୧୦ ଦିନରେ ଓଡିଶା ଆସିବ କରୋନା ଭ୍ୟାକସିନ! ଟିକାକରଣ ପାଇଁ ତତ୍ପର ପ୍ରଶାସନ
Advertisement
Article Detail0/zeeodisha/odisha822745

୧୦ ଦିନରେ ଓଡିଶା ଆସିବ କରୋନା ଭ୍ୟାକସିନ! ଟିକାକରଣ ପାଇଁ ତତ୍ପର ପ୍ରଶାସନ

ରାଜ୍ୟରେ ଯାହା ସରଞ୍ଜାମ ରହିଛି ତାହା ଟିକାକରଣ (vaccinetion) ପାଇଁ ଯଥେଷ୍ଟ। ରାଜ୍ୟରେ ଡାଟାବେସ୍ ଅନୁସାରେ ଟିକା ମଗାଯାଇଛି। ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷରୁ ଅଧିକ ଲୋକଙ୍କୁ କୋରୋନା ଟିକା ଦିଆଯିବ।

୧୦ ଦିନରେ ଓଡିଶା ଆସିବ କରୋନା ଭ୍ୟାକସିନ! ଟିକାକରଣ ପାଇଁ ତତ୍ପର ପ୍ରଶାସନ
ସରୋଜ ବେହେରା, ଭୁବନେଶ୍ବର: ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆଉ  ୧୦ ଦିନ ମଧ୍ୟରେ ରାଜ୍ୟକୁ ଆସିବ କୋଭିଡ ଭ୍ୟାକସିନ।  ରାଜ୍ୟରେ ଡାଟାବେସ୍ ଅନୁସାରେ ଟିକା ମଗାଯାଇଛି। ଟିକା ନିର୍ମାଣକାରୀ କମ୍ପାନୀରୁ ସିଧା ଓଡ଼ିଶାକୁ ଆସିବ କରୋନା ଟିକା। ଟିକା ପହଞ୍ଚିବା ପରେ ଏହାକୁ ଭୁବନେଶ୍ବର ରାମ ମନ୍ଦିରସ୍ଥିତ ଷ୍ଟେଟ୍ ଭ୍ୟାକ୍ସିନ ଷ୍ଟୋରରେ ରଖାଯିବ। ଏଠାରୁ ବିଭିନ୍ନ ଜିଲ୍ଲାରେ ଥିବା ଡିଷ୍ଟ୍ରିକ୍ଟ ଭ୍ୟାକ୍ସିନ ଷ୍ଟୋରକୁ ପଠାଯିବ। 
 
ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସରାକର ମଙ୍ଗଳବାର ରାଜ୍ୟକୁ ଚିଠି ଲେଖିବା ପରେ କୋଭିଡ ଭ୍ୟାକସିନ (corona vaccine) ଆସିବା ନେଇ ଆଶା ବଢିଯାଇଛି। ରାଜ୍ୟରେ ଯାହା ସରଞ୍ଜାମ ରହିଛି ତାହା ଟିକାକରଣ (vaccination) ପାଇଁ ଯଥେଷ୍ଟ। ରାଜ୍ୟରେ ଡାଟାବେସ୍ ଅନୁସାରେ ଟିକା ମଗାଯାଇଛି। ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷରୁ ଅଧିକ ଲୋକଙ୍କୁ କୋରୋନା ଟିକା ଦିଆଯିବ। 
 
 
ପ୍ରଥମେ ସ୍ବାସ୍ଥ୍ୟକର୍ମୀ ତା ପରେ କୋରୋନା ଯୋଦ୍ଧା (Covid Warrior) ଙ୍କୁ ଟିକା ଦିଆଯିବ। ଏହାପରେ କେନ୍ଦ୍ରସରକାରଙ୍କ ଗାଇଡଲାଇନ ଅନୁଯାୟୀ ଅନ୍ୟମାନଙ୍କୁ ଟିକା ପ୍ରଦାନ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ (Health Dept) ପକ୍ଷରୁ ସୂଚନା ଦିଆଯାଇଛି । କେଉଁଠି ଟିକାକରଣ ହେବ ସେନେଇ ଜିଲ୍ଲାପାଳମାନେ ୮ ତାରିଖ ସୁଦ୍ଧା ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବେ। ତାପରେ ସବୁ ପ୍ରକ୍ରିୟା ଆସନ୍ତା ୧୦ ତାରିଖ ସୁଦ୍ଧା ସରିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। 
 
କୋଭିଡ ଭ୍ୟାକସିନ ନେଇ ଏବେ ବି ଲୋକଙ୍କ ମନରେ ଅନେକ ଦ୍ବନ୍ଦ ଲାଗି ରହିଛି। ହେଲେ ଏହାକୁ ନେଇ କେହି ଅବିଶ୍ବାସ କରିବା ଆବଶ୍ୟକ ନାହିଁ। ଟିକା ନେବା ପାଇଁ ସବୁ ସ୍ବାସ୍ଥ୍ୟକର୍ମୀ (Health Worker) ଙ୍କୁ ବାଧ୍ୟ କରାଯାଇନାହିଁ। କେତେ ଟିକା କେନ୍ଦ୍ର ସରକାର ପଠାଇବେ ତାହା ନିଷ୍ପତ୍ତି ହୋଇନାହିଁ। ବର୍ତ୍ତମାନ ୨ଟି ଟିକା ଆସିଛି ତାହାକୁ ଦୁଇଟି ଡୋଜରେ ଦିଆଯିବ। ପ୍ରଥମ ଡୋଜର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ଭ୍ୟାକସିନ ଦିଆଯିବ। ଏଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲାର ଅଧିକାରୀଙ୍କ ସହ ଆଲୋଚନା ସରିଛି ବୋଲି ବୋଲି DMET କହିଛନ୍ତି।
 
 
ଭ୍ୟକସିନ ଆସିଲେ ଦିନକ ମଧ୍ୟରେ ଏହାକୁ ଯୋଗାଇ ଦେବା ପ୍ରକ୍ରିୟା ଆରମ୍ଭ ହେବ ବୋଲି DMET ସିଭିକେ ମହାନ୍ତି କହିଛନ୍ତି। କେନ୍ଦ୍ର ସରକାରଙ୍କ ପାଖରୁ ଆସିଥିବା ଚିଠି ପରେ ଏବେ ବିଭାଗୀୟ କର୍ତୃପକ୍ଷମାନଙ୍କ ମଧ୍ୟରେ ତତ୍ପରାତା ପ୍ରକାଶ ପାଇଛି। ସ୍ବାସ୍ଥ୍ୟ ବିଭାଗ, ଜିଲ୍ଲା ପ୍ରଶାସନ ଓ ମୁନିସିପାଲିଟି କର୍ତ୍ତୃପକ୍ଷଙ୍କ ସହ ଘନ ଘନ ବୈଠକ କରାଯାଉଛି। ଏପଟେ ଭ୍ୟାକସିନର ପାର୍ଶ୍ବ ପ୍ରତିକ୍ରିୟା ନେଇ ମନରେ କୌଣସି ଦ୍ୱନ୍ଦ ରଖିବା ଉଚିତ ନୁହଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।