ହନିଟ୍ରାପରେ ଛନ୍ଦି ହେଲେ ଜଣେ ସରକାରୀ ଅଧିକାରୀ, ଅଭିଯୁକ୍ତ ଦିଲ୍ଲୀରୁ ଗିରଫ
Advertisement
Article Detail0/zeeodisha/odisha1298363

ହନିଟ୍ରାପରେ ଛନ୍ଦି ହେଲେ ଜଣେ ସରକାରୀ ଅଧିକାରୀ, ଅଭିଯୁକ୍ତ ଦିଲ୍ଲୀରୁ ଗିରଫ

ଜଣେ ସରକାରୀ କର୍ମଚାରୀ ହୋଇଥିବା ବେଳେ ପୋଲିସ ତାଙ୍କ ନାମ ଗୋପନ ରଖିଛି। ତାଙ୍କୁ ଫେସବୁକ ଓ whatsapp ମାଧ୍ୟମରେ ଚାଟ କରି ଜଣେ ଯୁବତୀ ବନ୍ଧୁତା କରିଥିଲେ। ପରେ ପରେ ଉପହାର ପଠାଇବା ବାହାନାରେ ଯୁବତୀ ଜଣକ ସରକାରୀ ଅଧିକାରୀଙ୍କ ଠାରୁ ୧,୨,୪ ଲକ୍ଷ ପର୍ଯ୍ଯାୟକ୍ରମେ ୩୦ ଲକ୍ଷ ଟଙ୍କା ଠକି ନେଇଥିଲେ।

ସାଂକେତିକ ଫଟୋ

ବାଲେଶ୍ୱର: ବାଲେଶ୍ବର (Balasore) ସାଇବର ପୋଲିସକୁ (Cyber Police) ବଡ ସଫଳତା। ପୋଲିସ ହାତରେ ଜଣେ ନାଇଜେରିଆ (Nigeria) ସାଇବର ଠକ (Cyber Lootera) ଗିରଫ। ଫେସବୁକରେ (Facebook) ଚାଟକରି ହନିଟ୍ରାପ (honeytrap) ମାଧ୍ୟମରେ ଠକେଇ କରିଥିବା ଯୁବକକୁ ଦିଲ୍ଲୀରୁ (Delhi) ପୋଲିସ (Police) ଗିରଫ କରିବାରେ ସଫଳ ହୋଇଛି। ଠକ ନିକଟରୁ 2ଟି ଫେକ୍ ପାସପୋର୍ଟ (Passport), ଲାପଟପ୍ (Laptop), ଦୁଇଟି ମୋବାଇଲ (Mobile) ଫୋନ ଜବତ କରିଛି। ଠକ ନାଇଜେରିଆ (Nigeria) ନାଗରିକ ସାମସଙ୍ଗ (Samsung) ଏମକେ ଆଲିକା ରଖିଥିବା ଦୁଇଟି ଫେକ୍ ବ୍ୟାଙ୍କ୍ ଆକାଉଣ୍ଟକୁ ଫ୍ରିଜ୍ କରିଛି। ସେହି ଆକାଉଣ୍ଟରେ ୬ ଲକ୍ଷ ଟଙ୍କା ଥିବା ପୋଲିସ କହିଛି। 

ଅଭିଯୋଗକାରୀ ଜଣେ ସରକାରୀ କର୍ମଚାରୀ ହୋଇଥିବା ବେଳେ ପୋଲିସ ତାଙ୍କ ନାମ ଗୋପନ ରଖିଛି। ତାଙ୍କୁ ଫେସବୁକ ଓ whatsapp ମାଧ୍ୟମରେ ଚାଟ କରି ଜଣେ ଯୁବତୀ ବନ୍ଧୁତା କରିଥିଲେ। ପରେ ପରେ ଉପହାର ପଠାଇବା ବାହାନାରେ ଯୁବତୀ ଜଣକ ସରକାରୀ ଅଧିକାରୀଙ୍କ ଠାରୁ ୧,୨,୪ ଲକ୍ଷ ପର୍ଯ୍ଯାୟକ୍ରମେ ୩୦ ଲକ୍ଷ ଟଙ୍କା ଠକି ନେଇଥିଲେ। ଅଭିଯୋଗକାରୀ ସାଇବର ଥାନାରେ ଅଭିଯୋଗ କରିବାପରେ ପୋଲିସର ୩ ଜଣିଆ ଟିମ୍ ଦିଲ୍ଲୀ ଯାଇ କିଶନନଗରରୁ ସାମସଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ଗତ ୧୩.୦୪.୨୨ ରେ ସାଇବର ଥାନାରେ ଅଭିଯୋଗ କାରୀ ସରକାରୀ କର୍ମଚାରୀ ହନିଟ୍ରାପ ଓ ଫ୍ରଡ ଟ୍ରାନଜେକସନ ନେଇ ଅଭିଯୋଗ କରିଥିଲେ।

ଏନେଇ ସାଇବର ଥାନା ର ସ୍ୱତନ୍ତ୍ର ଅଫିସର ମାନେ ଘଟଣା କୁ ନେଇ ଛାନଭିନ ଆରମ୍ଭ କରିଥିଲେ।ପ୍ରାଥମିକ ତଦନ୍ତ ପରେ ପୋଲିସ ହାତରେ ଅନେକ କିଛି ପ୍ରମାଣ ଲାଗିଥିଲା।ଯାହାକୁ ନେଇ ପୋଲିସ ଆଗକୁ ଆଗକୁ ତଦନ୍ତ କରିଥିଲା।ବିଭିନ୍ନ ସମୟରେ ୟୁକେ ରୁ ଜଣେ ଯୁବତୀ ବାଲେଶ୍ବର ର ସରକାରୀ କର୍ମଚାରୀ ଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଫେସବୁକ, whatsapp ଚାଟ କରୁଥିଲେ।ଠକ ଯୁବତୀ ଜଣକ ୟୁକେରେ ରହି ଲଣ୍ଡନ ରୁ ଇଣ୍ଟିଆ  ଦିଲ୍ଲୀ ଏୟାରପୋର୍ଟ କୁ ଗିପ୍ଟ ରେ ସୁନା ବିସ୍କୁଟ,ରଲେକ୍ସ ଘଣ୍ଟା, ଆଇ ଫୋନ ପଠେଇଲେ। 

ସଂପୃକ୍ତ ଠକ ଜଣଙ୍କ ଏୟାରପୋର୍ଟରୁ ନିଜକୁ କଷ୍ଟମ ଅଫିସର କହି ବିଭିନ୍ନ ସମୟରେ ଲକ୍ଷାଧିକ ଟଙ୍କା କରି ମୋଟ ପାଖାପାଖି ୩୦ଲକ୍ଷ ଟଙ୍କା ଠକିଥିଲେ। ସରକାରୀ କର୍ମଚାରୀ ଜଣକ ଏନେଇ ଜାଣିପାରି ସାଇବର ଥାନାରେ ଦ୍ୱାରସ ହୋଇଥିଲେ।ପୋଲିସ ଏନେଇ ସାଇବର ଥାନାରେ କେସ ନମ୍ବର ୪/୨୨ରେ ମାମଲା ରୁଜୁ କରି ଦଫା ୪୧୯, ୪୨୦, ୪୬୫, ୪୬୭, ୪୬୮, ୬୬ (C), ୬୬(D) IT ACT ରେ ନାଇଜେରିଆ ଠକ ଅଭିଯୁକ୍ତଙ୍କୁ ଗିରଫ କରିଛି।ଏନେଇ ବର୍ତ୍ତମାନ ସମୟରେ ତଦନ୍ତ ଜାରି ରହିଥିବା ବେଳେ ଆହୁରି ଅଭିଯୁକ୍ତଙ୍କ ସମ୍ପୃକ୍ତି ରହିଥିବା ପୋଲିସ ଜାଣିବାକୁ ପାଇଛି।