ଆଉ ୨ ଦିନ ଛେଚିବ ବର୍ଷା, ଜଣନ୍ତୁ ଆଲର୍ଟରେ କେଉଁ କେଉଁ ଜିଲ୍ଲା
Advertisement
Article Detail0/zeeodisha/odisha760673

ଆଉ ୨ ଦିନ ଛେଚିବ ବର୍ଷା, ଜଣନ୍ତୁ ଆଲର୍ଟରେ କେଉଁ କେଉଁ ଜିଲ୍ଲା

ଲଘୁଚାପ ପ୍ରଭାବରେ ରାଜ୍ୟବ୍ୟାପୀ ବର୍ଷା ଜାରି ରହିଛି। ଆସନ୍ତା ୨ ଦିନ ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ଅନୁମାନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଅଧା ଓଡିଶାକୁ ଆଲର୍ଟ କରାଯାଇଛି।

 

ଆଉ ୨ ଦିନ ଛେଚିବ ବର୍ଷା, ଜଣନ୍ତୁ ଆଲର୍ଟରେ କେଉଁ କେଉଁ ଜିଲ୍ଲା

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଘୁର୍ଣ୍ଣିବଳୟର ରୂପ ନେଇଛି। ଏହା ଏବେ ବି ସମୂଦ୍ର ପତ୍ତନଠୁ ପ୍ରାୟ ୫.୮ କିମି ଉଚ୍ଚତା ପର୍ଯ୍ୟନ୍ତ ପରିବ୍ୟାପ୍ତ। ଏହାର ପ୍ରଭାବରେ ଆଉ ୨ ଦିନ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି।

ଆଜି ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର ଅଧିକାଂଶ ଅଞ୍ଚଳ ଭିଜିବ। କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ତେବେ ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷିବା ସମ୍ଭାବନାଛି। ସମ୍ବଲପୁର, ବଲାଙ୍ଗିର, କଳାହାଣ୍ଡି, ବରଗଡ, ନୂଆପଡା, ବଲାଙ୍ଗିର, କୋରାପୁଟ, ନବରଙ୍ଗପୁରୁ, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଝାରସୁଗୁଡା, ମୟୂରଭଞ୍ଜ ଓ ସୁନ୍ଦରଗଡକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ତେବେ ଆସନ୍ତାକାଲିଠୁ ରାଜ୍ୟରେ ବର୍ଷାର ପରିମାଣ କମିବ। ଶନିବାର ପର୍ଯ୍ୟନ୍ତ ଶୁଖିଲା ପାଗ ରହିବ। କିନ୍ତୁ ୯ ତାରିଖରେ ଥାଇଲାଣ୍ଡ ଉପକୂଳ ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇ ୨ରୁ ୩ ଦିନ ଭିତରେ ଅବପାତର ରୂପ ନେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୧ ତାରିଖରୁ ପୁଣି ୩ ଦିନ ପ୍ରବଳ ବର୍ଷା ହୋଇପାରେ।