Swachh Bharat Mission: ଗରିବଙ୍କ ପାଇଖାନା ଲୁଟିନେଲା ପ୍ରଶାସନ, ଜିଲ୍ଲାପାଳ ଦେଲେନି ସନ୍ତୁଷ୍ଟିକର ଉତ୍ତର
Advertisement
Article Detail0/zeeodisha/odisha1445959

Swachh Bharat Mission: ଗରିବଙ୍କ ପାଇଖାନା ଲୁଟିନେଲା ପ୍ରଶାସନ, ଜିଲ୍ଲାପାଳ ଦେଲେନି ସନ୍ତୁଷ୍ଟିକର ଉତ୍ତର

Scam in Swachh Bharat Mission: ସାଲେପୁର ବ୍ଲକ ରଟିଲୋ ଗ୍ରାମ ପଞ୍ଚାୟତରେ ପାଇଖାନା ଦୂର୍ନୀତିର ଏକ ବଡ ପ୍ରମାଣ ମିଳିଛି । ପ୍ରକୃତ ହିତାଧିକାରୀମାନେ ସ୍ଵଚ୍ଛ ଭାରତ ଅଭିଯାନରେ ବ୍ଲକ କାର୍ଯ୍ୟଳୟରୁ ପାଇଖାନା କାର୍ଯ୍ୟାଦେଶ ପାଇଲା ପରେ ପାଇଖନା ନିର୍ମାଣ ସହାୟତା ରାଶିକୁ ଦୁଇ ବର୍ଷ ହେବ ଅପେକ୍ଷା କରିଛନ୍ତି ।

Swachh Bharat Mission: ଗରିବଙ୍କ ପାଇଖାନା ଲୁଟିନେଲା ପ୍ରଶାସନ, ଜିଲ୍ଲାପାଳ ଦେଲେନି ସନ୍ତୁଷ୍ଟିକର ଉତ୍ତର

Swachh Bharat Mission, କଟକ: ଫେଲ ମାରିଛି ସରକାରଙ୍କ ସ୍ଵଚ୍ଛ ଭାରତ ଅଭିଯାନ । ସ୍ଵଚ୍ଛ ଭାରତ ଅଭିଯାନରେ ବ୍ଲକ କାର୍ଯ୍ୟଳୟରୁ ପାଇଖାନା କାର୍ଯ୍ୟାଦେଶ ପାଇଲା ପରେ ପାଇଖାନା ନିର୍ମାଣ ସହାୟତା ରାଶିକୁ ଦୁଇ ବର୍ଷ ହେବ ହିତାଧିକାରୀମାନେ ଅପେକ୍ଷା କରିଛନ୍ତି । ଏବେ ଯେତେବେଳେ ହିତାଧିକାରୀ, ସରକାରୀ ୱେବ ସାଇଟରେ ସର୍ଚ୍ଚ କଲେ ସେତେବେଳେ ସେମାନେ ଜାଣିବାକୁ ପାଇଲେ ପାଇଖାନା ନିର୍ମାଣ ବାବଦକୁ ସହାୟତା ରାଶି କେବେଠାରୁ ସେମାନେ ପାଇ ଯାଇଛନ୍ତି । ଏଭଳି ଘଟଣା ଏବେ କଟକ ଜିଲ୍ଲା ସାଲେପୁର ବ୍ଲକ ରଟିଲୋ ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି । ପାଇଖାନା ଦୁର୍ନୀତିକୁ ନେଇ ଜିଲ୍ଲାପାଳଙ୍କ ଜନ ଶୁଣାଣିରେ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ସାଲେପୁର ବ୍ଲକ ରଟିଲୋ ଗ୍ରାମ ପଞ୍ଚାୟତରେ ପାଇଖାନା ଦୁର୍ନୀତିର ଏକ ବଡ ପ୍ରମାଣ ମିଳିଛି । ଦୁଇ ବର୍ଷ ତଳୁ ଗ୍ରାମବାସୀ ବ୍ଲକ କାର୍ଯ୍ୟାଳୟରୁ ପାଇଖାନା ନିର୍ମାଣ କରିବାର ଆଦେଶନାମା ପାଇବା ପରେ ପାଇଖାନା ନିର୍ମାଣ କରିଥିଲେ । ସରକାରଙ୍କ ତରଫରୁ ଏମାନଙ୍କୁ ସହାୟତା ରାଶି ୧୨୦୦୦ ଟଙ୍କା (ବାର ହଜାର ଟଙ୍କା) ମିଳିବା କଥା । କିନ୍ତୁ ବାରମ୍ବାର ବ୍ଲକ କାର୍ଯ୍ୟଳୟକୁ ଦୌଡ଼ି ଦୌଡ଼ି ସେମାନେ ନୟାନ୍ତ ହେଲେଣି । ଏବେ ଯେତେବେଳେ ସରକାରୀ ୱେବ ସାଇଟରେ ନିଜ ନାଁ ଏବଂ ସହାୟତା ରାଶି କେବେ ଠାରୁ ପାଇ ସାରିଥିବା ତଥ୍ୟ ଦେଖିଛନ୍ତି ସେମାନେ ଅବାକ ହୋଇ ପଡିଛନ୍ତି । ଖାଲି ସେତିକି ନୁହେଁ ଏହି ପଂଚାୟତର ଅନେକ ଲୋକଙ୍କ ନାଁ ଲିଷ୍ଟରେ ରହିଛି ହେଲେ ସେମାନେ କେବେ ପାଇଖାନା ପାଇଁ ଆବେଦନ ହିଁ କରିନାହାଁନ୍ତି । କିନ୍ତୁ ସେମାନେ ଅର୍ଥ ପାଇ ସାରିଥିବା ମଧ୍ୟ ଦର୍ଶାଯାଇଛି । 

Also Read: Scam in ICDS: 'ଗର୍ଭବତୀ ମହିଳା ଓ ନବଜାତଙ୍କୁ ବିଷ ଦିଆଯାଉଛି'

ଏଥିରୁ ସ୍ପଷ୍ଟ ହେଉଛି ଯେ, ରଟିଲୋ ଗ୍ରାମ ପଞ୍ଚାୟତରେ ସରକାରୀ ଯୋଜନାର ହରିଲୁଟ ହୋଇଛି । ତେବେ ଏଥିରେ ଯେଉଁମାନେ ଦାୟୀ ସେମାନଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବଂ ମାମଲାର ତଦନ୍ତ ଭିଜିଲାନ୍ସ ଦ୍ୱାରା ହେଉ ବୋଲି ହିତାଧିକାରୀମାନେ ଦାବି କରିଛନ୍ତି । ପୋର୍ଟାଲ ଅନୁସାରେ କିଛି ହିତାଧିକାରୀଙ୍କୁ ପାଇଖାନା ସହାୟତା ରାଶି ମିଳି ସାରିଛି । ହେଲେ ବାକି ଲୋକଙ୍କୁ କାହିଁକି  ସହାୟତା ରାଶି ମିଳୁନି ବୋଲି ସାଲେପୁରରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳଙ୍କ ଜନ ଶୁଣାଣିରେ ହିତାଧିକାରୀମାନେ ପ୍ରଶ୍ନ କରିଛନ୍ତି । 

ତେବେ ଜନ ଶୁଣାଣିରେ ସେମାନଙ୍କୁ ସନ୍ତୁଷ୍ଟ ଉତ୍ତର ମିଳି ନଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଏହା ସହ ସହାୟତା ରାଶି ପାଇବାକୁ ସେମାନେ ଆଶା ଛାଡି ସାରିଲେଣି ବୋଲି କହିଛନ୍ତି । ତେବେ ସ୍ଵଚ୍ଛ ଭାରତ ଅଭିଯାନରେ ହୋଇଥିବା ଏହି ଘୋଟାଲାର କେବେ ତଦନ୍ତ ହେଉଛି ଓ ହିତାଧିକାରୀ ସେମାନଙ୍କ ସହାୟତା ରାଶି ପାଉଛନ୍ତି ତାହା କେଵଳ ଦେଖିବାକୁ ବାକି ରହିଲା ।

Also Read: Morbi Bridge Tragedy: 'ହତ୍ୟାକାରୀଙ୍କୁ ସୁରକ୍ଷା ଦେଉଛନ୍ତି ପ୍ରଧାନମନ୍ତ୍ରୀ'