ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୧୬୪୧ କୋରୋନା ସଂକ୍ରମିତ
Advertisement
Article Detail0/zeeodisha/odisha732135

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୧୬୪୧ କୋରୋନା ସଂକ୍ରମିତ

ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୭୦,୦୨୦ କୋରୋନା ସଂକ୍ରମିତ(COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୩୮୦ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ରାଜ୍ୟରେ ଦ୍ରୁତଗତିରେ ବଢ଼ି ବଢ଼ି ଚାଲିଛି କୋରୋନା ଭୂତାଣୁ(Coronavirus) ସଂକ୍ରମିତଙ୍କ ସଂଖ୍ୟା । ଏହାସହ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ରେକର୍ଡ କରାଯାଉଛି । ଅନ୍ୟପଟେ ରାଜ୍ୟବାସୀଙ୍କ ପାଇଁ ଏକ ଭଲ ଖବର ଏହା ଯେ ରାଜ୍ୟରେ ସଂକ୍ରମିତଙ୍କ ସୁସ୍ଥ ହାରରେ କ୍ରମାଗତ ସୁଧାର ଆସୁଛି । ଏହି କ୍ରମରେ ଆଜି(ଗୁରୁବାର) ରାଜ୍ୟରେ ପୁଣି  ୧୬୪୧ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାହା ପରେ ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୮,୫୭୬ ଜଣ ସଂକ୍ରମିତ ଏହି ମହାମାରୀ ଭୂତାଣୁକୁ ପରାଜିତ କରିବାରେ ସଫଳ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 

ସୂଚନାଯୋଗ୍ୟ, ଆଜି ଗଞ୍ଜାମରୁ ସର୍ବାଧିକ ୩୬୫ ଜଣ, ଖୋର୍ଦ୍ଧାରୁ ୩୫୭ ଜଣ, ସୁନ୍ଦରଗଡରୁ ୯୧ ଜଣ, ଯାଜପୁରରୁ ୮୬ ଜଣ, ଗଜପତିରୁ ୬୫ ଜଣ, କଟକରୁ ୬୩ ଜଣ, କୋରାପୁଟରୁ ୬୩ ଜଣ, ମୟୂରଭଞ୍ଜରୁ ୬୦ ଜଣ, କନ୍ଧମାଳରୁ ୫୦ ଜଣ ଓ ରାୟଗଡାରୁ ୪୨ ଜଣ, ନୟାଗଡରୁ ୪୧ ଜଣ, ମାଲକାନଗିରିରୁ ୩୯ ଜଣ, ବଲାଙ୍ଗୀରରୁ ୩୫ ଜଣ, ଢେଙ୍କାନାଳରୁ ୩୩ ଜଣ, ଜଗତସିଂପୁରରୁ ୩୩ ଜଣ, ବାଲେଶ୍ୱରରୁ ୩୧ ଜଣ, କେନ୍ଦୁଝରରୁ ୨୯ ଜଣ, ବରଗଡରୁ ୨୫ ଜଣ,  ଭଦ୍ରକରୁ ୨୪ ଜଣ, ଝାରସୁଗୁଡାରୁ ୨୧ ଜଣ, ପୁରୀରୁ ୨୧ ଜଣ, ସମ୍ବଲପୁରରୁ ୨୦ ଜଣ, କଳାହାଣ୍ଡିରୁ ୧୬ ଜଣ, କେନ୍ଦ୍ରାପଡାରୁ ୧୬ ଜଣ, ନବରଙ୍ଗପୁରରୁ ୧୧ ଜଣ, ଦେଓଗଡରୁ ୨ ଜଣ ଏବଂ ଅନୁଗୋଳ ଓ ବୌଦ୍ଧରୁ ଜଣେ ଲେଖାଏଁ ସଂକ୍ରମିତ ସୁସ୍ଥ ଲାଭ କରିଛନ୍ତି ।  

ଅଧିକ ପଢ଼ନ୍ତୁ:-ସାଧାରଣ ଜନତାଙ୍କ ସ୍ୱାର୍ଥରେ ମୋଦି ସରକାର ନେଲେ ୪ଟି ବଡ଼ ନିଷ୍ପତ୍ତି, ଜାଣି ନିଅନ୍ତୁ ନହେଲେ ଉଠାଇ ପାରିବେନି ଲାଭ

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୭୦,୦୨୦ କୋରୋନା ସଂକ୍ରମିତ(COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୩୮୦ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ୪୬,୯୩୬ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୨୨,୬୫୧ ସଂକ୍ରିୟ କୋରୋନା ସଂକ୍ରମିତ ମାମଲା ରହିଛି ।