5G Service In Odisha: ଓଡ଼ିଶାରେ ଆଜିଠୁ ଆରମ୍ଭ ହେବ 5G ସେବା, ଜାଣନ୍ତୁ ରାଜ୍ୟର କେଉଁ କେଉଁ ସ୍ଥାନରେ ମିଳିବ ଏହାର ସୁବିଧା
Advertisement
Article Detail0/zeeodisha/odisha1515192

5G Service In Odisha: ଓଡ଼ିଶାରେ ଆଜିଠୁ ଆରମ୍ଭ ହେବ 5G ସେବା, ଜାଣନ୍ତୁ ରାଜ୍ୟର କେଉଁ କେଉଁ ସ୍ଥାନରେ ମିଳିବ ଏହାର ସୁବିଧା

5G Service In Odisha: ଭୁବନେଶ୍ୱରର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଏ ବାବଦରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ସୂଚନାଯୋଗ୍ୟ ଯେ ଡିସେମ୍ବର ୨୯ରେ ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଅଶ୍ୱିନୀ ବୈଷ୍ଣବ ଜାନୁଆରୀ ୨୬ ପୂର୍ବରୁ ଓଡିଶାରେ 5ଜି ସେବା ଆରମ୍ଭ କରାଯିବ ବୋଲି ଘୋଷଣା କରିଥିଲେ । ଜାନୁଆରୀ ୨୬ର ୨୧ ଦିନ ପୂର୍ବରୁ ଅର୍ଥାତ ଆଜି ଠାରୁ 5ଜି ସେବା ଆରମ୍ଭ ହେବାକୁ ଯାଉଛି ।
 

5G Service In Odisha: ଓଡ଼ିଶାରେ ଆଜିଠୁ ଆରମ୍ଭ ହେବ 5G ସେବା, ଜାଣନ୍ତୁ ରାଜ୍ୟର କେଉଁ କେଉଁ ସ୍ଥାନରେ ମିଳିବ ଏହାର ସୁବିଧା

5G Service In Odisha: ଓଡିଶା (Odisha) ରେ ଆଜି  (ଗୁରୁବାର) ଅର୍ଥାତ ଜାନୁଆରୀ ୫ ଠାରୁ 5ଜି ଇଣ୍ଟରନେଟ୍ ସେବା (5G Internet Service) ଆରମ୍ଭ ହେବ । କେନ୍ଦ୍ର ରେଳ, ଦୂରସଞ୍ଚାର, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (Ashwini Vaishnaw) ଭୁବନେଶ୍ୱରରେ ଏହି ସେବାକୁ ଉଦଘାଟନ କରିବେ । ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ମଧ୍ୟ ଉପସ୍ଥିତ ରହିବେ । ଭୁବନେଶ୍ୱରର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଏ ବାବଦରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ସୂଚନାଯୋଗ୍ୟ ଯେ ଡିସେମ୍ବର ୨୯ରେ ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଅଶ୍ୱିନୀ ବୈଷ୍ଣବ ଜାନୁଆରୀ ୨୬ ପୂର୍ବରୁ ଓଡିଶାରେ 5ଜି ସେବା ଆରମ୍ଭ କରାଯିବ ବୋଲି ଘୋଷଣା କରିଥିଲେ । ଜାନୁଆରୀ ୨୬ର ୨୧ ଦିନ ପୂର୍ବରୁ ଅର୍ଥାତ ଆଜି ଠାରୁ 5ଜି ସେବା (5G Service) ଆରମ୍ଭ ହେବାକୁ ଯାଉଛି ।
 
ଜାନୁୟାରୀ ୫ରେ କେନ୍ଦ୍ର ଦୂରସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶାର ରାଜଧାନୀ ଭୁବନେଶ୍ୱର, କଟକ ଏବଂ ଅନ୍ୟାନ୍ୟ ସ୍ଥାନ ପାଇଁ 5G ସେବା ଆରମ୍ଭ କରିବେ । ଟେଲିକମ୍ କମ୍ପାନୀ, ଜିଓ (Jio 5G) ଏବଂ ଏୟାରଟେଲ୍ (Airtel 5G) ଏହି ଅଞ୍ଚଳରେ 5G ନେଟୱାର୍କ ଯୋଗାଇବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିଛନ୍ତି । ଉଭୟ କମ୍ପାନୀ ୫୦୦ରୁ ଅଧିକ ବେସ୍ ଟ୍ରାନ୍ସସିଭର୍ ଷ୍ଟେସନ୍ ସ୍ଥାପନ କରିଥିବା କୁହାଯାଉଛି । ଏହି ଅବସରରେ ଅଶ୍ୱନୀ ବୈଷ୍ଣବ ଓଡିଶାର ଗ୍ରାମାଞ୍ଚଳରେ 100 4ଜି ଟାୱାର ସମର୍ପିତ କରିବେ । ଏଠାରେ କହି ରଖୁଛୁ ଯେ, ଜିଓ ପ୍ରାରମ୍ଭରେ କେବଳ ୪ଟି ସହରରେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ବାରାଣାସୀରେ ନିଜର 5G ସେବା ଆରମ୍ଭ କରିଥିଲା । ଅବଶ୍ୟ ପରେ କମ୍ପାନୀ 5G ସେବାକୁ ଅନ୍ୟ ସହରକୁ ବିସ୍ତାର କରୁଛି । 

ଅଧିକ ପଢ଼ନ୍ତୁ:-ଦ୍ୱିତୀୟ ଟି-20 ମ୍ୟାଚର ଚୂଡ଼ାନ୍ତ ଏକାଦଶରୁ ଏହି ୩ ଖେଳାଳିଙ୍କୁ ବାହାର କରିବେ ହାର୍ଦ୍ଦିକ ପାଣ୍ଡ୍ୟା! ଜାଣନ୍ତୁ...

ଅଧିକ ପଢ଼ନ୍ତୁ:-ଭାରତୀୟ ଦଳ ପାଇଁ ବଡ଼ ଖୁସି ଖବର, ଦ୍ୱିତୀୟ ଟି-20 ମ୍ୟାଚ୍ ପୂର୍ବରୁ ହିଁ ଫିଟ୍ ହେଲେ ଏହି ଘାତକ ବୋଲର

ଅଧିକ ପଢ଼ନ୍ତୁ:-ଦ୍ୱିତୀୟ ଟି-20 ପୂର୍ବରୁ ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ; ସିରିଜରୁ ବାହାର ହେଲେ ସଞ୍ଜୁ ସାମସନ୍, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

କାହାକୁ ମିଳିବ ସେବା

Jio 5G ସେବା ବ୍ୟବହାର ପାଇଁ ଗ୍ରାହକଙ୍କୁ Jio Welcome Offer ଦିଆଯାଉଛି । Jio Welcome Offer ହେଉଛି ଏକ ଇନଭାଇଟ୍-ଆଧାରିତ ଅଫର, ଯାହା କେବଳ କିଛି ୟୁଜର୍ସଙ୍କୁ ହିଁ ମିଳୁଛି । କମ୍ପାନୀ ଅନୁଯାୟୀ, ୟୁଜର୍ସମାନେ 1Gbps ଜିବିପିଏସ ସ୍ପିଡରେ ଅସୀମିତ ଡାଟା ପାଇପାରିବେ । ଏଥିପାଇଁ ଗ୍ରାହକଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡିବ ନାହିଁ । ଅର୍ଥାତ ଯଦି ଆପଣ Jio Welcome ପାଇଛନ୍ତି । ତେବେ ଆପଣ ମାଗଣାରେ 5G ଇଣ୍ଟରନେଟ୍ ବ୍ୟବହାର କରିବାକୁ ସକ୍ଷମ ହେବେ । କମ୍ପାନୀ ନିଜର 5G ସେବାକୁ ପର୍ଯ୍ୟାୟକ୍ରମେ ବିସ୍ତାର କରୁଛି ।

କିପରି ପାଇବେ  Jio Welcome Offer?

Jio Welcome Offer ପାଇଁ ୟୁଜର୍ସମାନଙ୍କୁ ଇନଭାଇଟ୍ ପଠାଇବାର ଅଛି ।  କିଛି ୟୁଜର୍ସଙ୍କୁ ଏଥିପାଇଁ ରେଜିଷ୍ଟ୍ରେସନର ବିକଳ୍ପ ଦେଖାଯାଉଥିବ । ଏଥିପାଇଁ ଆପଣଙ୍କୁ ପ୍ରଥମେ My Jio ଆପକୁ ଯିବାକୁ ପଡ଼ିବ । ଏଠାରେ ଆପଣ ନିଜେ ହୋମ ସ୍କ୍ରିନରେ Jio Welcome Offer ର ବିକଳ୍ପ ପାଇବେ । ଯଦି ଆପଣ Jio Welcome Offerର ବ୍ୟାନର ଦେଖୁଛନ୍ତି, ତେବେ ଏଥିରେ କ୍ଲିକ୍ କରନ୍ତୁ । ଅନ୍ୟ ପଟେ, ଯଦି ବିକଳ୍ପ ଦେଖାଯାଉ ନାହିଁ, ତେବେ ପେଜକୁ ରିଫ୍ରେଶ କରନ୍ତୁ । Jio Welcome Offerର ପେଜରେ କ୍ଲିକ୍ କରିବା ମାତ୍ରେ ଆପଣ ଅନ୍ୟ ଏକ ପେଜରେ ପହଞ୍ଚିବେ, ଯେଉଁଥିରେ Jio True 5G ସମ୍ବନ୍ଧୀୟ ସୂଚନା ରହିବ ।

ଏହି ଉପାୟରେ ଆପଣ ଆପଣଙ୍କର ଆଗ୍ରହକୁ ପଞ୍ଜିକରଣ କରିପାରିବେ । ଏହା ପରେ ୟୁଜର୍ସମାନଙ୍କୁ Jio ରୁ କନ୍ଫର୍ମେଶନ ଆସିବାର ଅପେକ୍ଷା କରିବାକୁ ପଡିବ । ଏହି ଉପାୟରେ ଆପଣ Jio Welcome Offer ପାଇଁ ନିଜ ନମ୍ୱରକୁ ରେଜିଷ୍ଟ୍ରେସନ କରିପାରିବେ । ମନେରଖନ୍ତୁ ଯେ Jio 5G ସେବା ବର୍ତ୍ତମାନ କେବଳ କିଛି ନିର୍ଦ୍ଦିଷ୍ଟ ସହରରେ ଉପଲବ୍ଧ ରହିଛି । ଏହା ସାରା ଦେଶରେ ଉପଲବ୍ଧ ନୁହେଁ । Jio 5G ସେବା ପାଇଁ ଆପଣଙ୍କୁ ବର୍ତ୍ତମାନ ଏକ ନୂତନ ସିମ୍ କାର୍ଡ ନେବାକୁ ପଡିବ ନାହିଁ । ଉପଭୋକ୍ତାମାନେ କେବଳ ବର୍ତ୍ତମାନର ସିମ୍ କାର୍ଡରେ Jio 5G ସେବା ବ୍ୟବହାର କରିପାରିବେ । ଏଥିପାଇଁ କୌଣସି ଅଫିସିଆଲ୍ ରିଚାର୍ଜ ପ୍ଲାନ୍ ଜାରି କରାଯାଇ ନାହିଁ ।