Dawood in Karachi:କରାଚୀରେ ଦାଉଦ୍ ଯିଏ ରାଜାର ଜୀବନ,ଘର ଦୁର୍ଗଠାରୁ କମ ନୁହେଁ
Advertisement
Article Detail0/zeeodisha/odisha2017285

Dawood in Karachi:କରାଚୀରେ ଦାଉଦ୍ ଯିଏ ରାଜାର ଜୀବନ,ଘର ଦୁର୍ଗଠାରୁ କମ ନୁହେଁ

ପାକିସ୍ତାନରେ ରହୁଥିବା ପଳାତକ ଭାରତୀୟ ଅପରାଧୀ ମାଫିଆ ଡନ୍ ଦାଉଦ୍ ଇବ୍ରାହିମକୁ ବିଷ ଦିଆଯାଉଥିବ ଚର୍ଚ୍ଚା ଜୋର ଧରିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖବର ମୁଖ୍ୟଧାରା ମିଡିଆର ହେଡଲାଇନ୍ ପାଲଟିଛି । ଦାଉଦକୁ ତା’ଘରେ କେହି ବିଷ ଦେଇଥିବା କୁହାଯାଉଛି । ବିଷକ୍ରିୟାରେ ଗୁରୁତର ଦାଉଦ ହସ୍ପିଟାଲେ ଜୀବନ ମୃତ୍ୟୁ ଲଢେଇ ଲଢୁଥିବା ଶୁଣିବ

SOCIAL MEDIA

Dawood in Karachi:

ପାକିସ୍ତାନରେ ରହୁଥିବା ପଳାତକ ଭାରତୀୟ ଅପରାଧୀ ମାଫିଆ ଡନ୍ ଦାଉଦ୍ ଇବ୍ରାହିମକୁ ବିଷ ଦିଆଯାଉଥିବ ଚର୍ଚ୍ଚା ଜୋର ଧରିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖବର ମୁଖ୍ୟଧାରା ମିଡିଆର ହେଡଲାଇନ୍ ପାଲଟିଛି । ଦାଉଦକୁ ତା’ଘରେ କେହି ବିଷ ଦେଇଥିବା କୁହାଯାଉଛି । ବିଷକ୍ରିୟାରେ ଗୁରୁତର ଦାଉଦ ହସ୍ପିଟାଲେ ଜୀବନ ମୃତ୍ୟୁ ଲଢେଇ ଲଢୁଥିବା ଶୁଣିବାକୁ ମିଳୁଛି । ସୂଚନାଯୋଗ୍ୟ ଯେ, 67 ବର୍ଷିୟ ଅଣ୍ଡରୱାର୍ଲ୍ଡ ଡନ୍ ଡାଉଡ୍ ଇବ୍ରାହିମ୍ ଗତ 30 ବର୍ଷ ଧରି କରାଚିକୁ ନିଜ ଆଡ୍ଡା କରିଛି । ପାକିସ୍ତାନର ଗୁପ୍ତଚର ଏଜେନ୍ସିର ଆଇଏସଆଇର କଡା ସୁରକ୍ଷା ବ୍ୟବସ୍ଥାରେ ସିଏ ରୁହେ । ଦାଉଦର କରାଚି ଘର କୌଣସି  ଦୁର୍ଗଠାରୁ କମ୍ ନୁହେଁ । ତା’ଘରକୁ  ବହୁତ କମ୍ ଲୋକଙ୍କ ପ୍ରବେଶ ରହିଛି । ଭାରତ ଦାଉଦର ପ୍ରତ୍ୟାର୍ପଣ ଦାବି କରି ଆସୁଥିବା ବେଳେ ପାକିସ୍ତାନ ଦାଉଦର ଉପସ୍ଥିତିକୁ ଅସ୍ୱୀକାର କରି ଆସୁଛି ।

ଗ୍ଲୋବାଲ ଜିହାଦି

ମିଳିତ ଜାତିସଂଘ ଦ୍ୱାରା ଅନ୍ତର୍ଜାତୀୟ ଆତଙ୍କବାଦୀ ଭାବେ ଘୋଷିତ ଦଉଦକୁ ଆମେରିକା ଗ୍ଲୋବାଲ ଜିହାଦୀ ବୋଲି ଘୋଷଣା କରିଚି । 1993 ମୁମ୍ବାଇ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଦାଉଦ ଇବ୍ରାହିମ କରାଚିରେ ରହୁଥିବା କଥା  ଅନେକ ଥର ବିଶ୍ୱ ସାମ୍ନାକୁ ଆସିଛି। ବର୍ଷ ବର୍ଷ ଧରି ପାକିସ୍ତାନ ଏହାକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଆସୁଛି କିନ୍ତୁ କରାଚିରେ ଦାଉଦ ନାମରେ ତିନୋଟି ଘର ଅଛି। ପାକିସ୍ତାନ ସରକାରୀ ଦଲିଲରେ ଦାଉଦର କରାଚୀ ଘର ହ୍ୱାଇଟ୍ ହାଉସ ନାମରେ ଜଣାଯାଏ । କରାଚୀରେ ଦାଉଦର ତିନୋଟି ଘର ଥିବା ବେଳେ ହ୍ୱାଇଟ୍ ହାଉସରେ ସେ ଅଧିକାଂଶ ସମୟ ରହିଥାଏ ।

କରାଚିର ନୂରବାଦ କଲୋନୀରେ ମଧ୍ୟ ଅଛି ଦାଉଦର ବଙ୍ଗଳା

ଦାଉଦର ଆଉ ଏକ ଠିକଣା ହେଉଛି କରାଚିର ନୂରବାଦ କଲୋନୀ ଘର ।  ଏହି ବିଳାସପୂର୍ଣ୍ଣ ବଙ୍ଗଳା କରାଚିର ପାହାଡ଼ିଆ ଅଞ୍ଚଳରେ ରହିଛି । ଏହା ବ୍ୟତୀତ କରାଚିରେ ତାର ଆଉ ଏକ ଘର ଥିବା କଥା କୁହାଯାଏ। ସମୁଦ୍ର ଉପକୂଳରେ ଅବସ୍ଥିତ କରାଚିରୁ ସେ ସହଜରେ ଜାହଜ ଯୋଗେ ଅନ୍ୟ ଦେଶକୁ ଯାଇଥାଏ ।  2003 ରେ ଆମେରିକା ଦାଉଦକୁ  ଆତଙ୍କବାଦୀ ଘୋଷଣା କରିବା ପରେ ଦାଉଦର ଉପସ୍ଥିତିକୁ ସ୍ୱୀକାର କରିଥିଲା ।  ମିଳିତ ଜାତିସଂଘ ଏବଂ ଆମେରିକାର ଟ୍ରେଜେରି ବିଭାଗର ବୈଦେଶିକ ସମ୍ପତ୍ତି ନିୟନ୍ତ୍ରଣ କାର୍ଯ୍ୟାଳୟ କରାଚିକୁ ଅନେକ ବର୍ଷ ପୂର୍ବେ ଦାଉଦର ବାସସ୍ଥାନ ଭାବରେ ତାଲିକାଭୁକ୍ତ କରିଛି। ମାର୍ଚ୍ଚ 2010 ରେ 1267 କମିଟି ଏକ ବିବୃତ୍ତିରେ କ୍ଲିଫଟନରେ ଥିବା ହ୍ୱାଇଟ୍  ହାଉସ ଏବଂ ନୁରବାଦର ପାହାଡିଆ ଅଞ୍ଚଳରେ ଥିବା ଏକ  ବଙ୍ଗଳାକୁ ଦାଉଦର ଘର ଭାବେ ଚିହ୍ନିତ କରିଥିଲା ।

ଦାଉଦ ପାକିସ୍ତାନୀ ସୁରକ୍ଷା  ଏଜେନ୍ସିଙ୍କ ସୁରକ୍ଷାଘରେ କରାଚିରେ ରହୁଛି। ଦାଉଦକୁ ହାଇ ସିକ୍ୟିରିଟି ଦିଆଯାଏ । ସେ ଯିବା ବେଲେ ରାସ୍ତାର ଟ୍ରାଫିକକୁ ବନ୍ଦ କରିଦିଆଯାଏ । ତା’ର କାରକେଡରେ  ତିନୋଟି ବୁଲେଟ୍ ପ୍ରୁଫ୍ କାର୍ ଅନ୍ତର୍ଭୁକ୍ତ । ଏହି କାରଗୁଡିକ  ଆଇଏସଆଇ ଦେଇଛି । ମିଳିତ ଜାତିସଂଘ  ଅନୁସାରେ ଦାଉଦ ପାଖରେ ରାୱଲପିଣ୍ଡି ଠିକଣା ଥିବା ପାସପୋର୍ଟ  ରହିଛି । ମିଳିତ ଜାତିସଂଘ ଅନୁଯାୟୀ, ଦାଉଦ 1980 ଏବଂ 1990 ଦଶକ ପୂର୍ବରୁ ଭାରତୀୟ ଏବଂ ୟୁଏଇ ପାସପୋର୍ଟ ବ୍ୟବହାର କରୁଥିଲା । ତେବେ ୧୯୯୩ ବମ୍ବେ ବ୍ଲାଷ୍ଟ ପରେ ସେ ଦୁବାଇରୁ କରାଚୀ ଚାଲିଯାଇଥିଲା । ସେବେଠାରୁ ସେ ପାକିସ୍ତାନୀ ପାସପୋର୍ଟ ବ୍ୟବହାର କରୁଛି ।