ଅନ୍ଧକାରର ଜଞ୍ଜିରରୁ ମୁକୁଳି ପାରୁନି ମାଲକାନଗିରି, ସ୍ୱାଭିମାନୀ ପାଇଁ ଅଭିଶାପ ପାଲଟିଛି ଗୁଣି ଗାରେଡି
Advertisement
Article Detail0/zeeodisha/odisha1411303

ଅନ୍ଧକାରର ଜଞ୍ଜିରରୁ ମୁକୁଳି ପାରୁନି ମାଲକାନଗିରି, ସ୍ୱାଭିମାନୀ ପାଇଁ ଅଭିଶାପ ପାଲଟିଛି ଗୁଣି ଗାରେଡି

Malkangiri news: ଗୁଣିଆ କଥାରେ ପଡି ଗତ ୧୮ ତାରିଖରେ ତେନ୍ତୁଳିଗୁଡା ଗ୍ରାମରେ ଏକ ସଭା କରି ଦେବା କବାସୀ ଓ ତାଙ୍କ ସମ୍ପର୍କୀୟ ଭାଇ ରାମା ପଡିଆମୀଙ୍କ ସହ କେଶା ଓ ପ୍ରେମାଙ୍କ ସମେତ ତାଙ୍କ ପରିବାର ଲୋକଙ୍କୁ ଡକା ଯାଇଥିଲା। ଏହି ସଭାରେ ଉକ୍ତ ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ଏମାନଙ୍କୁ ଦୋଷୀ କହି କେଶା, ପ୍ରେମା ଏବଂ ଦେବା ଓ ସେମାନଙ୍କ ପରିବାର ଲୋକଙ୍କୁ ନିସ୍ତୁକ ମାଡ ମାରିଥିଲେ।

ଅନ୍ଧକାରର ଜଞ୍ଜିରରୁ ମୁକୁଳି ପାରୁନି ମାଲକାନଗିରି, ସ୍ୱାଭିମାନୀ ପାଇଁ ଅଭିଶାପ ପାଲଟିଛି ଗୁଣି ଗାରେଡି

ମାଲକାନଗିରି: ଶିକ୍ଷା ଓ ସଚେତନତାର ଅଭାବ ହିଁ ଅନ୍ଧ ବିଶ୍ୱାସର ଜନନୀ। ଯେଉଁଠି ଶିକ୍ଷା ଓ ସଚେତନତାର ଅଭାବ ରହିଥାଏ, ସେଠାରେ ଅବୈଜ୍ଞାନିକ ଓ ଚମତ୍କାରୀ ଘଟଣାମାନ ଘଟେ। ଏହା କେବଳ ଅନୁନ୍ନତ କିମ୍ବା ଗ୍ରାମାଞ୍ଚଳରେ ଘଟେ ତାହା ନୁହେଁ, ବଡ ବଡ ବିକଶିତ ସହରରେ ମଧ୍ୟ ଲୋକ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇଥାନ୍ତି। ଏବେ ବି ଅନ୍ଧାରୀ ମୁଲକର ବସବାସ କରୁଛନ୍ତି ମାଲକାନଗିରିର ସ୍ୱାଭିମାନୀ ମଣିଷ। ଜିଲ୍ଲାର ତେନ୍ତୁଳିଗୁଡା ଗ୍ରାମରେ ଗୁଣି ଗାରେଡି ସନ୍ଦେହରେ କିଛି ଗ୍ରାମବାସୀଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। ପୀଡିତ ପରିବାର ଏନେଇ ଥାନାର ଦ୍ଵାରସ୍ଥ ମଧ୍ୟ ହୋଇଛନ୍ତି। 

ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତେନ୍ତୁଳିଗୁଡା ଗ୍ରାମରେ ରହୁଥିବା ଦେବା ପଡିଆମୀ ଗ୍ରାମରେ ଏକ ମନ୍ଦିର କରି ପୂଜା କରୁଥିଲେ। ତେବେ ଇତି ମଧ୍ୟରେ ଗ୍ରାମ ନିକଟରେ ଥିବା କାମବେଡା ଗ୍ରାମରେ ଏକ ପରିବାରର ତିନି ଜଣ ସଦସ୍ୟଙ୍କ ଦେହ ଖରାପ ହୋଇ ମୃତ୍ୟୁ ବରଣ କରିଥିଲେ। ଉପଯୁକ୍ତ ଚିକିତ୍ସା ନମିଳିବାରୁ ସେମାନଙ୍କର ମୃତ୍ୟୁ ହୋଇଥିଲା। ତେବେ ଏହାପରେ ସେହି ମୃତବ୍ୟକ୍ତିଙ୍କ ପରିବାର ଲୋକେ ଏକ ଗୁଣିଆ ପାଖକୁ ଯାଇଥିଲେ। ତେନ୍ତୁଳିଗୁଡା ଗ୍ରାମର ଦେବା ପଡିଆମୀ, କେଶା କବାସୀ ଓ ପ୍ରେମା ପଡିଆମୀଙ୍କ ନଜର ଲାଗିବାରୁ ଏହି ଲୋକଙ୍କ ମୃତ୍ୟୁ ହୋଇଥିବା ଉକ୍ତ ଗୁଣିଆ ଜଣଙ୍କ କହିଥିଲେ।

Also Read: ବାହାଘରର ମାତ୍ର ୩ ଘଣ୍ଟା ପରେ 'ମା' ହେଲେ ନୂଆ ବୋହୂ, ଡାକ୍ତର କହିଲେ-ଅଭିନନ୍ଦନ ପୁଅ ହୋଇଛି

ଗୁଣିଆ କଥାରେ ପଡି ଗତ ୧୮ ତାରିଖରେ ତେନ୍ତୁଳିଗୁଡା ଗ୍ରାମରେ ଏକ ସଭା କରି ଦେବା କବାସୀ ଓ ତାଙ୍କ ସମ୍ପର୍କୀୟ ଭାଇ ରାମା ପଡିଆମୀଙ୍କ ସହ କେଶା ଓ ପ୍ରେମାଙ୍କ ସମେତ ତାଙ୍କ ପରିବାର ଲୋକଙ୍କୁ ଡକା ଯାଇଥିଲା। ଏହି ସଭାରେ ଉକ୍ତ ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ଏମାନଙ୍କୁ ଦୋଷୀ କହି କେଶା, ପ୍ରେମା ଏବଂ ଦେବା ଓ ସେମାନଙ୍କ ପରିବାର ଲୋକଙ୍କୁ ନିସ୍ତୁକ ମାଡ ମାରିଥିଲେ। ତେବେ ଏହାପରେ ମଙ୍ଗଳବାର ମଧ୍ୟ ଏନେଇ ଆଉ ଏକ ବୈଠକ କରି ଘଟଣାର ସମାଧାନ କରିବାକୁ କୁହାଯାଇଥିଲା। ବୈଠକରେ ପରିବାର ଲୋକେ ଉପସ୍ଥିତ ଥିବାବେଳେ ଦେବା ନିଜର ଚିକିତ୍ସା ପାଇଁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ଆସିଥିବାରୁ ତାଙ୍କ ଭାଇଙ୍କ ସହ ଅନ୍ୟମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ତେବେ ଏହି ବୈଠକରେ ମଧ୍ୟ ପୁଣି ଥରେ ଏମାନଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି।

ଏନେଇ ଦେବାଙ୍କ ଝିଅ ମାଧୁରୀ, ମାଲକାନଗିରି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏହି ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ କରିବା ପାଇଁ ପରିବାର ଲୋକେ ଦାବି କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ କାହାକୁ ଗିରଫ କରାଯାଇନଥିବା ସୂଚନା ମିଳିଛି। ତେବେ କାମବେଡା ଗ୍ରାମର ତିନି ଜଣଙ୍କ ମୃତ୍ୟୁ କିପରି ହେଲା ତାହା ଅସ୍ପଷ୍ଟ ରହିଛି। ତେବେ କୌଣସି ରୋଗରେ ପଡି ସେମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି