Padampur byPoll : ମାସକ ପରେ ପଦ୍ମପୁର ଉପନିର୍ବାଚନ, ୮ରେ ଫଳ
Advertisement
Article Detail0/zeeodisha/odisha1426462

Padampur byPoll : ମାସକ ପରେ ପଦ୍ମପୁର ଉପନିର୍ବାଚନ, ୮ରେ ଫଳ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ। ଆସନ୍ତା ୫ ତାରିଖରେ ପଦ୍ମପୁର ଉପନିର୍ବାଚନ। ସେହିପରି ଡିସେମ୍ବର ୮ରେ ଭୋଟ ଗଣତି। ଏନେଇ ଆସନ୍ତା ୧୦ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି। 

ପ୍ରତିକାତ୍ମକ ଫଟୋ

Padmapur ByPoll: ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ। ଆସନ୍ତା ୫ ତାରିଖରେ ପଦ୍ମପୁର ଉପନିର୍ବାଚନ। ସେହିପରି ଡିସେମ୍ବର ୮ରେ ଭୋଟ ଗଣତି। ଏନେଇ ଆସନ୍ତା ୧୦ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି। ଆସନ୍ତା କାଲି ଧାମନଗର ନିର୍ବାଚନର ଫଳାଫଳ ବାହାରିବାକୁ ଥିବା ବେଳେ ଆଉ ଏକ ଉପନିର୍ବାଚନକୁ ନେଇ ଏବେ ରାଜ୍ୟ ରାଜନୈତିକ ମାହୋଲ ବେଶ ଉଷ୍ମ ହୋଇ ପଡ଼ିଛି। 

ସୂଚନାଯୋଗ୍ୟ କିଛି ଦିନ ତଳେ ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ମୃତ୍ୟୁ ହୋଇଥିଲା। ଫଳରେ ତାଙ୍କର ମୃତ୍ୟୁ ପରେ ଏହି ଆସନଟି ଖାଲି ରହିଥିଲା। ତେବେ ଏହି ଆସନ ପାଇଁ ଉପନିର୍ବାଚନ ଆସନ୍ତା ୫ ତାରିଖରେ ଅନୁଷ୍ଠିତ ହେବ ଏନେଇ ଆଜି ନିର୍ବାଚନ କମିଶନର ଘୋଷଣା କରିଛନ୍ତି। 

ଆସନ୍ତା ୧୦ ତାରିଖରେ ବିଦ୍ଧିବଦ୍ଧ ବିଜ୍ଞପ୍ତି ପାଇବ। ଉପନିର୍ବାଚନ ଘୋଷଣା ପରେ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି ରାଜନୈତିକ ଦଳ ଗୁଡ଼ିକ। ୨୦୧୪ରେ ପଦ୍ମପୁର ଆସନରୁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଜୟୀ ହୋଇଥିଲେ । ତେବେ ୨୦୧୯ ରେ ପ୍ରାୟ ୫ହଜାର ଭୋଟ ବ୍ୟବଧାନରେ ପ୍ରଦୀପଙ୍କୁ ପରାସ୍ତ କରି ବିଜୟ ରଞ୍ଜନ ସିଂ ବରିହା ଏଠାରୁ ବିଜୟୀ ହୋଇଥିଲେ ।

ସୂଚନା ଯୋଗ୍ୟ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଗତ ଅକ୍ଟୋବର ମାସ ୨ ତାରିଖରେ ପରଲୋକ ହୋଇଯାଇଥିଲା। ରବିବାର ବିଳମ୍ବିତ ରାତିରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୬୪ ବର୍ଷିୟ ବିଧାୟକ ବରିହା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ୧୫ ଦିନ ମଧ୍ୟରେ ରାଜ୍ୟର ଦୁଇ ଜଣ ବିଧାୟକ ଚିରଦିନ ପାଇଁ ଆଖି ବୁଜିଛନ୍ତି। 

ବିଜୟ ରଞ୍ଜନ ସିଂ ବରିହା, ପଦ୍ମପୁରରୁ ୫ ଥର ନିର୍ବାଚିତ ହୋଇଥିଲେ। ୧୯୯୦ରୁ ୨୦୦୦ ଯାଏଁ ସେ ଜନତା ଦଳରୁ ନିର୍ବାଚିତ ହୋଇ ବିଧାନସଭା ଯାଇଥିଲେ। ତାପରେ ୨୦୦୦, ୨୦୦୯ ଏବଂ ୨୦୧୯ରେ ବରିହା, ବିଜୁ ଜନତା ଦଳ ଟିକେଟ୍‌ରେ ବିଜୟୀ ହୋଇଥିଲେ। ସେ ପଦ୍ମପୁର ତଥା ବରଗଡ଼ ଜିଲ୍ଲାରେ ଟାଣୁଆ ନେତା ଥିଲେ। ବରଗଡ଼ ବିଜେଡି ଜିଲ୍ଲା ସଭାପତି ଭାବେରେ ରହି ବିଜୟ ରଞ୍ଜନ ସିଂ ବରିହା ବେଶ ସୁଚାରୁରୂପେ କାର୍ଯ୍ୟ ନିର୍ବାହ କରୁଥିଲେ। ସେ ବିଜୟ ବାବୁ ନାମରେ ବେଶ୍ ପରିଚିତ ଥିଲେ। 

ଗତ ଜୁନରେ ବିଜୟ ରଞ୍ଜନ ସିଂ ବରିହାଙ୍କ ସାନ ଭଉଣୀଙ୍କ ଦେହାନ୍ତ ହୋଇଥିଲା। ହୃଦଘାତରେ ବିନ୍ଦୁ ବରିହାଙ୍କ ମୃତ୍ୟୁ ହୋଇଥିଲା। ବିଧାୟକଙ୍କ ଝିଅ ବାହାଘରର ବେଳେ ଏହି ଅଘଟଣ ଘଟିଥିଲା। ଝିଅ ବାହାଘର ଥିବାରୁ ବିଧାୟକଙ୍କ ପରିବାରରୁ କେହି ଯୋଗଦେଇ ପାରିନଥିଲେ। ବିନ୍ଦୁଙ୍କର କୌଣସି ପୁତ୍ର ସନ୍ତାନ ନ ଥିବାରୁ ତାଙ୍କ ସାନ ଭାଇ ଘନଶ୍ୟାମ ବରିହାଙ୍କ ପୁଅ ନିତେଶ ବରିହା ବଂଶୀୟ ପରମ୍ପରା ଅନୁଯାୟୀ ଶେଷ କୃତ୍ୟ ସମ୍ପାଦନ କରିଥିଲେ।

ଅଧିକ ପଢନ୍ତୁ: Shyam Saran Negi Passes Away: ସ୍ୱାଧୀନ ଭାରତର ପ୍ରଥମ ଭୋଟରଙ୍କ ପରଲୋକ, ଜାଣନ୍ତୁ ତାଙ୍କ ଜୀବନ କାଳ ଭିତରେ କେତେ ଥର ଦେଇଥିଲେ ଭୋଟ୍ ?