Surya Gochar 2024: ସୂର୍ଯ୍ୟଙ୍କ ଚଳନ ପ୍ରଭାବ,ଏହି ରାଶି ବ୍ୟକ୍ତିଙ୍କ ପ୍ରେମ ଜୀବନରେ ବଢିବ ଚିନ୍ତା
Advertisement
Article Detail0/zeeodisha/odisha2181436

Surya Gochar 2024: ସୂର୍ଯ୍ୟଙ୍କ ଚଳନ ପ୍ରଭାବ,ଏହି ରାଶି ବ୍ୟକ୍ତିଙ୍କ ପ୍ରେମ ଜୀବନରେ ବଢିବ ଚିନ୍ତା

Sun Transit 2024: ଗ୍ରହମାନଙ୍କର ରାଜା ସୂର୍ଯ୍ୟଦେବ ଖୁବ୍ ଶୀଘ୍ର ରାଶି ପରିବର୍ତ୍ତନ କରିବେ । ୧୩ ଏପ୍ରିଲ ରାତି ୦୮.୫୧ ରେ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରିବେ । ସୂର୍ଯ୍ୟଙ୍କ ଏହି ଚଳନ ପ୍ରଭାବରୁ କିଛି ରାଶିର ବ୍ୟକ୍ତିବିଶେଷଙ୍କ ମନରେ ସାହସ ଜାଗ୍ରତ ହେବା ସମୟରେ କିଛି ରାଶିର ବ୍ୟକ୍ତି ସାହସ ହରାଇବେ । ସମ୍ପର୍କ ଦୃଷ୍ଟିକୋଣରୁ ସୂର୍ଯ୍ୟଙ୍କର ଏହି ଚଳନ କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆଦୌ ଭଲ ହେବ ନାହିଁ ।

Surya Gochar 2024: ସୂର୍ଯ୍ୟଙ୍କ ଚଳନ ପ୍ରଭାବ,ଏହି ରାଶି ବ୍ୟକ୍ତିଙ୍କ ପ୍ରେମ ଜୀବନରେ ବଢିବ ଚିନ୍ତା

Sun Transit 2024: ଗ୍ରହମାନଙ୍କର ରାଜା ସୂର୍ଯ୍ୟଦେବ ଖୁବ୍ ଶୀଘ୍ର ରାଶି ପରିବର୍ତ୍ତନ କରିବେ । ୧୩ ଏପ୍ରିଲ ରାତି ୦୮.୫୧ ରେ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରିବେ । ସୂର୍ଯ୍ୟଙ୍କ ଏହି ଚଳନ ପ୍ରଭାବରୁ କିଛି ରାଶିର ବ୍ୟକ୍ତିବିଶେଷଙ୍କ ମନରେ ସାହସ ଜାଗ୍ରତ ହେବା ସମୟରେ କିଛି ରାଶିର ବ୍ୟକ୍ତି ସାହସ ହରାଇବେ । ସମ୍ପର୍କ ଦୃଷ୍ଟିକୋଣରୁ ସୂର୍ଯ୍ୟଙ୍କର ଏହି ଚଳନ କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆଦୌ ଭଲ ହେବ ନାହିଁ । ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ କିଛି ରାଶିର ପ୍ରେମ ଜୀବନ ଉପରେ ଅତ୍ୟନ୍ତ ଗୁରୁତର ପ୍ରଭାବ ପକାଇପାରେ । ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିବିଶେଷଙ୍କ ପ୍ରେମ ଜୀବନରେ ସମସ୍ୟା ଆସିପାରେ । ଯେଉଁଥିପାଇଁ ପୂର୍ବରୁ ସତର୍କ ହେବାର ଆବଶ୍ୟକତା ରହିଛି ।

ବୃଷ ରାଶି
ବୃଷ ରାଶିର ବ୍ୟକ୍ତିବିଶେଷମାନେ ପ୍ରେମ ଜୀବନରେ ଅଧିକ ଯତ୍ନବାନ ହେବା ଆବଶ୍ୟକ । ଆପଣ ଏବଂ ଆପଣଙ୍କ ସାଥୀଙ୍କ ମଧ୍ୟରେ କିଛି ସମସ୍ୟା ଉପୁଜିପାରେ । କୌଣସି କାରଣରୁ ସାଥୀଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ । ଏହି ରାଶିର ଲୋକମାନେ ଅନ୍ୟ କାହାକୁ ପ୍ରାଧାନ୍ୟ ଦେବାକୁ ମନ ବଳାଇ ପାରନ୍ତି । ପ୍ରେମ ଜନିତ କାରଣ ପାଇଁ ଆପଣ ଚିନ୍ତାଗ୍ରସ୍ତ ରହିପାରନ୍ତି । ଆପଣଙ୍କ ପରିବାରରେ ମଧ୍ୟ ବିବାଦ ସୃଷ୍ଟି ହୋଇପାରେ ।

ମକର ରାଶି
ସୂର୍ଯ୍ୟଙ୍କ ଚଳନ ସମୟରେ ମକର ରାଶିର ବ୍ୟକ୍ତିବିଶେଷମାନେ ମଧ୍ୟ ଅଧିକ ସତର୍କ ରହିବାର ଆବଶ୍ୟକତା ଅଛି । ଆପଣଙ୍କ ପ୍ରେମ ସମ୍ପର୍କରେ ଅନେକ ସମସ୍ୟା ଦେଖାଦେଇପାରେ । ଏହି ସମୟ ମଧ୍ୟରେ ଆପଣଙ୍କ ମନରେ ନିରାଶା ମନୋଭାବ ଦେଖାଦେଇପାରେ । ଆପଣ ଏବଂ ଆପଣଙ୍କ ସାଥୀ ମଧ୍ୟରେ ଭୁଲ ବୁଝାମଣା ହୋଇପାରେ । ଯେଉଁ କାରଣରୁ ଆପଣଙ୍କ ଦୁହିଁଙ୍କ ମଧ୍ୟରେ ଦୂରତା ସୃଷ୍ଟି ହୋଇପାରେ । ଆପଣ ଦୁହେଁ ଛୋଟ ଛୋଟ ପ୍ରସଙ୍ଗରେ ପରସ୍ପର ସହିତ ଯୁକ୍ତିତର୍କ କରିପାରନ୍ତି । ଏହି ସମୟରେ ଆପଣ ଧର୍ଯ୍ୟର ସହ ନିଜର ସଞ୍ଜମତା ରକ୍ଷା କରିବା ଆବଶ୍ୟକ ।

ମୀନ ରାଶି
ମୀନ ରାଶିର ବ୍ୟକ୍ତିବିଶେଷମାନଙ୍କ ପ୍ରେମ ଜୀବନ ଉପରେ ସୂର୍ଯ୍ୟଙ୍କ ନକାରାତ୍ମକ ପ୍ରଭାବ ରହିବ । ଆପଣଙ୍କ ସାଥୀଙ୍କ ସହିତ ଆପଣଙ୍କର ଯୁକ୍ତି ବଢିପାରେ । ଏପରିକି ବ୍ରେକଅପ ହେବାର ମଧ୍ୟ ସମ୍ଭାବନା ରହିଛି । ଆପଣଙ୍କ ସମ୍ପର୍କରେ ଭୁଲ ବୁଝାମଣା ଦେଖାଦେବ । ପ୍ରେମ ଜୀବନରେ ସମସ୍ୟା ଆସିବା କାରଣରୁ ମାନସିକ ଚାପ ବଢିପାରେ । ନିଜ ପ୍ରେମ ସମ୍ପର୍କକୁ ସୁଦୃଢ କରିବା ପାଇଁ ସାଥୀଙ୍କ ସହିତ ଖୋଲାଖୋଲି ଭାବେ କଥା ହେବା ଉଚିତ୍ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)