Covid Vaccine:କ’ଣ ଆପଣଙ୍କୁ ନେବାକୁ ପଡ଼ିବ କୋଭିଡର ଚତୁର୍ଥ ଟିକା ? ଜାଣନ୍ତୁ କ’ଣ କହୁଛି INSACOG
Advertisement
Article Detail0/zeeodisha/odisha2028665

Covid Vaccine:କ’ଣ ଆପଣଙ୍କୁ ନେବାକୁ ପଡ଼ିବ କୋଭିଡର ଚତୁର୍ଥ ଟିକା ? ଜାଣନ୍ତୁ କ’ଣ କହୁଛି INSACOG

ଭାରତରେ କୋଭିଡର ସକ୍ରିୟ ମାମଲା ସଂଖ୍ୟା 4 ହଜାର ଅତିକ୍ରମ କରିଛି। ବଢୁଥିବା ମାମଲା ଭିତରେ ଟିକା ସମ୍ବନ୍ଧୀୟ ଆଲୋଚନା ମଧ୍ୟ ତୀବ୍ର ହେବାରେ ଲାଗିଛି । ଲୋକଙ୍କ ମଧ୍ଯରେ ଆଲୋଚନା ହେଉଛି ଯେ,ନୂଆ ଲହରୀ ଆସିଲେ କୋଭିଡର ଚତୁର୍ଥ ଟିକା ନେବା କ’ଣ ଜରୁରୀ ? ଦେଶର କେତେକ ରାଜ୍ୟରେ କରୋନା ମାମଲା ବୃଦ୍ଧି ପାଉଛି। ଏହା ବ୍ୟତୀତ କୋଭିଡ କାରଣରୁ ମୃତ୍

SOCIAL MEDIA

Covid Vaccine:

ଭାରତରେ କୋଭିଡର ସକ୍ରିୟ ମାମଲା ସଂଖ୍ୟା 4 ହଜାର ଅତିକ୍ରମ କରିଛି। ବଢୁଥିବା ମାମଲା ଭିତରେ ଟିକା ସମ୍ବନ୍ଧୀୟ ଆଲୋଚନା ମଧ୍ୟ ତୀବ୍ର ହେବାରେ ଲାଗିଛି । ଲୋକଙ୍କ ମଧ୍ଯରେ ଆଲୋଚନା ହେଉଛି ଯେ,ନୂଆ ଲହରୀ ଆସିଲେ କୋଭିଡର ଚତୁର୍ଥ ଟିକା ନେବା କ’ଣ ଜରୁରୀ ?

ଦେଶର କେତେକ ରାଜ୍ୟରେ କରୋନା ମାମଲା ବୃଦ୍ଧି ପାଉଛି। ଏହା ବ୍ୟତୀତ କୋଭିଡ କାରଣରୁ ମୃତ୍ୟୁ ମାମଲା ମଧ୍ୟ ବୃଦ୍ଧି ପାଉଛି। କୋଭିଡ ମାମଲାଗୁଡ଼ିକର ବୃଦ୍ଧି ଭିତରରେ ଟିକାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି ।  ସବୁଠୁ ବଡ ପ୍ରଶ୍ନ ହେଉଛି, ଯେଉଁମାନେ କରୋନାର ବୁଷ୍ଟର୍ ଡୋଜ ନେଇଛନ୍ତି, ସେମାନଙ୍କୁ ଆଉ ଏକ ଅର୍ଥାତ୍ ଚତୁର୍ଥ ଡୋଜ୍ ଦରକାର କି? ଏହି ପ୍ରଶ୍ନଗୁଡିକ ଆସୁଛି କାରଣ ବର୍ତ୍ତମାନ ସାରା ବିଶ୍ୱରେ କରୋନା ମାମଲା ବୃଦ୍ଧି ପାଉଛି । ଗତ ଏକ ମାସ ମଧ୍ୟରେ କୋଭିଡର ନୂତନ ମାମଲା 50 ପ୍ରତିଶତ ବୃଦ୍ଧି ଘଟିଛି।

Covid JN.1 ର ନୂତନ ପ୍ରକାର ଯୋଗୁଁ ମାମଲା ବୃଦ୍ଧି ପାଉଛି । ଭାରତରେ ଏହି ଭାରିଆଣ୍ଟର ପ୍ରାୟ 63 ଟି ମାମଲା ଭାରତରେ ମଧ୍ୟ ପଞ୍ଜିକୃତ ହୋଇଛି। କେରଳ ପରେ ଏହି ଭାରିଆଣ୍ଟ ଅନେକ ରାଜ୍ୟକୁ ବ୍ୟାପିଛି। ଏଭଳି ପରିସ୍ଥିତିରେ କରୋନା ଟିକାର ଚତୁର୍ଥ ଡୋଜ୍ ନେବା ଉଚିତ କି ନାହିଁ ତାହା ଜାଣିବା ଜରୁରୀ ଅଟେ।

ଟିକା ର ଚତୁର୍ଥ ଡୋଜ୍ ଆବଶ୍ୟକ କି?

ଦେଶରେ SARS-CoV-2 ଜେନୋମିକ୍ସ କନ୍ସୋର୍ଟିୟମ୍ ଅର୍ଥାତ୍ INSACOG ର ମୁଖ୍ୟ ଏନ.କେ ଆରୋରାଙ୍କ ଅନୁଯାୟୀ ବର୍ତ୍ତମାନ ଦେଶରେ କରୋନା ଟିକା ର ଚତୁର୍ଥ ମାତ୍ରାର ଆବଶ୍ୟକତା ନାହିଁ ।  ଯଦିଓ ମାମଲା ସଂଖ୍ୟା ବଢିବାରେ ଲାଗିଛି ତଥାପି ଦେଶ ପାଇଂ କୌଣସି ଗୁରୁତର ବିପଦ ନାହିଁ । ତେବେ ଯେଉଁମାନଙ୍କର କୌଣସି ଗୁରୁତର ରୋଗ ଅଛି କିମ୍ବା 60 ବର୍ଷରୁ ଅଧିକ ବୟସ୍କ ସୁରକ୍ଷା ପାଇଁ ତୃତୀୟ ଡୋଜ୍ ଅର୍ଥାତ୍ ବୁଷ୍ଟର୍ ଡୋଜ ନେଇପାରିବେ । ଯେଉଁମାନଙ୍କର କୌଣସି ଅସୁବିଧା ନାହିଁ ସେମାନେ ବର୍ତ୍ତମାନ ଚତୁର୍ଥ ଡୋଜ ଟିକା ନେବାର କୌଣସି ଆବଶ୍ୟକତା ନାହିଁ ।

ଡକ୍ଟର ଆରୋରା କହିଛନ୍ତି ଯେ କରୋନାର ନୂତନ ପ୍ରକାରର ଲକ୍ଷଣ ଫ୍ଲୁ ସହିତ ସମାନ। ଏହି କାରଣରୁ କୌଣସି ଗମ୍ଭୀର ସମସ୍ୟା ଦେଖାଯାଉ ନଥିଲେ ମଧ୍ୟ ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟକୁ କୋଭିଡ ପରୀକ୍ଷା ଏବଂ ଜିନୋମ କ୍ରମ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡକ୍ଚର ଆରୋରା କହିଛନ୍ତି ଯେ JN.1 ପ୍ରକାର ହେଉଛି ଓମିକ୍ରନର ଏକ ଉପ-ପ୍ରକାର ଏବଂ ଏହା ଭାରତରେ ଅତ୍ୟନ୍ତ ବିପଜ୍ଜନକ ନୁହେଁ।

ମାମଲା ବୃଦ୍ଧି ପାଉଛି

ଭାରତରେ କୋଭିଡ ଭାଇରସ ରୋଗ ବୃଦ୍ଧି ପାଉଛି। କେରଳରୁ ସର୍ବାଧିକ ମାମଲା ଚିହ୍ନଟ କରାଯାଉଛି। କେରଳରେ କୋଭିଡର 3 ହଜାରରୁ ଅଧିକ ସକ୍ରିୟ ମାମଲା ରହିଛି। ସମଗ୍ର ଦେଶରେ 90 ପ୍ରତିଶତରୁ ଅଧିକ ସକ୍ରିୟ ମାମଲା କେବଳ କେରଳରୁ ଆସିଛି। ଗତ କିଛି ଦିନ ମଧ୍ୟରେ ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ କୋଭିଡ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ବିଶେଷଜ୍ଞମାନେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି