ରାଜ୍ୟର ଶିକ୍ଷାନୁଷ୍ଠାନରେ ପଶିଲା କୋରୋନା, ଶତାଧିକ ଛାତ୍ରଛାତ୍ରୀ ସଂକ୍ରମିତ
Advertisement
Article Detail0/zeeodisha/odisha1033363

ରାଜ୍ୟର ଶିକ୍ଷାନୁଷ୍ଠାନରେ ପଶିଲା କୋରୋନା, ଶତାଧିକ ଛାତ୍ରଛାତ୍ରୀ ସଂକ୍ରମିତ

ଏହି ଛାତ୍ରଛାତ୍ରୀଙ୍କ କଣ୍ଟାକ୍ତ ଟ୍ରେସିଂ ଚାଲିଛି ବୋଲି ଭୀମସାରର ଅଧ୍ୟକ୍ଷ ପ୍ରଫେସର  ଜୟଶ୍ରୀ ଦୋରା ସୂଚନା ଦେଇଛନ୍ତି । ସୂଚନା ଥାଉ କି ଯେ ଗତ କିଛି ଦିନ ତଳେ ବୁର୍ଲା ଭୀମସାରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଠାରେ ସମସ୍ତ ଛାତ୍ରଛାତ୍ରୀ ଏକାଠି ହୋଇଥିଲେ ଯାହାକି ସଂକ୍ରମଣର ମୁଖ୍ୟ କାରଣ ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି ।

ରାଜ୍ୟର ଶିକ୍ଷାନୁଷ୍ଠାନରେ ପଶିଲା କୋରୋନା, ଶତାଧିକ ଛାତ୍ରଛାତ୍ରୀ ସଂକ୍ରମିତ

ଭୁବନେଶ୍ୱର: Coronavirus in Odisha: ପୁଣି ଚିନ୍ତା ବଢ଼ାଇଲା କୋରୋନା । ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରୁ କୋରୋନା ମାମଲା ସାମ୍ନାକୁ ଆସୁଛି । ପ୍ରଥମେ ସମ୍ବଲପୁରର ବୁର୍ଲା ପରେ ଏବେ ସୁନ୍ଦରଗଡ଼ ସେଣ୍ଟ ମେରି ବାଳିକା ବିଦ୍ୟାଳୟରୁ ମଧ୍ୟ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୁର୍ଲା ଭୀମସରରେ ଆଜି (ନଭେମ୍ୱର ୨୩) ୨୯ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି । ପୂର୍ବରୁ ଭୀମସାରର ପ୍ରଥମ ବର୍ଷ ମହିଳା ଛାତ୍ରୀ ନିବାସରୁ ୨୨ ଜଣ କୋରୋନା ପଜେଟିଭ ଚିହ୍ନଟ ହୋଇଥିଲେ । ଏହି ୨୨ ଜଣ ଛାତ୍ରୀଙ୍କୁ କୋଭିଡ ହସ୍ପିଟାଲ ୨ରେ ରଖି ଚିକିତ୍ସା କରାଯାଉଛି । ଆଜି ଅନ୍ୟ ଛାତ୍ରଛାତ୍ରୀଙ୍କ କୋଭିଡ ପରୀକ୍ଷା କରାଯାଇଥିଲା । କୋଭିଡ ପରୀକ୍ଷା ପରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୭ ଜଣ ଛାତ୍ରଛାତ୍ରୀ କୋଭିଡ ପଜେଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । 

ତେବେ ଏହି ଛାତ୍ରଛାତ୍ରୀଙ୍କ କଣ୍ଟାକ୍ତ ଟ୍ରେସିଂ ଚାଲିଛି ବୋଲି ଭୀମସାରର ଅଧ୍ୟକ୍ଷ ପ୍ରଫେସର  ଜୟଶ୍ରୀ ଦୋରା ସୂଚନା ଦେଇଛନ୍ତି । ସୂଚନା ଥାଉ କି ଯେ ଗତ କିଛି ଦିନ ତଳେ ବୁର୍ଲା ଭୀମସାରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଠାରେ ସମସ୍ତ ଛାତ୍ରଛାତ୍ରୀ ଏକାଠି ହୋଇଥିଲେ ଯାହାକି ସଂକ୍ରମଣର ମୁଖ୍ୟ କାରଣ ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି । ରାଜ୍ୟ ସରକାର ଜନସାଧରଣଙ୍କ ସୁବିଧା ପାଇଁ କୋଭିଡ କଟକଣାକୁ କୋହଳ କରିଥିଲେ । ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟ ନିମନ୍ତେ ମଧ୍ୟ ଅନୁମତି ଦେଇଥିଲେ । କିନ୍ତୁ ଜନସାଧାରଣ ଏହାକୁ ହାଲୁକା ଭାବରେ ନେଇଛନ୍ତି । ଯାହା ଫଳରେ କି ଆଜି ଏଭଳି ସ୍ଥିତି ଉପୁଜିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଆଗାମୀ ଦିନରେ ଯଦି ଆମେ ନିଜେ ନିଜକୁ ସଚେତନ ନ ହେଲେ ଆଗକୁ ପରିସ୍ଥିତି ବିଗିଡିବାର ମଧ୍ୟ ସମ୍ଭାବନା ରହିଛି ।

ସେପଟେ ସୁନ୍ଦରଗଡ଼ ସ୍ଥିତ ସେଣ୍ଟ ମେରି ବାଳିକା ବିଦ୍ୟାଳୟର ୫୬ ଜଣ ଛାତ୍ରୀ କୋରୋନା ସଂକ୍ରମିତ ହୋଇଛନ୍ତି । ୫୬ ଛାତ୍ରୀ କୋରୋନାରେ ସଂକ୍ରମିତ ହେବା ପରେ ସମସ୍ତଙ୍କୁ  ସଙ୍ଗରୋଧରେ ରଖାଯାଇଛି ।

ସୂଚନାଯୋଗ୍ୟ, ବୁର୍ଲା ଭୀମସାରର ୨୨ ଛାତ୍ରୀ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କୋଭିଡ୍ ସଂକ୍ରମିତ ହୋଇଥିବା ସମସ୍ତ ଏମବିବିଏସ ପ୍ରଥମ ବର୍ଷର ଛାତ୍ରୀ ବୋଲି ଜଣାପଡ଼ିଛି । କୋରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସମସ୍ତଙ୍କୁ ବିଳମ୍ବିତ ରାତ୍ରିରେ ୨ ନମ୍ବର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ସଂଖ୍ୟା ଆଜି ବଢ଼ିବ ବୋଲି ଅନୁମାନ କରାଯାଉଛି । ଆଜି ଅନ୍ୟ ଛାତ୍ରଛାତ୍ରୀଙ୍କ କୋଭିଡ ଟେଷ୍ଟ କରାଯିବ । କିଛି ଦିନ ପୂର୍ବେ ସମସ୍ତେ କୌଣସି ଏକ କାର୍ୟ୍ୟକ୍ରମରେ ଏକାଠି ହୋଇଥିଲେ । ସେଠାରୁ କୋରୋନା ବ୍ୟାପିଥିବା ଅନୁମାନ କରାଯାଉଛି । ଆଗକୁ ଏମବିବିଏସ ଅଫଲାଇନ ପରୀକ୍ଷା ହେବାର ଥିବା ବେଳେ ତାହା କରାଯିବ କି ନାହିଁ ସନ୍ଦେହ ଉପୁଜୁଛି । 

ଅସୁସ୍ଥ ଅନୁଭବ କରିବା କାରଣରୁ ସୋମବାର ବହୁ ସଂଖ୍ୟାରେ ମେଡିକାଲ୍ ପିଲା ଆଉଟଡୋର୍‌କୁ ଚିକିତ୍ସା ପାଇଁ ଆସିଥିଲେ । ଲକ୍ଷଣ ଦେଖି ଡାକ୍ତରମାନେ ତାଙ୍କୁ ଆଣ୍ଟିଜେନ୍ ପରୀକ୍ଷା କରିବାକୁ କହିଥିଲେ । ପରୀକ୍ଷାରୁ ୨୨ ଜଣ ପଜିଟିଭ୍ ବାହାରିଥିବା ଜଣାପଡ଼ିଛି । ଆହୁରି ଅନେକ ଛାତ୍ରଛାତ୍ରୀ ବି ପଜିଟିଭ୍ ହୋଇଥିବା ଆଶଂକା କରାଯାଉଛି । ତେବେ କର୍ତ୍ତୃପକ୍ଷ ଏତେ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କୁ ଏକତ୍ରିତ ହେବାକୁ ‌ଅନୁମତି କିଭଳି ଦେଲେ ତାହା ଏବେ ପ୍ରଶ୍ନବାଚୀ ସୃ‌ଷ୍ଟି କରିଛି । ଅସୁସ୍ଥ ଅନୁଭବ କରିବା କାରଣରୁ ସୋମବାର ବହୁ ସଂଖ୍ୟାରେ ମେଡିକାଲ୍ ପିଲା ଆଉଟ୍‌ଡୋର୍‌କୁ ଚିକିତ୍ସା ପାଇଁ ଆସିଥିଲେ । ଲକ୍ଷଣ ଦେଖି ଡାକ୍ତରମାନେ ତାଙ୍କୁ ଆଣ୍ଟିଜେନ୍ ପରୀକ୍ଷା କରିବାକୁ କହିଥିଲେ । ପରୀକ୍ଷାରୁ ୨୨ ଜଣ ପଜିଟିଭ୍ ବାହାରିଥିବା ଜଣାପଡ଼ିଛି । ଆହୁରି ଅନେକ ଛାତ୍ରଛାତ୍ରୀ ମଧ୍ୟ ପଜିଟିଭ୍ ହୋଇଥିବା ଆଶଂକା କରାଯାଉଛି । 

ତେବେ କର୍ତ୍ତୃପକ୍ଷ ଏତେ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କୁ ଏକତ୍ରିତ ହେବାକୁ ‌ଅନୁମତି କିଭଳି ଦେଲେ ତାହା ଏବେ ସାଧାରଣ ରେ ପ୍ରଶ୍ନବାଚୀ ସୃ‌ଷ୍ଟି କରିଛି । ବର୍ତ୍ତମାନ ଦିନ ବେଳେ ଏକ ଜରୁରୀ ମିଟିଂ ହେବ ତା ପରେ ଯାଇ ନିଷ୍ପତ୍ତି ନିଆଯିବ ଯେ ପରୀକ୍ଷା ହେବ ନା ଘୁଂଚିବ କିମ୍ବା ଅନଲାଇନ ରେ ହେବ ବୋଲି ଜଣାପଡିଛି । ବର୍ତ୍ତମାନ କୋରୋନା ଟେଷ୍ଟରେ  ସଂକ୍ରମିତ ଛାତ୍ର ଛାତ୍ରୀଙ୍କର ସଂଖ୍ୟା ବୃଦ୍ଧି ପାଇବ ବୋଲି ଜଣା ପଡ଼ିଛି ।

ଏଠାରେ କହି ରଖୁଛୁ ଯେ, ଗତକାଲି କୋଣାର୍କସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ରବିବାର ୯ମରୁ ଦ୍ୱାଦଶ ପର୍ଯ୍ୟନ୍ତ ୧୦୭ ଜଣ ଛାତ୍ରୀଙ୍କ ଆଣ୍ଟିଜେନ୍ ଟେଷ୍ଟ୍ ହୋଇଥିଲା । ସେଥିମଧ୍ୟରୁ ୨ଟି ହଷ୍ଟେଲର ୯ଜଣ ଛାତ୍ରଙ୍କ ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ଷ୍ଟାଫ ଓ ଛାତ୍ରୀଙ୍କୁ ମିଶାଇ ୧୦୩ ଜଣକ ଆର୍ଟିପିସିଆର ଟେଷ୍ଟ୍ ହୋଇଛି । ରିପୋର୍ଟ ହସ୍ତଗତ ହୋଇନାହିଁ । ସୋମବାର ଆଉ ୬୬ ଜଣ ଛାତ୍ରଙ୍କ ଆଣ୍ଟିଜେନ୍ ଟେଷ୍ଟ ହେବ । ବିଦ୍ୟାଳୟର ପକ୍ଷରୁ ଛାତ୍ରଛାତ୍ରୀଙ୍କମାନଙ୍କ ପାଇଁ ୨୪ଟି ଆଇସଲୋଲେସନ ଗୃହ ପ୍ରସ୍ତୁତ ରହିଥିବା ଵିଦ୍ୟାଳୟ ପ୍ରଧାନଶିକ୍ଷକ ସୂଚନା ଦେଇଛନ୍ତି ।

ଏହା ବି ପଢ଼ନ୍ତୁ:-ପରବର୍ତ୍ତୀ ସମୟରେ ମିଳିବନି LPG ଗ୍ୟାସ୍ ସିଲିଣ୍ଡର ଯଦି କରିବେନି ଏହି କାମ, ପଢ଼ନ୍ତୁ ପୂରା ଖବର

ଏହା ବି ପଢ଼ନ୍ତୁ:-ସକାଳୁ ଉଠି ପ୍ରଥମେ ଆଇନା ଦେଖୁଛନ୍ତି କି? ଜାଣନ୍ତୁ କ'ଣ କହୁଛି ବାସ୍ତୁ

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍

ଏହା ବି ପଢ଼ନ୍ତୁ:-ଖୁସି ଖବର! ବଢ଼ିପାରେ ଅବସର ବୟସ ଓ ପେନସନ ରାଶି, ଜାଣନ୍ତୁ ମୋଦି ସରକାରଙ୍କ ଏହି ନୂଆ ଯୋଜନା ବିଷୟରେ...

ଏହା ବି ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ଏହା ବି ପଢ଼ନ୍ତୁ:-ଭାରତର ଏହି ଯୁଦ୍ଧ ବିମାନକୁ କ'ଣ ପାଇଁ ଡରନ୍ତି ଚୀନ ଓ ପାକ୍, ସ୍ପିଡରେ F-16 କୁ ଦେଇଥାଏ ମାତ୍, ଜାଣନ୍ତୁ ଏହାର ଅନ୍ୟାନ୍ୟ ବିଶେଷତା