Central Ministers Visit Odisha: ପରେ ପରେ ମାଲକାନଗିରି ଜିଲ୍ଳା ଗସ୍ତ କରିବେ ଅଶ୍ଵିନୀ ବୈଷ୍ଣବ (Ashwini Vaishnav) । ସେହିପରି ଅର୍ଜୁନ ମୁଣ୍ଡା କଳାହାଣ୍ଡି, ସାଧୀ ନିରଞ୍ଜନ ଜ୍ୟୋତି ବଲାଙ୍ଗୀର୍, ପ୍ରହଳ୍ଳାଦ ସିଂ ପଟେଲ ଗଜପତି, ଏସ୍.ପି ବଗେଲ ନୂଆପଡ଼ା, ଶୋଭାକରନ ନବରଙ୍ଗପୁର, ସୋମ ପ୍ରକାଶ ରାୟଗଡା, ସୁବାଷ ସରକାର କନ୍ଧମାଳ ଗସ୍ତ କରି ସମୀକ୍ଷା କରିବେ ।
Trending Photos
ଭୁବନେଶ୍ୱର: Central Ministers Visit Odisha: ଓଡ଼ିଶା ଆସୁଛନ୍ତି ମୋଦି କ୍ୟାବିନେଟର ୧୦ ମନ୍ତ୍ରୀ । ରାଜ୍ୟର ଆକାଂକ୍ଷୀ ଜିଲ୍ଳା ଗୁଡ଼ିକର ସ୍ଥିତି ପରଖିବେ କେନ୍ଦ୍ର ସରକାର (central government) ଙ୍କ ମନ୍ତ୍ରୀମାନେ । ଓଡ଼ିଶାର ୧୦ ଆକାଂକ୍ଷୀ ଜିଲ୍ଳାକୁ ଗସ୍ତ କରିବେ ଏହି ୧୦ କେନ୍ଦ୍ର ମନ୍ତ୍ରୀ । ଆଜି (ମଙ୍ଗଳବାର) ଅର୍ଥାତ ଏପ୍ରିଲ ୧୨ଠାରୁ ଆରମ୍ଭ ହୋଇଛି କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତ । କେନ୍ଦ୍ରମନ୍ତ୍ରୀ ସଂଜୀବ ବାଲିଆନ୍ (Sanjeev Balyan) କୋରାପୁଟରେ ଗସ୍ତରେ ଥିବା ବେଳେ ୧୩ ଓ ୧୪ ଢେଙ୍କାନାଳ ଜିଲ୍ଳା ଗସ୍ତ କରିବେ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ।
ପରେ ପରେ ମାଲକାନଗିରି ଜିଲ୍ଳା ଗସ୍ତ କରିବେ ଅଶ୍ଵିନୀ ବୈଷ୍ଣବ (Ashwini Vaishnav) । ସେହିପରି ଅର୍ଜୁନ ମୁଣ୍ଡା କଳାହାଣ୍ଡି, ସାଧୀ ନିରଞ୍ଜନ ଜ୍ୟୋତି ବଲାଙ୍ଗୀର୍, ପ୍ରହଳ୍ଳାଦ ସିଂ ପଟେଲ ଗଜପତି, ଏସ୍.ପି ବଗେଲ ନୂଆପଡ଼ା, ଶୋଭାକରନ ନବରଙ୍ଗପୁର, ସୋମ ପ୍ରକାଶ ରାୟଗଡା, ସୁବାଷ ସରକାର କନ୍ଧମାଳ ଗସ୍ତ କରି ସମୀକ୍ଷା କରିବେ ।
ଆକାଂକ୍ଷୀ ଜିଲ୍ଳାରେ ଉନ୍ନୟନ ମୂଳକ କାମ କେନ୍ଦ୍ରୀୟ ଅନୁଦାନର କାର୍ଯ୍ୟକାରିତାକୁ ନେଇ କରିବେ ସମୀକ୍ଷା । ଜିଲ୍ଲାରେ କାର୍ଯ୍ୟକ୍ଷମ ହେଉଥିବା ପ୍ରକଳ୍ପ ବୁଲି ଦେଖିବେ । ୨୦ ତାରିଖ ସୁଦ୍ଧା ସମୀକ୍ଷା ସାରି କେନ୍ଦ୍ର ସରକାରଙ୍କୁ ଦେବେ ସମୀକ୍ଷା ରିପୋର୍ଟ । ଏନେଇ ବିଜେପ ସାଧାରଣ ସଂପାଦକ ଗୋଲକ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି ।