ବା ବନ୍ଧୁଙ୍କ ସହିତ ଅନାବଶ୍ୟକ ଆଲୋଚନା କରନ୍ତୁ ନାହିଁ । ଆପଣଙ୍କର ମାନସିକ ଅବସ୍ଥା ବିଗିଡିପାରେ । ସମ୍ମାନ ବୃଦ୍ଧି ହେବାର ସମ୍ଭାବନା ଅଛି । ଜଣେ ମହିଳା ଅଧିକାରୀଙ୍କ ସମର୍ଥନ ପାଇବେ । ସକାଳେ ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ । ବୁଦ୍ଧଙ୍କ ବିଜ ମନ୍ତ୍ର ଜପ କରନ୍ତୁ ।

ତୁଳା ରାଶି
ବୈବାହିକ ଜୀବନ ଖୁସିରେ କଟିବ । ଘରୋଇ ଜିନିଷ କିଣାକିଣି କରିପାରନ୍ତି । ସକାଳେ ଛୋଟ ଝିଅକୁ ଉପହାର ଦିଅନ୍ତୁ । ଶୁକ୍ରଙ୍କ ବିଜ ମନ୍ତ୍ର ଜପ କରନ୍ତୁ ।

ବିଛା ରାଶି
ସମ୍ପର୍କରେ ଘନିଷ୍ଠତା ରହିବ । ପରିବାରରେ କିଛି ଉତ୍ସବ ହୋଇପାରେ ।  କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ସଫଳତା ମିଳିବାର ସମ୍ଭାବନା ଅଛି । ସକାଳ ସମୟରେ ହନୁମାନ ଚାଲିସା ପାଠ କରନ୍ତୁ । ମାଙ୍କଡ଼କୁ କଦଳୀ ଖାଇବାକୁ ଦିଅନ୍ତୁ ।

ଧନୁ ରାଶି
କୌଣସି ପ୍ରଶାସନିକ ସହାୟତା ମିଳିପାରେ । ରାଜନୀତି କ୍ଷେତ୍ରରେ ଆପଣଙ୍କ ପାଇଁ ଏକ ଭଲ ଦିନ । ସକାଳେ ଗୋମାତାଙ୍କୁ ରୁଟି ସହ କଦଳୀ ଖାଇବାକୁ ଦିଅନ୍ତୁ । ବୃହସ୍ପତିଙ୍କ ବିଜ ମନ୍ତ୍ର ଜପ କରନ୍ତୁ।

ମକର ରାଶି
ପରିବାର ସଦସ୍ୟଙ୍କ ଅସୁସ୍ଥତା ନେଇ ଚିନ୍ତିତ ହୋଇପାରନ୍ତି । ସମ୍ପର୍କର ସୀମା ମଧ୍ୟରେ ରହିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କ ମାନ ସମ୍ମାନ ବୃଦ୍ଧି ପାଇବ । ସକାଳ ସମୟରେ ଶନି ଦେବଙ୍କ ବିଜ ମନ୍ତ୍ର ଜପ କରନ୍ତୁ । ଆହତ କୁକୁରକୁ ଚିକିତ୍ସା କରନ୍ତୁ ।

କୁମ୍ଭ ରାଶି
ବୁଦ୍ଧି ବିବେକ ଖଟାଇ କରିଥିବା କାମରେ ସଫଳ ହେବେ । ଦୂରଯାତ୍ରା କରିବାର ସମ୍ଭାବନା ରହିଛି । ଦୂରଯାତ୍ରା ସମୟରେ ଗାଡି ଧିରେ ଚଲାନ୍ତୁ । କୁକୁରକୁ କାଦ୍ୟ ଖାଇବାକୁ ଦିଅନ୍ତୁ । ସନ୍ଧ୍ୟା ସମୟରେ ଶନି ମନ୍ଦିରକୁ ଯାଇ ତେଲ ଦୀପ ଜାଳନ୍ତୁ ।

ମୀନ ରାଶି
ଅନୁସନ୍ଧାନ କ୍ଷେତ୍ରରେ ଅଧିକ ସଫଳତାର ଯୋଗ ରହିଛି । ପାରିବାରିକ ଜୀବନ ଖୁସିମୟ ହେବ । ପ୍ରଶାସନିକ ଅଧିକାରୀଙ୍କଠାରୁ ସହାୟତା ପାଇବେ । ବୃହସ୍ପତିଙ୍କ ବିଜ ମନ୍ତ୍ର ଜପ କରନ୍ତୁ । ଗୋମାତାଙ୍କୁ ରୁଟି ସହ କଦଳୀ ଖାଇବାକୁ ଦିଅନ୍ତୁ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Also Read- Amarnath Yatra 2024: ଅମରନାଥଙ୍କ କାହାଣୀ ଶୁଣିଥିବା ପାରା ରହସ୍ୟ କ'ଣ? ଏବେ ବି ମିଳୁଛି ଦର୍ଶନ !

Also Read- କାଳବୈଶାଖୀ ବଦଳାଇଲା ହେଲିକପ୍ଟର ଦିଗ, ରାଜଧାନୀ ବଦଳରେ ଝାରସୁଗୁଡାରେ ଓହ୍ଲାଇଲେ ନବୀନ