ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୩୩୭୮ କୋରୋନା ସଂକ୍ରମିତ
Advertisement

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୩୩୭୮ କୋରୋନା ସଂକ୍ରମିତ

ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୨,୦୯,୩୭୪ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୭୯୭ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: CoronaVirus in Odisha: ରାଜ୍ୟରେ ଦିନକୁ ଦିନ କୋରୋନା (Coronavirus) ସ୍ଥିତି ବିଗିଡ଼ିବାରେ ଲାଗିଛି । ପ୍ରତିଦିନ ହଜାର ହଜାର କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି । ଏହାସହ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି । ଅନ୍ୟପଟେ ଓଡ଼ିଶାବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଏହା ଯେ ରାଜ୍ୟରେ ଲଗାତର ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି ଅର୍ଥାତ ରବିବାର ରାଜ୍ୟରେ ପୁଣି ୩୩୭୮ ଜଣ କୋରୋନା ସଂକ୍ରମିତ (COVID-19 Positive) ସୁସ୍ଥ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ଯାଏ ୧,୭୩,୫୭୧ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 

ଅଧିକ ପଢ଼ନ୍ତୁ:-ରାଫେଲ ଚୁକ୍ତିକୁ ନେଇ ଅଡୁଆରେ ମୋଦି ସରକାର, CAG କଲା ଏହି ଖୁଲାସା

ସୂଚନାଯୋଗ୍ୟ, ଆଜି ସର୍ବାଧିକ କଟକରୁ ୫୪୦ ଜଣ, ଖୋର୍ଦ୍ଧାରୁ ୨୮୯ ଜଣ, ପୁରୀରୁ ୨୦୦ ଜଣ, ଯାଜପୁରରୁ ୧୭୬ ଜଣ, ରାୟଗଡ଼ାରୁ ୧୪୧ ଜଣ, କନ୍ଧମାଳରୁ ୧୩୭ ଜଣ, ସୁନ୍ଦରଗଡ଼ରୁ ୧୩୭ ଜଣ, ମୟୂରଭଞ୍ଜରୁ ୧୩୦ ଜଣ, ସମ୍ୱଲପୁରରୁ ୧୨୭ ଜଣ, କେନ୍ଦ୍ରାପଡ଼ାରୁ ୧୨୩ ଜଣ, ଜଗତସିଂହପୁରରୁ ୧୧୫ ଜଣ, ବାଲେଶ୍ୱରରୁ ୧୧୧ ଜଣ, କେନ୍ଦୁଝରରୁ ୧୦୨ ଜଣ, ବରଗଡ଼ରୁ ୧୦୦ ଜଣ, କୋରାପୁଟରୁ ୯୯ ଜଣ, ଝାରସୁଗୁଡାରୁ ୮୬ ଜଣ, ନବରଙ୍ଗପୁରରୁ ୮୪ ଜଣ, ସୁବର୍ଣ୍ଣପୁରରୁ ୮୦ ଜଣ, କଳାହାଣ୍ଡିରୁ ୭୬ ଜଣ, ବଲାଙ୍ଗୀରରୁ ୬୮ ଜଣ, ମାଲକାନଗିରିରୁ ୬୩ ଜଣ, ନୂଆପଡ଼ାରୁ ୪୯ ଜଣ, ଭଦ୍ରକରୁ ୪୭ ଜଣ, ଅନୁଗୋଳରୁ ୪୫ ଜଣ, ଢେଙ୍କାନାଳରୁ ୪୪ ଜଣ, ଗଞ୍ଜାମରୁ ୪୨ ଜଣ, ନୟାଗଡ଼ରୁ ୩୬ ଜଣ, ଗଜପତିରୁ ୩୧ ଜଣ, ବୌଦ୍ଧରୁ ୧୪ ଜଣ, ଦେଓଗଡ଼ରୁ ୭ ଜଣ ଏବଂ ଷ୍ଟେଟ୍ ପୁଲରୁ ୭୯ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । 

ଅଧିକ ପଢ଼ନ୍ତୁ:-ଜମ୍ମୁ-କଶ୍ମୀରରେ ବିଜେପି-ପିଡିପି ସରକାରରେ ହୋଇଛି ୧୦ ହଜାର କୋଟି ଟଙ୍କାର ହେରଫେର ! CAG ରିପୋର୍ଟରେ ଖୁଲାସା 

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୨,୦୯,୩୭୪ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୭୯୭ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ୧,୭୦,୧୯୩ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ  ୩୮,୩୩୧ ସକ୍ରିୟ ସଂକ୍ରମିତ ମାମଲା ରହିଛି ।