Saudi Arabia Bus Accident: ରାସ୍ତା ଉପରେ ଜଳିଗଲା ବସ୍; ୨୦ ଯାତ୍ରୀ ଜୀବନ୍ତ ଦଗ୍ଧ, ୨୯ ଗୁରୁତର
Advertisement

Saudi Arabia Bus Accident: ରାସ୍ତା ଉପରେ ଜଳିଗଲା ବସ୍; ୨୦ ଯାତ୍ରୀ ଜୀବନ୍ତ ଦଗ୍ଧ, ୨୯ ଗୁରୁତର

Bus Accident In Saudi Arabia: ଏହି ବସରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି ।​ ବସ୍‌ରେ ନିଆଁ ଲାଗି ୨୦ ଜଣ ଯାତ୍ରୀ ଜୀବନ୍ତ ଜଳିବା କାରଣରୁ ମୃତ୍ୟୁ ବରଣ କରିଛନ୍ତି । ଏଥିସହିତ ଏହି ଦୁର୍ଘଟଣାରେ ୨୯ ଜଣ ଲୋକ ଗୁରୁତର ଭାବେ ଜଳି ଯାଇଛନ୍ତି । ନିଆଁକୁ ଆୟତ୍ତ କରାଯାଇଛି ଓ ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Saudi Arabia Bus Accident: ରାସ୍ତା ଉପରେ ଜଳିଗଲା ବସ୍; ୨୦ ଯାତ୍ରୀ ଜୀବନ୍ତ ଦଗ୍ଧ, ୨୯ ଗୁରୁତର

Saudi Arabia Bus Accident: ରମଜାନ (Ramadan) ମାସରେ ମକ୍କା (Mecca) ଯାଉଥିବା ଏକ ବସ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଛି । ଏହି ବସ୍ ସାଉଦି ଆରବ (Saudi Arabia) ର ଅସୀର ପ୍ରଦେଶରେ ଯାତ୍ରୀମାନଙ୍କୁ ନେଇ ଯାଉଥିଲା, ଏହା ଏକ ବ୍ରିଜ ଉପରେ ଦୁର୍ଘଟଣାର ଶିକାର ହୋଇଛି । ଏହି ବସରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି ।​ ବସ୍‌ରେ ନିଆଁ ଲାଗି ୨୦ ଜଣ ଯାତ୍ରୀ ଜୀବନ୍ତ ଜଳିବା କାରଣରୁ ମୃତ୍ୟୁ ବରଣ କରିଛନ୍ତି । ଏଥିସହିତ ଏହି ଦୁର୍ଘଟଣାରେ ୨୯ ଜଣ ଲୋକ ଗୁରୁତର ଭାବେ ଜଳି ଯାଇଛନ୍ତି । ନିଆଁକୁ ଆୟତ୍ତ କରାଯାଇଛି ଓ ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପ୍ରତିବର୍ଷ ରମଜାନ ମାସରେ ଲକ୍ଷ ଲକ୍ଷ ଲୋକ ମକ୍କା ଯାତ୍ରା କରନ୍ତି । ଏହି ଯାତ୍ରାକୁ ଯାଉଥିବା ବସ୍ ଏକ ବ୍ରିଜ୍ ଉପରେ ଦୁର୍ଘଟଣା (Saudi Arabia Bus Accident) ର ସମ୍ମୁଖୀନ ହୋଇଥିଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବସ୍‌ରେ ନିଆଁ ଲାଗି ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅତି କମରେ ୨୯ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ଏହା ମଧ୍ୟ କୁହାଯାଉଛି ଯେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନେ ବିଭିନ୍ନ ଦେଶର ବାସିନ୍ଦା ଥିଲେ । 

ସାଉଦି ଆରବ (Saudi Arabia) ର ପବିତ୍ର ସ୍ଥାନଗୁଡିକ ଚାରିପାଖରେ ବହୁତ ଭିଡ଼ ହୋଇଥାଏ । ରମଜାନ ମାସରେ ଏହି ଭିଡ଼ ଆହୁରି ବଢ଼ିଥାଏ । ରାସ୍ତାଗୁଡ଼ିକ ବହୁତ ବ୍ୟସ୍ତ ରହିଥାଏ । ଏହି କାରଣ ପୂର୍ବରୁ ଏପରି ଘଟଣା ଘଟିଛି । ଅକ୍ଟୋବର ୨୦୧୯ରେ, ଏକ ବସ୍ ମଦିନା ନିକଟରେ ଅନ୍ୟ ଏକ ଗାଡି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୩୫ ଜଣ ପ୍ରାଣ ହରାଇଥିଲେ ଓ ଚାରି ଜଣ ଗୁରୁତର ଆହତ ହୋଇଥିଲେ । କୁହାଯାଉଛି ଯେ ଏହି ବସ୍ ୟେମେନ ସୀମାନ୍ତ ପ୍ରଦେଶର ଅସୀର ଦେଇ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି । ଖବର ଅନୁଯାୟୀ, ବ୍ରେକ୍ ଫେଲ୍ ହେତୁ ଏହି ଦୁର୍ଘଟଣା ଘଟିଛି । ଏହାସହ କୁହାଯାଉଛି ଯେ ଦୁର୍ଘଟଣାରେ ଆହତ ହୋଇଥିବା ଅନେକ ଲୋକଙ୍କ ଜୀବନ ମଧ୍ୟ ସଂକଟରେ ଅଛି । କାରଣ ସେମାନେ ଅତ୍ୟଧିକ ଜଳି ଯାଇଛନ୍ତି ।

ଅଧିକ ପଢ଼ନ୍ତୁ:-ମହଙ୍ଗା ଭତ୍ତା ବୃଦ୍ଧି ହେବା ପରେ କେନ୍ଦ୍ର କର୍ମଚାରୀଙ୍କୁ ମିଳିଲା ଆଉ ଏକ ଖୁସି ଖବର; ବଢ଼ିବ HRA, ଏହି ଦିନ ଆକାଉଣ୍ଟକୁ ଆସିବ ଟଙ୍କା!

ଅଧିକ ପଢ଼ନ୍ତୁ:-ଭୀଷଣ ସଡ଼କ ଦୁର୍ଘଟଣା; କଂଗ୍ରେସ ବିଧାୟକଙ୍କ ପୁଅଙ୍କ ନିଧନ

ଅଧିକ ପଢ଼ନ୍ତୁ:-ପୁରୁଷ-ମହିଳାଙ୍କୁ ଏହି ୫ଟି କଥା ସର୍ବଦା ଗୁପ୍ତ ରଖିବା ଆବଶ୍ୟକ