Rangeilunda-Bhubaneswar Flight Service: ରଙ୍ଗେଇଲୁଣ୍ଡା ଓ ଭୁବନେଶ୍ୱର ମଧ୍ୟରେ ଉଡ଼ିବ ବିମାନ, ଏହି ଦିନରୁ ଆରମ୍ଭ ହେବ ସେବା
Advertisement
Article Detail0/zeeodisha/odisha1595733

Rangeilunda-Bhubaneswar Flight Service: ରଙ୍ଗେଇଲୁଣ୍ଡା ଓ ଭୁବନେଶ୍ୱର ମଧ୍ୟରେ ଉଡ଼ିବ ବିମାନ, ଏହି ଦିନରୁ ଆରମ୍ଭ ହେବ ସେବା

Rangeilunda-Bhubaneswar Flight Service: ମାର୍ଚ୍ଚ ୫ରେ ରଙ୍ଗେଇଲୁଣ୍ଡା ଏୟାର୍‌ଷ୍ଟ୍ରିପ୍‌ରୁ ବିମାନ ପରୀକ୍ଷାମୂଳକ ଚଳାଚଳ ପାଇଁ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ ହେବାରେ ଲାଗିଛି । ପୂର୍ବରୁ ମଧ୍ୟ ଇଣ୍ଡିଆ ୱାନ୍ ଏୟାର୍ କମ୍ପାନୀର ଅଧିକାରୀ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ପରିଦର୍ଶନ କରି ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତି ନିମନ୍ତେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲେ । ଯାହା ଏବେ ପୂରଣ କରାଯାଉଛି । 

Rangeilunda-Bhubaneswar Flight Service: ରଙ୍ଗେଇଲୁଣ୍ଡା ଓ ଭୁବନେଶ୍ୱର ମଧ୍ୟରେ ଉଡ଼ିବ ବିମାନ, ଏହି ଦିନରୁ ଆରମ୍ଭ ହେବ ସେବା

Rangeilunda-Bhubaneswar Flight Service: ଓଡ଼ିଶାର ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ (Biju Patnaik) ଙ୍କ ଜନ୍ମଦିନ ତଥା ପଞ୍ଚାୟତିରାଜ ଦିବସ (ମାର୍ଚ୍ଚ ୫) ରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ ( Rangeilunda Airstrip) ରୁ ବିମାନ ଉଡ଼ାଣ ଆରମ୍ଭ ହେବ । ଏଠାରୁ ନନ୍-ସିଡ୍ୟୁଲ୍ ବିମାନ ଚଳାଚଳ ପାଇଁ ଯୋଜନା ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଙ୍କ ଅନୁମୋଦନ ତଥା ପରାମର୍ଶକ୍ରମେ ଗଞ୍ଜାମବାସୀଙ୍କ ଦୀର୍ଘ ଦିନର ଦାବି ତଥା ଆଶା ଶୀଘ୍ର ପୂରଣ ହେବାକୁ ଯାଉଛି । ମାର୍ଚ୍ଚ ୫ରେ ରଙ୍ଗେଇଲୁଣ୍ଡା ଏୟାର୍‌ଷ୍ଟ୍ରିପ୍‌ରୁ ବିମାନ ପରୀକ୍ଷାମୂଳକ ଚଳାଚଳ ପାଇଁ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ ହେବାରେ ଲାଗିଛି । ପୂର୍ବରୁ ମଧ୍ୟ ଇଣ୍ଡିଆ ୱାନ୍ ଏୟାର୍ କମ୍ପାନୀର ଅଧିକାରୀ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ପରିଦର୍ଶନ କରି ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତି ନିମନ୍ତେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲେ । ଯାହା ଏବେ ପୂରଣ କରାଯାଉଛି । ବିମାନର ଟ୍ରାଏଲ୍ ରନ୍, ସୁରକ୍ଷା, ଭିତ୍ତିଭୂମି ବାବଦ ଆଦି ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ କରାଯାଉଛି । 

ପ୍ରସ୍ତାବିତ ବି-୨ ଟାଇପ୍ ବିମାନବନ୍ଦର କାର୍ଯ୍ୟକ୍ଷମ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିବାରେ ଲାଗିଛି । ଏଠାରୁ ୯ ଟିକିଆ ଆସନ ଥିବା କ୍ଷୁଦ୍ର ବିମାନ ଚଳାଚଳ କରିବ । ଅସ୍ଥାୟୀ ଟର୍ମିନାଲ, ଟିକେଟ୍ କାଉଣ୍ଟର, ରନୱେ ବ୍ଲାକ୍ ଟପ୍ ଫିଲିଂ, ଚତୁଃପାର୍ଶ୍ବ ପାଚେରୀ କାମ ସରିଛି । ଭୂତଳ ବିଦ୍ୟୁତୀକରଣ କାମ ଚାଲିଛି । ବର୍ତ୍ତମାନ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ୯୭୫ ମିଟର ଲମ୍ବା, ୧୫୦ ମିଟର ଓସାର ଏବଂ ଏହାର ରନୱେ ୭୫୦ ମିଟର ରହିଛି । ଏୟାରଷ୍ଟ୍ରିପ୍ ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଉଚ୍ଚଶିକ୍ଷା ବିଭାଗ ଅଧୀନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାୟ ୧୫ ଏକର ଖାଲି ଜମି ରାଜସ୍ୱ ବିଭାଗକୁ ହସ୍ତାନ୍ତର ସରିଛି । ଘରୋଇ ୧୫ ଏକର ଜମି ଅଧଗ୍ରହଣ ପରେ ସମ୍ପ୍ରସାରଣ କାର୍ଯ୍ୟ ଚଳିତ ବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ ।

ଅଧିକ ପଢ଼ନ୍ତୁ:-କଂଗ୍ରେସ ପାଇଁ ୧୨୧ କିଲୋମିଟର ପଦଯାତ୍ରା କରିବେ ବାଗେଶ୍ୱର ଧାମର ବାବା ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ!

ଅଧିକ ପଢ଼ନ୍ତୁ:-ଭୀଷଣ ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ ସାଙ୍ଗଙ୍କ ଜୀବନ, କିଛି ମିନିଟ୍ ପୂର୍ବେ ହିଁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ ଭିଡିଓ

ଅଧିକ ପଢ଼ନ୍ତୁ:-ପୁରୁଷଙ୍କୁ ଶିଳାଜିତ ଠାରୁ ଅଧିକ ଶକ୍ତି ପ୍ରଦାନ କରିଥାଏ ଏହି ଗଛର ପତ୍ର, ପ୍ରତିଦିନ କରନ୍ତୁ ସେବନ!

 

ଏଠାରେ କହି ରଖୁଛୁ ଯେ, ବାୟୁସେନାର ସମ୍ପ୍ରସାରଣ ତଥା ବିକାଶ ପାଇଁ ମନ୍ତ୍ରଣାଳୟ ଦ୍ୱାରା ୫୦ କୋଟି ଟଙ୍କା ମଞ୍ଜୁର ହୋଇସାରିଛି । ଯାହା ୧୯୩୬ ମସିହାରେ ମୁଖ୍ୟତଃ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ନେବା ପାଇଁ ସ୍ଥାପିତ ହୋଇଥିଲା । ୨୦୧୨ରେ ବ୍ରହ୍ମପୁର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ (Odisha CM) ନବୀନ ପଟ୍ଟନାୟକ (Naveen Patnaik) ଏୟାରଷ୍ଟ୍ରିପକୁ ବିମାନବନ୍ଦରରେ ପରିଣତ କରିବା ପାଇଁ ସବୁଜ ସଙ୍କେତ ଦେଇଥିଲେ ।