ଆଜି ସାରା ରାଜ୍ୟରେ ଲାଗୁ ହେବ ନାଇଟ କର୍ଫ୍ୟୁ
Advertisement
Article Detail0/zeeodisha/odisha818966

ଆଜି ସାରା ରାଜ୍ୟରେ ଲାଗୁ ହେବ ନାଇଟ କର୍ଫ୍ୟୁ

ଏହି ନାଇଟ କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ । ଏଥିରେ ସହଯୋଗ କରିବା ପାଇଁ ରାଜ୍ୟବସୀଙ୍କୁ ଏସଆରସି ନିବେଦନ କରିଛନ୍ତି ।

ଆଜି ସାରା ରାଜ୍ୟରେ ଲାଗୁ ହେବ ନାଇଟ କର୍ଫ୍ୟୁ

ଭୁବନେଶ୍ୱର: କୋରୋନାର ନୂଆ ଷ୍ଟ୍ରେନ୍ (COVID-19 New Strain) ଚିନ୍ତା ବଢ଼ାଇଦେଇଛି । ଏହାକୁ ଦୃଷ୍ଟିରେ ବିଭିନ୍ନ କଟକଣା ଲାଗୁ କରାଯାଉଛି । ଏହି କ୍ରମରେ ନୂଆ ବର୍ଷ ପୂର୍ବରୁ ରାଜ୍ୟରେ ନାଇଟ କର୍ଫ୍ୟୁ (Night Curfew) ଲାଗୁ ହୋଇଛି । ରାଜ୍ୟ ସରକାର (Odisha Govt) ଆଜି(ଗୁରୁବାର) ରାତି ୧୦ଟାରୁ ଆସନ୍ତାକାଲି(ଶୁକ୍ରବାର) ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି । ଏନେଇ  ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।

ଅଧିକ ପଢ଼ନ୍ତୁ:-ଭାଗ୍ୟ ୨୦୨୧: ଜାଣନ୍ତୁ ଦୁନିଆ, ଭାରତ, ଓଡ଼ିଶା ଓ ଆପଣଙ୍କ ପାଇଁ କେମିତି ରହିବ ନୂଆ ବର୍ଷ

ଏହି ନାଇଟ କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ । ଏଥିରେ ସହଯୋଗ କରିବା ପାଇଁ ରାଜ୍ୟବସୀଙ୍କୁ ଏସଆରସି ନିବେଦନ କରିଛନ୍ତି । ସେପଟେ ରାତି ୧୦ଟା ବଦଳରେ ରାତି ୯ଟାରୁ ଟୁଇନ ସିଟିରେ ଲାଗୁ ହେବ ନାଇଟ କର୍ଫ୍ୟୁ । ବିନା କାରଣରେ ବାହାରେ ବୁଲିଲେ ଗିରଫ ହୋଇପାରନ୍ତି । ନୂଆ ବର୍ଷ ପାଳନ ବେଳେ କଟକଣା ଲାଗୁ କଲା କମିଶନରେଟ ପୋଲିସ । ଆଜି ରାତି ୯ଟା ପରେ ଟୁଇନ ସିଟିରେ ଲାଗୁ ହେବ ଧାରା ୧୪୪ । ସେହିପରି ଟୁଇଟ ସିଟି ସୁରକ୍ଷା ପାଇଁ ୪୦ ପ୍ଲାଟୁନ ପୋଲିସ ଫୋର୍ସ  ମୁତୟନ ହେବେ ।

ଅଧିକ ପଢ଼ନ୍ତୁ:-LPG ସିଲିଣ୍ଡର ଓ ରାସନ କାର୍ଡକୁ ନେଇ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ସରକାର

ନୂଆବର୍ଷ ଓ ଜିରୋ ନାଇଟ୍ ପାଇଁ ଗହଳି ଏଡ଼ାଇବା ଲାଗି ବିଏମସି ପ୍ରସ୍ତୁତ ଅଛି । ଭୁବନେଶ୍ୱରରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଆସନ୍ତାକାଲି ଭିଡ଼ ନୟନ୍ତ୍ରଣ ପାଇଁ ବିଏମସି ମାଇକ୍ ଦ୍ୱାରା ପ୍ରଚାର ପ୍ରସାର କରିବ‌ । ତିନୋଟି ଜୋନ୍ ରେ ୨ଟି ଲେଖାଏଁ ସ୍ୱାର୍ଡ ଗଠନ କରାଯାଇଛି । ରାଜ୍ଯ ସରକାର ଆଜି ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି । ଆମ ଟିମ୍ ମଧ୍ୟ ରାତିରେ ପୋଲିସ ସହିତ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରିବେ ବୋଲି ବିଏମସି କମିଶନର କହିଛନ୍ତି ।