ଆଜିଠୁ ଓଡିଶା ସିଭିଲ ସର୍ଭିସ ମେନ୍ ପରୀକ୍ଷା
Advertisement
Article Detail0/zeeodisha/odisha1075305

ଆଜିଠୁ ଓଡିଶା ସିଭିଲ ସର୍ଭିସ ମେନ୍ ପରୀକ୍ଷା

ଆଜି ପ୍ରଥମ ଦିନର ପ୍ରଥମ ସିଟିଂରେ ଓଡିଆ ଭାଷା ବିଷୟରେ ପରୀକ୍ଷା ହେବାକୁ ଥିବାବେଳେ ଦ୍ୱିତୀୟ ସିଟିଂରେ ଇଂରାଜୀ ବିଷୟରେ ପରୀକ୍ଷା ହେବ ।

ଆଜିଠୁ ଓଡିଶା ସିଭିଲ ସର୍ଭିସ ମେନ୍ ପରୀକ୍ଷା

ଭୁବନେଶ୍ୱର: Odisha Civil Service Main Exam: ଆଜି (ଗୁରୁବାର) ଅର୍ଥାତ ଜାନୁଆରୀ ୨୦ରେ ଓଡିଶା ସିଭିଲ ସର୍ଭିସ ମେନ ପରୀକ୍ଷା (Odisha Civil Service Main Examination 2020)  । ଓଡିଶା ଲୋକସେବା ଆୟୋଗ (Odisha Public Service Commission) ବା OPSC ଦ୍ୱାରା ପରିଚାଳିତ  ଓଡିଶା ସିଭିଲ ସର୍ଭିସ-୨୦୨୦ର ମେନ୍ ପରୀକ୍ଷା ଆଜିଠାରୁ ଆରମ୍ଭ ହେବ । ଚଳିତ ଥର ପ୍ରାୟ ୪ ହଜାର ୭୫୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । 

୫ଟି ଜୋନର ୧୬ଟି ପରୀକ୍ଷା କେନ୍ଦ୍ରରେ କୋଭିଡ କଟକଣା ଅନୁପାଳନପୂର୍ବକ ପରୀକ୍ଷା କରାଯିବ । ଏଥିପାଇଁ ଓପିଏସସି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତା ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ । ବିଭିନ୍ନ ବିଷୟରେ ପରୀକ୍ଷାର୍ଥୀମାନେ ଦୁଇଟି ସିଟିଂରେ ପରୀକ୍ଷା ଦେବେ । ପୂର୍ବାହ୍ନ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଏବଂ  ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ପରୀକ୍ଷା ହେବ ।

ଆଜି ପ୍ରଥମ ଦିନର ପ୍ରଥମ ସିଟିଂରେ ଓଡିଆ ଭାଷା ବିଷୟରେ ପରୀକ୍ଷା ହେବାକୁ ଥିବାବେଳେ ଦ୍ୱିତୀୟ ସିଟିଂରେ ଇଂରାଜୀ ବିଷୟରେ ପରୀକ୍ଷା ହେବ । ପରୀକ୍ଷା ସୁପରିଚାଳନା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆୟୋଗର ସଦସ୍ୟମାନେ ସ୍କ୍ୱାର୍ଡ ଭାବେ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ବ୍ୟବସ୍ଥା ତଦାରଖ କରିବେ। ତେବେ କୋରୋନା ସଂକ୍ରମଣ ହାର ବୃଦ୍ଧି ପାଉଥିବାରୁ ବହୁ ପରୀକ୍ଷାର୍ଥୀ ଓସିଏସ ପରୀକ୍ଷାକୁ ଘୁଞ୍ଚାଇବାକୁ ଦାବି କରିଥିଲେ । ପରୀକ୍ଷାର୍ଥୀ ମାନେ କରୋନା ଆକ୍ରାନ୍ତ ହେବାର ସମ୍ଭାବନା ରହିଛି ବୋଲି ପ୍ରାର୍ଥୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଦ୍ୱାରା ମଧ୍ୟ ଜଣାଇଥିଲେ ।  

ଏହା ବି ପଢ଼ନ୍ତୁ:-କୁହୁଡି ଆଉ ୨୪ ଘଣ୍ଟା, ପୁଣି ଆସୁଛି ବର୍ଷା!

ଏହା ବି ପଢ଼ନ୍ତୁ:-ଏହି ଗ୍ରହରେ ରହୁଛନ୍ତି ଏଲିଏନ୍ସ! ନାସା ଲୁଚାଉଛି ଏହି ବଡ଼ ରହସ୍ୟ

ଏହା ବି ପଢ଼ନ୍ତୁ:-କ'ଣ ଭାରତ ପାଇଁ ଉପଯୋଗୀ ରହିବ ଲକଡାଉନର ନୂଆ ଫର୍ମୂଲା? ସବୁଜ ସଙ୍କେତ ଦେଲା WHO

 

ଅନ୍ୟପକ୍ଷରେ ଓପିଏସସି ପକ୍ଷରୁ ଆଲୋଚନା ପରେ ପରୀକ୍ଷାକୁ ସ୍ଥଗିତ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯିବା ସହ ଗତ ୧୫ ତାରିଖରେ ବିଜ୍ଞପ୍ତି ଜାରି କରାଯାଇଥିଲା । ସମସ୍ତ ପରୀକ୍ଷାର୍ଥୀଙ୍କୁ ଏନ-୯୫ ମାସ୍କ ପିନ୍ଧିବାକୁ କୁହାଯାଇଛି । ମାସ୍କ ପିନ୍ଧି ନଥିବା ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । ଓପିଏସସି ପକ୍ଷରୁ ପରୀକ୍ଷା କେନ୍ଦ୍ରକୁ ବିଶୋଧନ କରାଯିବା ସହ କେନ୍ଦ୍ରରେ ହ୍ୟାଣ୍ଡ ସାନିଟାଇଜରର ବ୍ୟବସ୍ଥା କରାଯାଇଛି । ପରୀକ୍ଷାର୍ଥୀ ମାନେ ମଧ୍ୟ ନିଜ ସାଙ୍ଗରେ ସାନିଟାଇଜର ନେଇପାରିବେ । ପରୀକ୍ଷା କେନ୍ଦ୍ର ପରିସରରେ ସାମାଜିକ ଦୂରତା ଓ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ରକ୍ଷା ନିୟମ ପାଳନ କରିବାକୁ କୁହାଯାଇଛି ।