Surya Nakshatra Parivartan 2024: ୧୧ ମଇରୁ ୩ ରାଶି ପାଇଁ ଆରମ୍ଭ ହୋଇଛି ଶୁଭ ସମୟ, ବର୍ଷିବ ଧନ
Advertisement
Article Detail0/zeeodisha/odisha2244877

Surya Nakshatra Parivartan 2024: ୧୧ ମଇରୁ ୩ ରାଶି ପାଇଁ ଆରମ୍ଭ ହୋଇଛି ଶୁଭ ସମୟ, ବର୍ଷିବ ଧନ

Surya Gochar 2024: ଗ୍ରହମାନଙ୍କ ମଧ୍ୟରେ ରାଜା ବୋଲି ବିବେଚନା କରାଯାଏ ସୂର୍ଯ୍ୟଙ୍କୁ । ବର୍ତ୍ତମାନ ସୂର୍ଯ୍ୟଦେବ ନକ୍ଷତ୍ର ପରିବର୍ତ୍ତନ କରି କୃତିକା ନକ୍ଷତ୍ରରେ ପ୍ରବେଶ କରିଛନ୍ତି । ତେବେ ଏହି କାରଣ ପାଇଁ ୩ଟି ରାଶିର ବ୍ୟକ୍ତି ଅତ୍ୟନ୍ତ ଶୁଭଫଳ ପାଇବେ ।

Surya Nakshatra Parivartan 2024: ୧୧ ମଇରୁ ୩ ରାଶି ପାଇଁ ଆରମ୍ଭ ହୋଇଛି ଶୁଭ ସମୟ, ବର୍ଷିବ ଧନ

Surya Nakshatra Parivartan 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୌରମଣ୍ଡଳରେ ଗ୍ରହଙ୍କ ରଜା ବୋଲି ବିବେଚନା କରାଯାଉଥିବା ସୂର୍ଯ୍ୟ ପ୍ରତି ମାସରେ ରାଶି ପରିବର୍ତ୍ତନ କରନ୍ତି । ବର୍ଷକ ମଧ୍ୟରେ ସୂର୍ଯ୍ୟ ପ୍ରାୟ ସମସ୍ତ ୧୨ଟି ରାଶିରେ ଚଳନ କରିଥାନ୍ତି । ସୂର୍ଯ୍ୟଙ୍କ ରାଶି ତଥା ନକ୍ଷତ୍ର ପରିବର୍ତ୍ତନ ସମସ୍ତ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ବିଶେଷ ପ୍ରଭାବ ପକାଇଥାଏ । ମେ ୧୧ ତାରିଖରେ ସୂର୍ଯ୍ୟ କୃତିକା ନକ୍ଷତ୍ରରେ ଚଳନ କରିଛନ୍ତି । ବର୍ତ୍ତମାନ ସୂର୍ଯ୍ୟଦେବ ୨୫ ମଇ ପର୍ଯ୍ୟନ୍ତ କୃତିକା ନକ୍ଷତ୍ରରେ ଅବସ୍ଥାନ କରିବେ । ଏହି ସମୟରେ, ସୂର୍ଯ୍ୟଙ୍କ ଚଳନ ବୃଷ ରାଶିରେ ହେବାକୁ ଯାଉଛି । ସୂର୍ଯ୍ୟଙ୍କ ରାଶି ଚଳନ କାରଣରୁ ହେଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କାରଣରୁ ତିନୋଟି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହୋଇପାରେ । ଗ୍ରହମାନଙ୍କର ରାଜା ସୂର୍ଯ୍ୟଦେବ ଏହି ୩ରାଶିର ବ୍ୟକ୍ତିଙ୍କୁ ଉଚ୍ଚ ପଦ, ଅର୍ଥ ଏବଂ ଖ୍ୟାତି ପ୍ରଦାନ କରିବେ । ଏଥିସହ ବିଭିନ୍ନ କ୍ଷେତ୍ରରେ ସେହି ଲୋକଙ୍କୁ ସଫଳତା ମିଳିବ । ତେବେ ଆସନ୍ତୁ ଜାଣିବା କେଉଁ ୩ଟି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ।

ସୂର୍ଯ୍ୟ ହେଉଛନ୍ତି କୃତିକା ନକ୍ଷତ୍ରର ଆରାଧ୍ୟ । ତେଣୁ ଏହି ରାଶିକୁ ସୂର୍ଯ୍ୟଙ୍କ ଚଳନ ଅତ୍ୟନ୍ତ ସ୍ୱତନ୍ତ୍ର । ଏହି ପରିବର୍ତ୍ତନ ୩ ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଉଛି ।

କର୍କଟ ରାଶି
ସୂର୍ଯ୍ୟଦେବଙ୍କ ବିଶେଷ ଆଶୀର୍ବାଦ ଆପଣଙ୍କ ଉପରେ ରହିବ । କର୍ମକ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତି ମିଳିବା ସହ ଦରମା ବୃଦ୍ଧି ହେବ । ଆପଣଙ୍କ କାମକୁ ଅନେକ ଲୋକଙ୍କ ପ୍ରଶଂସା ମିଳିବ । ପୂର୍ବରୁ ସ୍ଥଗିତ ଥିବା କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିବେ । ମନଯୋଗ ଦେଇ କାର୍ଯ୍ୟ କରିଲେ ଅଧିକ ଲାଭ ମିଳିବ । ବ୍ୟକ୍ତିଗତ ଜୀବନ ଖୁସିରେ କଟିବ । ପରିବାର ସଦସ୍ୟଙ୍କ ସହିତ ଗୁଣାତ୍ମକ ସମୟ ବିତାଇବେ ।

କନ୍ୟା ରାଶି
ଆପଣଙ୍କ କ୍ଷେତ୍ରରେ ସକରାତ୍ମକ ପରିବର୍ତ୍ତନ ଆସିବ । ନିଜର ସୃଜନଶୀଳତା, କଠିନ ପରିଶ୍ରମ ଏବଂ ପ୍ରତିଭା ଆଧାରରେ ପଦୋନ୍ନତି ପାଇବେ । ବିଦେଶରେ ଅଧ୍ୟୟନ କରିବାର ସ୍ୱପ୍ନ ପୂରଣ ହୋଇପାରେ । ବ୍ୟବସାୟ କରୁଥିବା ଲୋକମାନଙ୍କୁ ଏହି ସମୟ ମଧ୍ୟରେ ବିପୁଳ ଲାଭ ମିଳିବ । ଧର୍ମ ଏବଂ ଆଧ୍ୟାତ୍ମିକତା ପ୍ରତି ମନ ବଳିବ । ଆପଣଙ୍କୁ ମାନସିକ ଶାନ୍ତି ମିଳିବ ।

ଧନୁ ରାଶି 
ସୂର୍ଯ୍ୟଙ୍କ ଚଳନ ଆପଣଙ୍କ କ୍ୟାରିଅରରେ ବଡ଼ ପରିବର୍ତ୍ତନ ଆଣିବା ସହ ବିପୁଳ ଲାଭ ଦେବ । କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବ । ଅଧିକ ବୋନସ୍ ପାଇବାର ସମ୍ଭାବନା ରହିଛି । ନୂଆ ଚାକିରି ଖୋଜୁଥିବା ଲୋକମାନଙ୍କୁ ସଫଳତା ମିଳିବ । ମନରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଶତ୍ରୁମାନେ ପରାସ୍ତ ହେବେ। ଆପଣଙ୍କୁ ଅପ୍ରତ୍ୟାଶିତ ଲାଭ ମିଳିବ । ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିକ ହେବ । କୌଣସି ପୁରୁଣା ରୋଗରୁ ସବୁଦିନ ପାଇଁ ଆରାମ ପାଇପାରନ୍ତି ।

Also Read- Shani Gochar 2024: ୩ ରାଶି ଉପରେ ଶନିଙ୍କ ଶୁଭଦୃଷ୍ଟି, ବଢିବ ରୋଜଗାର

Also Read- Mangal Gochar 2024: ମଙ୍ଗଳ ଚଳନରୁ ରୁଚକ ରାଜଯୋଗ, ବଦଳିବ ୪ ରାଶିର ଆର୍ଥିକ ସ୍ଥିତି