ବାତ୍ୟା ମୁକାବିଲା ପାଇଁ ଆଜି (ରବିବାର) ଗ୍ରୀଡ଼କୋରେ ଶକ୍ତି ବିଭାଗର ଉଚ୍ଚ ସ୍ତରୀୟ ବୈଠକରେ ଶକ୍ତି ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ସାମିଲ ହୋଇ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସମୀକ୍ଷା କରିଛନ୍ତି ।
Trending Photos
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ୟାସ (Cyclone YASS) କୁ ନେଇ ଆକଳନ ସ୍ପଷ୍ଟ ହେବା ପରେ ସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି । କିଭଳି ସଫଳ ଭାବେ ଏହାର ସଠିକ ରୂପେ ଏହାର ମୁକାବଲା କରାଯାଇପାରିବ ସେନେଇ ବିଭିନ୍ନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ବିଶେଷ କରି କୋଭିଡ ମହାମାରୀର ବିପତ୍ତି ସହ ବାତ୍ୟା ବିପତ୍ତି ପରିଚାଳନକୁ ଗୁରୁତ୍ୱ ଦେଇ ଶକ୍ତି ଓ ଜଳ ସଂପଦ ବିଭାଗ ପକ୍ଷରୁ ସମସ୍ତ ଛୁଟି ବାତିଲ କରି ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଅତ୍ୟାବଶ୍ୟକ ସାମଗ୍ରୀ କଳାବଜାରୀ ରୋକିବାକୁ ପ୍ରୟାସ କରାଯାଇଛି ।
ଅଧିକ ପଢ଼ନ୍ତୁ:-କୋହଲିଙ୍କ ଯୋଗୁଁ ହୋଇଥିଲା ରୋହିତଙ୍କ ବ୍ରେକଅପ୍, ଦେଖନ୍ତୁ ହିଟମ୍ୟାନଙ୍କ ଏକ୍ସ ଗର୍ଲଫ୍ରେଣ୍ଡଙ୍କ ଫଟୋ
ବାତ୍ୟା ମୁକାବିଲା ପାଇଁ ଆଜି (ରବିବାର) ଗ୍ରୀଡ଼କୋରେ ଶକ୍ତି ବିଭାଗର ଉଚ୍ଚ ସ୍ତରୀୟ ବୈଠକରେ ଶକ୍ତି ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ସାମିଲ ହୋଇ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସମୀକ୍ଷା କରିଛନ୍ତି । ଗ୍ରୀଡ଼କୋ, ଓପିଡିସିଏଲ, ଟାଟା ପାୱାରର ଅଧିକାରୀ ମାନଙ୍କୁ ନେଇ ହୋଇଥିବା ବୌଠକରେ ନିଆଯାଇଥିବା ନିଷ୍ପତ୍ତି ମୁତାବକ ସମସ୍ତ କୋଭିଡ କେୟାର ସେଣ୍ଟର, କୋଭିଡ ହସ୍ପିଟାଲ ଓ ଡାକ୍ତରଖାନାକୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ କରାଯିବ । ବିଦ୍ୟୁତ କଟିଲେ ଷ୍ଟାଣ୍ଡ ବାଏ ବ୍ୟବସ୍ଥା କରାଯାଇଛି । ବାତ୍ୟା ମୁକାବିଲା ପାଇଁ ବିଦ୍ୟୁତ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି । ପାୱାର ଫେଲୁଆରର ତୁରନ୍ତ ସମାଧାନ ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି । ବାତ୍ୟା ପରେ ବିଦ୍ୟୁତ ପରିବହନ ବ୍ୟବସ୍ଥା ସୁରୁଖୁରୁରେ କରିବା ପାଇଁ ସ୍ଵତନ୍ତ୍ର ଟିମ କରାଯାଇଛି । ବିଦ୍ୟୁତ କରିଡ଼ର ଫ୍ରି କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଏହି ଟିମ ପାଖରେ ରହିବ ଓ ସେମାନେ ରାସ୍ତା ସଫା କରି ବିଦ୍ୟୁତ ସରାବରାହକୁ ଠିକ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।
ସେହିପରି ସମ୍ଭାବ୍ୟ ବାତ୍ୟା ୧୦ ଜିଲ୍ଲାକୁ ସଜାଗ ରହିବା ପାଇଁ କୁହାଯାଇଥିବା ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି । ଏଥିପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲା ଯାଇଛି । ଏବେ କୌଣସି ରିଜର୍ଭରରେ ପାଣି ନାହିଁ ତେଣୁ ବର୍ଷା ହେଲେ ପାଣି ପଶିବ ଆଉ ପାଣି ଛାଡିବା ସମୟରେ ଯେଉଁ sop ଅଛି ତାହା ପାଳନ କରାଯିବ । ଏହାସହ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଥିବା ବେଳେ କେହି ହେଡକ୍ୱାଟର ଛାଡି ଯାଇ ପାରିବେନି ବୋଲି ନିର୍ଦ୍ଦେଶ ଦିଆ ଯାଇଥିବା ଯନ୍ତ୍ରୀ କହିଛନ୍ତି । ସେହିପରି ବାତ୍ୟା ପାଇଁ ସ୍ୱତନ୍ତ୍ର ଟିମ ଗଠନ ହୋଇଥିବା କହିଛନ୍ତି ।
ଅଧିକ ପଢ଼ନ୍ତୁ:-ଗୋଟିଏରୁ ଏଯାଏଁ ମିଳିନାହିଁ ମୁକ୍ତି, ୨ ନୂଆ କୋରୋନା ଭାଇରସ ଆକ୍ରମଣ ପାଇଁ ପ୍ରସ୍ତୁତ…
ସେପଟେ ବାତ୍ୟାକୁ ଦେଖି ଆତଙ୍କିତ ହୋଇ ନ କିଣିବାକୁ ବ୍ୟବସାୟୀ ସଂଘ ପରାମର୍ଶ ଦେଇଛି । ଆସନ୍ତା ୨୦ ଦିନ ପାଇଁ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ମହଜୁଦ ଅଛି ତେଣୁ କୌଣସି ଦ୍ରବ୍ୟର ଦର ବଢିବାର ନାହିଁ କି କଳାବଜାରୀ ହେବାର କୌଣସି ପ୍ରଶ୍ନ ଉଠୁନାହିଁ । ଯଦି ଯେଉଁଠି କଳାବଜାରୀ ହେବାର ସୂଚନା ମିଳିବ ତେବେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ବ୍ୟବସାୟୀ ମହାସଂଘର ସଂପାଦକ ସୁଧାକର ପଣ୍ଡା କହିଛନ୍ତି ।
ସର୍ବୋପରେ ବାତ୍ୟା କିଭଳି ଭାବେ କେଉଁ ରୂପରେ ଆସିବ ଓ କ୍ଷତି ପଂହଚାଇବା ତାହା ଆକଳନ କରିବା ମୁସ୍କିଲ । ତଥାପି ଲୋକ ମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରି ଏହାର ସଫଳ ମୁକାବିଲା କରିବାରେ ସହଯୋଗ କରିବା ଶ୍ରେୟସ୍କର ।