ରାଜ୍ୟରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୫ରୁ ୮ ତାରିଖ ପର୍ଯ୍ୟନ୍ତ ପ୍ରଥମ ତିନି ଦିନ ଦୁଇଟି ସିଟିଂରେ ଥିଓରୀ ପରୀକ୍ଷା ଓ ୮ ତାରିଖରେ କେବଳ ପ୍ରାକ୍ଟିକାଲ ପରୀକ୍ଷା ହେବ ।
Trending Photos
ଭୁବନେଶ୍ୱର: 10th Class Summative Exam: ଆଜି ଅର୍ଥାତ ଜାନୁଆରୀ ୫ ଠାରୁ ଆରମ୍ଭ ହେବ ମାଟ୍ରିକ ବୋର୍ଡର ବିକଳ୍ପ ପରୀକ୍ଷା । ଚଳିତ ଶିକ୍ଷା ବର୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ ଏହି ସ୍ୱତନ୍ତ୍ର ସମେଟିଭ-୧ ପରୀକ୍ଷା ୫ରୁ ୮ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ କୋଭିଡ ସୁରକ୍ଷା ବଳୟ ଭିତରେ ହେବ । ଛାତ୍ରଛାତ୍ରୀ ମାନେ ଅନ୍ୟ ବିଦ୍ୟାଳୟରେ ପରୀକ୍ଷା ଦେବେ । ସମସ୍ତ ନୋଡାଲ୍ ସେଣ୍ଟରରେ ପ୍ରଶ୍ନପତ୍ର ପଂହଚିସାରିଛି । ବୋର୍ଡ ପରୀକ୍ଷା କାଳରେ ପ୍ରତିକୂଳ ପରିସ୍ଥିତି ଉପୁଜିଲେ ଏହି ପରୀକ୍ଷାର ଗୁରୁତ୍ବ ଢେର୍ ଅଧିକା । ତେଣୁ ବୋର୍ଡ କାର୍ଯ୍ୟାଳୟରୁ ଜିଲ୍ଲା ପ୍ରଶାସନ, ସ୍କୁଲ କର୍ତ୍ତୂପକ୍ଷ ଓ ଛାତ୍ରଛାତ୍ରୀ ସଭିଏଁ ପ୍ରସ୍ତୁତ ।
ରାଜ୍ୟରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୫ରୁ ୮ ତାରିଖ ପର୍ଯ୍ୟନ୍ତ ପ୍ରଥମ ତିନି ଦିନ ଦୁଇଟି ସିଟିଂରେ ଥିଓରୀ ପରୀକ୍ଷା ଓ ୮ ତାରିଖରେ କେବଳ ପ୍ରାକ୍ଟିକାଲ ପରୀକ୍ଷା ହେବ । ପରୀକ୍ଷା ପାଇଁ ୩ ହଜାର ୯୩ଟି କେନ୍ଦ୍ର କରାଯାଇଥିବା ବେଳେ ୩୧୧ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଁଚି ସାରିଛି । ସେଥିମଧ୍ୟରୁ ୨୨ଟି ଥାନାରେ ରଖାଯାଇଛି ପ୍ରଶ୍ନପତ୍ର । ତେବେ ମୋଟ ୫ ଲକ୍ଷ ୭୬ ହଜାର ୨୨୩ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସକାଳ ୮ ଟା ୩୦ରୁ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଂଚିବ ।
କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା କେନ୍ଦ୍ରକୁ ଦୈନିକ ବିଶୋଧନ କରାଯିବ ବୋଲି ବୋର୍ଡ କହିଛି । ପ୍ରତି ହଲରେ ସର୍ବାଧିକ ୨୪ ଜଣ ପରୀକ୍ଷାର୍ଥୀ ବସିବା ପାଇଁ ବ୍ୟବସ୍ଥା ହୋଇଛି । ଏହାସହ କପି ରୋକିବା ଲାଗି ମୋଟ ୭୨ଟି ସ୍କାର୍ଡ ୪୦ଟି ସେଣ୍ଟ୍ରାଲ ସ୍କାର୍ଡ ଗଠନ ହୋଇଛି ।
ତେବେ ପ୍ରସ୍ତୁତି ଚୁଡାନ୍ତ ହୋଇଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି । ଶୃଙ୍ଖଳାର ସହ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ପ୍ରଥମ ଥର ପାଇଁ ଏହି ସ୍ୱତନ୍ତ୍ର ବିକଳ୍ପ ପରୀକ୍ଷା ହେଉଥିବାରୁ ପିଲାମାନେ ତାହାର ଗୁରୁତ୍ୱ ଉପଲବ୍ଧି କରିଛନ୍ତି । ତୃତୀୟ ଲହର ବା ସଂକ୍ରମଣ ବଢିଲେ ସମ୍ମାଟିଭ ପରୀକ୍ଷା ର ଗୁରୁତ୍ୱ ବଢିବା ସହ ନୂଆ ଫର୍ମୁଲାରେ ପରୀକ୍ଷା ହେଉଥିବାରୁ ପିଲାଙ୍କ ଆତ୍ମବିଶ୍ୱାସ ବଢିବ ବୋଲି ମନ୍ତ୍ରୀ କହିଛନ୍ତି । ସେପଟେ ନୋଡାଲ୍ ସେଣ୍ଟର ଗୁଡିକରେ ବୋର୍ଡ ପ୍ରଶ୍ନପତ୍ର ପହଞ୍ଚି ସାରିଥିବା ବେଳେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ତେବେ ପ୍ରଥମ ଥର ପାଇଁ ଏହି ସମ୍ମାଟିଭ ପରୀକ୍ଷାକୁ ସାମ୍ନା କରିବା ଲାଗି ଆଡ଼ମିଟ କାର୍ଡ ସଂଗ୍ରହ କରି ଉତ୍ସାହିତ ଅଛନ୍ତି ପରୀକ୍ଷାର୍ଥୀ ।
ଏହା ବି ପଢ଼ନ୍ତୁ:-ଏହି ଦେଶରେ ଆସିଲା କୋରୋନା ସୁନାମି, ଦିନକରେ ଚିହ୍ନଟ ହେଲେ ୧୦ ଲକ୍ଷ ସଂକ୍ରମିତ
ଏହା ବ୍ୟତୀତ ନିଜ ନିଜ ଜିଲ୍ଲାରେ ସୁବନ୍ଦୋବଦସ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା କେନ୍ଦ୍ର ଗୁଡିକୁ ମୋବାଇଲ ମନା ହୋଇଥିବା ବେଳେ ସୁପରଟେଣ୍ଡେଣ୍ଟ ମାନେ ମଧ୍ୟ ପରୀକ୍ଷା ହଲକୁ ଯିବା ପୂର୍ବରୁ ନିଜ ମୋବାଇଲକୁ ଲକରରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ବୋର୍ଡ ପରୀକ୍ଷାରୁ ଅସମ୍ଭାବନାକୁ ଏଡାଇବା ପାଇଁ ସମସ୍ତ ଛାତ୍ରଛାତ୍ରୀ ସ୍ଥିର ଚିତ୍ତରେ ନିର୍ଭୟରେ ପରୀକ୍ଷା ଦେବାକୁ କୁହାଯାଇଛି ।