Maoist Surrender: ୪ ଶହ ମାଓବାଦୀଙ୍କ ଆତ୍ମସମର୍ପଣ, ଭୁଶୁଡ଼ୁଛି ସଂଗଠନ
Advertisement
Article Detail0/zeeodisha/odisha1426404

Maoist Surrender: ୪ ଶହ ମାଓବାଦୀଙ୍କ ଆତ୍ମସମର୍ପଣ, ଭୁଶୁଡ଼ୁଛି ସଂଗଠନ

ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ, ଗୁରୁପ୍ରିୟା ସେତୁ ହେବା ପରେ ପରିବର୍ତ୍ତନର ସ୍ୱାଦ ଚାଖୁଛନ୍ତି ସ୍ୱାଭିମାନି। ଦିନ ଥିଲା ଏଠି ଲାଲବାହିନୀର ଲାଲ ଆତଙ୍କରେ ପେଷି ହେଉଥିଲେ ସ୍ୱାଭିମାନୀ ଜିଲ୍ଲାବାସୀ। 

Maoist Surrender: ୪ ଶହ ମାଓବାଦୀଙ୍କ ଆତ୍ମସମର୍ପଣ, ଭୁଶୁଡ଼ୁଛି ସଂଗଠନ

Maoist Surrender: ମାଲକାନଗିରି: ସଫଳ ହେଉଛି ସରକାରଙ୍କ ଆଣ୍ଟି ନକ୍ସଲ ଅପରେସନ (Anti Naxal Operation)। ଏକା ସାଙ୍ଗରେ ୪ ଶହରୁ ଅଧିକ ମିଲିସିଆ ମାଓବାଦୀଙ୍କ (Militia Maoist Surrender) ଆତ୍ମସମର୍ପଣ। ଆତ୍ମସମର୍ପଣ କରିଥିବା ମାଓବାଦୀ ମାଓ ପୋଷାକ ଓ ଅନ୍ୟ କାଗଜପତ୍ର ପୋଡ଼ିଥିବା ଜଣାପଡ଼ିଛି। ସେପଟେ ଏତେ ସଂଖ୍ୟକ ମାଓବାଦୀ ଆତ୍ମସମର୍ପଣ କରିବା ପରେ ମାଓ ସଂଗଠନକୁ ଝଟକା ଲାଗିଛି। 

ସେପଟେ ଏତେ ସଂଖ୍ୟାକ ମାଓବାଦୀ ଆତ୍ମସମର୍ପଣ କରିବା ପରେ ଭୁଶୁଡିବାରେ ଲାଗିଛି ଲାଲ ଗଡ଼ (Lalbahini)। ମାଲକାନଗିରି (Malkangiri) ଜିଲ୍ଲାକୁ ବିଏସଏଫ ଆସିବା ପରେ ଏବେ ଜିଲ୍ଲାରେ କମିବାରେ ଲାଗିଛି ମାଓ ଗଡ଼। ଏବେ ସ୍ୱାଭିମାନ ଅଞ୍ଚଳବାସୀ ଲାଲ ବାହିନୀର ହାତ ଛାଡି ସରକାରଙ୍କ ବିକାଶ ସ୍ରୋତରେ ସାମିଲ ହେଉଛନ୍ତି। ସୁରକ୍ଷା ବହିନୀଙ୍କ କମ୍ବିଂ ଯୋଗୁଁ ମାଓ ସମର୍ଥକମାନେ ମାଓ ସଂଗଠନ ଛାଡି ଆତ୍ମସମର୍ପଣ କରୁଛନ୍ତି। 

ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ, ଗୁରୁପ୍ରିୟା ସେତୁ ହେବା ପରେ ପରିବର୍ତ୍ତନର ସ୍ୱାଦ ଚାଖୁଛନ୍ତି ସ୍ୱାଭିମାନି। ଦିନ ଥିଲା ଏଠି ଲାଲବାହିନୀର ଲାଲ ଆତଙ୍କରେ ପେଷି ହେଉଥିଲେ ସ୍ୱାଭିମାନୀ ଜିଲ୍ଲାବାସୀ। ସେଠାରେ ଚାଲୁ ଥିଲା ଲାଲ ବାହିନୀଙ୍କ ନାଲି ଆଖି ଶାସନ ସହ ପ୍ରଜାକୋର୍ଟର ନିୟମ। କିନ୍ତୁ ଜିଲ୍ଲାକୁ କେନ୍ଦ୍ର ସରକାର ବିଏସଏଫ ବାହିନୀ ଆସିବା ପରେ ବିଏସଏଫ ଓ ରାଜ୍ୟ ପୋଲିସର ମିଳିତ ଉଦ୍ୟମରେ ସମ୍ପୂର୍ଣ୍ଣ ପଛଘୁଞ୍ଚା ଦେଲେଣି ଲାଲ ବାହିନୀ। 

କେବଳ ସ୍ୱାଭିମାନ ଅଞ୍ଚଳରେ ୭ଟି ବିଏସଏଫ କ୍ୟାମ୍ପ ହୋଇଥିବା ବେଳେ ବିଏସଏଫ ଓ ଓଡିଶା ପୋଲିସର ଘନଘନ କୁମ୍ବିଂ ଅପରେସନ ଲାଲ ବାହିନୀର ମେରୁଦଣ୍ଡକୁ ଭାଙ୍ଗିଦେଇଛି। ତେଣୁ ଆଜି ଲାଉଗୁଡାଠାରେ ପାପରମେଟଲ ଓ ଧୂଳିପୁଟ ସମେତ ଆନ୍ଧ୍ରପ୍ରଦେଶର ୪ ଶହରୁ ଊର୍ଦ୍ଧ୍ୱମାଓ ସମର୍ଥକ ଆତ୍ମସମର୍ପଣ କରିଥିଲେ। ଏଥିସହ ଅନ୍ୟ ମାଓବାଦୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ।

ଯେଉଁ ପଡିଆରେ ମାଓବାଦୀମାନେ ବସି ବୈଠକ କରିଥିଲେ ଓ ସେମାନେ ପ୍ରଜାକୋର୍ଟ କରୁ ଥିଲେ ସେହି ସ୍ଥାନରେ ଆତ୍ମ ସମର୍ପଣ କରିଥିବା ମାଓ ମିଲିସିଆମାନେ ମାଓବାଦୀଙ୍କ କୁଶ ପୁତ୍ତଳିକ ପୋଡିବା ସହ ମାଓ ବିରୋଧୀ ନାରା ଦେଇଥିଲେ। ଆଉ କେବେ ମଧ୍ୟ ମାଓ ସଂଗଠନର କାର୍ଯ୍ୟ କଳାପରେ ସାମିଲ ହେବେ ନାହିଁ ବୋଲି ପ୍ରକାଶ କରିଥିଲେ। ମାଓ ସଂଘଠନ ଛାଡିବା ପରେ ସେହିମାନଙ୍କ ଅଞ୍ଚଳର ବିକାଶ ହେବ ବୋଲି ମାଓ ମିଲିସିଆମାନେ ପ୍ରକାଶ କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆଣ୍ଟି ନକ୍ସଲ ଅପରେସନ ଯୋଗୁଁ ଧୀରେ ଧୀରେ ଭୁଶୁଡୁଛି ମାଓଗଡ଼ ଓ ସରକାରୀ ଯୋଜନାର ସ୍ୱାଦ ଚାଖୁଛନ୍ତି ସ୍ୱାଭିମାନୀ।