ଆଇଓସିଏଲ ଓ ଠିକା ସଂସ୍ଥା ଅବହେଳାରୁ ଘଟିଛି ବିସ୍ଫୋରଣ: ପୋଲିସ
Advertisement
Article Detail0/zeeodisha/odisha805105

ଆଇଓସିଏଲ ଓ ଠିକା ସଂସ୍ଥା ଅବହେଳାରୁ ଘଟିଛି ବିସ୍ଫୋରଣ: ପୋଲିସ

ବିସ୍ଫୋରଣ ଘଟଣାର ତଦନ୍ତବେଳେ ବିଭିନ୍ନ ସାକ୍ଷ୍ୟପ୍ରମାଣ, ସିସିଟିଭି ଫୁଟେଜକୁ ଯାଂଚ ଓ ବିଶ୍ଲେଷଣ କରାଯାଇଥିଲା । ଇଲେକ୍ଟୋନିକ ରେକର୍ଡଗୁଡ଼ିକୁ ମଧ୍ୟ ସମୀକ୍ଷା ସହ ପେଟ୍ରୋଲିୟମ ଆଣ୍ଡ ଏସପ୍ଲୋସିଭ୍ ସେଫଟି ଅର୍ଗାନାଇଜେସନ୍  ବିଶେଷଜ୍ଞଙ୍କ ମତାମତ ଆଧାରରେ ଏହି ବିସ୍ଫୋରଣ ପାଇଁ ଆଇଓସିଏଲର ଅଧିକୃତ ଅଫିସର ଓ ଠିକାଦାର ସଂସ୍ଥାର ପ୍ରତିନିଧିଙ୍କ ଅପରାଧିକ ଅବହେଳାକୁ ଦାୟୀ କରାଯାଇଛି ।

ଫାଇଲ ଫଟୋ

ସରୋଜ ବେହେରା, ଭୁବନେଶ୍ୱର: Bhubaneswar Petrol Pump Blast Case: ଅକ୍ଟୋବର ୭ରେ ଭୁବନେଶ୍ୱରର ରାଜଭବନ ଛକସ୍ଥିତ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ମାମଲା (Raj Bhawan Petrol Pump Explosion) ର ତଦନ୍ତ ଶେଷ ହୋଇଛି । ଏହି ବିସ୍ଫୋରଣ ପାଇଁ ସିଧାସଳଖ ଭାରତୀୟ ତୈଳ ନିଗମ ବା ଆଇଓସିଏଲ (IOCL) ର ଅଧିକୃତ ଅଫିସର ଓ ଠିକାଦାର ସଂସ୍ଥା ମେସର୍ସ ସୂର୍ଯ୍ୟଶକ୍ତି ଭେଲସ୍ ଲିଃର  ଅବହେଳା ଦାୟୀ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଏହାସହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ରାଜ୍ୟ ସରକାରଙ୍କ ଅନୁମତି ଲୋଡା ଯାଇଛି । 

ଅଧିକ ପଢ଼ନ୍ତୁ:-'ଯଦି ହାଇକମାଣ୍ଡ କହିବେ ତ ଇସ୍ତଫା ଦେଇଦେବି'

ବିସ୍ଫୋରଣ ଘଟଣାର ତଦନ୍ତବେଳେ ବିଭିନ୍ନ ସାକ୍ଷ୍ୟପ୍ରମାଣ, ସିସିଟିଭି ଫୁଟେଜକୁ ଯାଂଚ ଓ ବିଶ୍ଲେଷଣ କରାଯାଇଥିଲା । ଇଲେକ୍ଟୋନିକ ରେକର୍ଡଗୁଡ଼ିକୁ ମଧ୍ୟ ସମୀକ୍ଷା ସହ ପେଟ୍ରୋଲିୟମ ଆଣ୍ଡ ଏସପ୍ଲୋସିଭ୍ ସେଫଟି ଅର୍ଗାନାଇଜେସନ୍  ବିଶେଷଜ୍ଞଙ୍କ ମତାମତ ଆଧାରରେ ଏହି ବିସ୍ଫୋରଣ ପାଇଁ ଆଇଓସିଏଲର ଅଧିକୃତ ଅଫିସର ଓ ଠିକାଦାର ସଂସ୍ଥାର ପ୍ରତିନିଧିଙ୍କ ଅପରାଧିକ ଅବହେଳାକୁ ଦାୟୀ କରାଯାଇଛି ।

ଘଟଣାରେ ୧୨ଟି ଏସଓପିକୁ ଉଲ୍ଲଘଂନ କରାଯାଇଥିବା କହିଛି । ୧୦ ବର୍ଷର ବାଧ୍ୟତାମୂଳକ ପ୍ରେସର ଟେଷ୍ଟିଂ ବ୍ୟବସ୍ଥା ଥିବାରୁ ଏସଓପି ଅନୁସାରେ ଟେଣ୍ଡର, କାର୍ଯ୍ୟର ପରିଚାଳନା ଓ ନିରାପତ୍ତା ଆଇଓସିଏଲ ସମସ୍ତ ଦାୟିତ୍ୱ ନେବାକଥା ।  ଆଇଓସିଏଲର ଜାଣତରେ ଠିକାସଂସ୍ଥା ମେସର୍ସ ସୂର୍ଯ୍ୟଶକ୍ତି ଭେସେଲ୍ କେତେକ ନିମ୍ନମାନର କାର୍ଯ୍ୟ ମଧ୍ୟ କରିଥିଲା । ଠିକା ସଂସ୍ଥାକୁ ଗେଟ୍ ପାସ୍ ଦିଆଯାଇନି କିନ୍ତୁ ସେମାନଙ୍କୁ କାମ କରିବାକୁ ଅନୁମତି ମିଳିଥିଲା ବୋଲି ତଦନ୍ତକାରୀ ସଂସ୍ଥା ରିପୋର୍ଟରେ କହିଛନ୍ତି ।