Flight Service: ବିମାନ ସେବା ଯୋଗେ ଯୋଡ଼ି ହେବ ରାଜଧାନୀ-ଇସ୍ପାତ ନଗରୀ, ଆରମ୍ଭ ହେଲା ପରୀକ୍ଷାମୂଳକ ଉଡାଣ
Advertisement

Flight Service: ବିମାନ ସେବା ଯୋଗେ ଯୋଡ଼ି ହେବ ରାଜଧାନୀ-ଇସ୍ପାତ ନଗରୀ, ଆରମ୍ଭ ହେଲା ପରୀକ୍ଷାମୂଳକ ଉଡାଣ

Flight Service News:  ଭୁବନେଶ୍ୱର-ରାଉରକେଲା ମଧ୍ୟରେ ବିମାନ ଦୈନିକ ଚଳାଚଳ କରିବ। ଏହି ବିମାନ ସେବା ଆଲାଏନ୍ସ ଏୟାର ଦ୍ୱାରା ପରିଚାଳିତ ହେବ। ରାଜଧାନୀରୁ ଇସ୍ପାତ ନଗରୀ ମଧ୍ୟରେ ଏଟିଆର-୭୨ ବିମାନ ଚଳାଚଳ କରିବ। ଭୁବନେଶ୍ୱର-ରାଉରକେଲା ମଧ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ବିମାନ ସେବା ଲାଗି ଆଉ କିଛି ମଧ୍ୟରେ ଆରମ୍ଭ ହୋଇଯିବ ଅନଲାଇନ୍ ଟିକେଟ୍ ବିକ୍ରି। 

Flight Service: ବିମାନ ସେବା ଯୋଗେ ଯୋଡ଼ି ହେବ ରାଜଧାନୀ-ଇସ୍ପାତ ନଗରୀ, ଆରମ୍ଭ ହେଲା ପରୀକ୍ଷାମୂଳକ ଉଡାଣ

Bhubaneswar Rourkela Flight Service: ଇସ୍ପାତ ନଗରୀ ରାଉରକେଲା ବାସିନ୍ଦାଙ୍କ ପାଇଁ ଆସିଛି ଖୁସି ଖବର। ଖୁବଶୀଘ୍ର ରାଜଧାନୀ ଭୁବନେଶ୍ୱର ଅଭିମୁଖେ ଉଡ଼ାଣ ଭରିବ ବିମାନ। ଅର୍ଥାତ ଯଥାଶୀଘ୍ର ଭୁବନେଶ୍ୱର-ରାଉରକେଲା ମଧ୍ୟରେ ଆରମ୍ଭ ହେବ ବିମାନ ସେବା। ଆସନ୍ତା ବର୍ଷ ଜାନୁଆରୀ ୭ ତାରିଖରୁ ଭୁବନେଶ୍ୱର-ରାଉରକେଲା ବିମାନ ସେବା।  

ସୂତ୍ରରୁ ମିଳିଥିବା ଖବର ଅନୁସାରେ ଭୁବନେଶ୍ୱର-ରାଉରକେଲା (Bhubaneswar Rourkela Flight Service) ମଧ୍ୟରେ ବିମାନ ଦୈନିକ ଚଳାଚଳ କରିବ। ଏହି ବିମାନ ସେବା ଆଲାଏନ୍ସ ଏୟାର (Alliance Air) ଦ୍ୱାରା ପରିଚାଳିତ ହେବ। ରାଜଧାନୀରୁ ଇସ୍ପାତ ନଗରୀ ମଧ୍ୟରେ ଏଟିଆର-୭୨ ବିମାନ (ATR-72 Aircraft) ଚଳାଚଳ କରିବ। ଭୁବନେଶ୍ୱର-ରାଉରକେଲା ମଧ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ବିମାନ ସେବା ଲାଗି ଆଉ କିଛି ମଧ୍ୟରେ ଆରମ୍ଭ ହୋଇଯିବ ଅନଲାଇନ୍ ଟିକେଟ୍ ବିକ୍ରି (Bhubaneswar Rourkela Flight Tiket)। 

ଏହି ମାର୍ଗରେ ପ୍ରଥମ ବିମାନ ଆସନ୍ତା ୭ ଜାନୁଆରୀ ଅପରାହ୍ନରେ ଇସ୍ପାତ ନଗରୀ ରାଉରକେଲାସ୍ଥିତ ବିମାନବନ୍ଦର (Rourkela Airport) କିମ୍ବା ଭୁବନେଶ୍ୱରସ୍ଥିତ (Bhubaneswar Airport) ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ (Biju Patnaik International Airport) ଉଡ଼ାଣ ଆରମ୍ଭ କରିବ ବୋଲି ସୂତ୍ରରୁ ପ୍ରକାଶ। ଏନେଇ ପରୀକ୍ଷାମୂଳକ ବିମାନ ଉଡାଣ ମଧ୍ୟ କରାଯାଇଛି। ଡିସେମ୍ବର ୩୦ ତାରିଖ ଶୁକ୍ରବାର ଆଲିଆନ୍ସ ଏୟାର ଦ୍ୱାରା ପରିଚାଳିତ ଏକ ଏଟିଆର-୭୨ ବିମାନ (Alliance Air ATR-72 Aircraft) ଦିନ ୩.୨୦ ମିନଟ ସମୟରେ ରାଉରକେଲା ବିମାନବନ୍ଦରରେ ସଫଳତାର ସହ ଅବତରଣ କରିଥିଲା। ଏହା ପରେ ୩.୪୫ ସମୟରେ ଭୁବନେଶ୍ୱର ଅଭିମୁଖେ ଉଡ଼ାଣ ଭରିଥିଲା।

Also Read: BPI Airport: ରାଜଧାନୀରୁ ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକ ଅଭିମୁଖେ ସିଧାସଳଖ ଉଡ଼ିବ ବିମାନ, ଖୁବଶୀଘ୍ର ଆରମ୍ଭ ହେବ ସେବା

 

ଚଳିତ ବର୍ଷ ଆୟୋଜିତ ହେଉଥିବା ପୁରୁଷ ହକି ବିଶ୍ୱକପର (Hockey Word Cup 2023) ଅନେକ ମ୍ୟାଚ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ (Birsa Munda Hockey Stadium) ଠାରେ ଖେଳାଯିବ। ହକି ବିଶ୍ୱକପ ପୂର୍ବରୁ ଭୁବନେଶ୍ୱର-ରାଉରକେଲା ମଧ୍ୟରେ ବିମାନ ସେବା ଆରମ୍ଭ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଓଡ଼ିଶା ସରକାର (Odisha Govt) କେନ୍ଦ୍ର ସରକାରଙ୍କୁ ଅନୁରୋଧ ଜଣାଇଥିଲେ। 

ସର୍ବସାଧାରଣ ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ( Directorate General of Civil Aviation) କିଛି ଦିନ ପୂର୍ବରୁ ରାଉରକେଲା ବିମାନ ବନ୍ଦରକୁ ଲାଇସେନ୍ସ ପ୍ରଦାନ କରିସାରିଛି। ଲାଇସେନ୍ସ ବିମାନବନ୍ଦରକୁ ନିୟମିତ ଅବତରଣ ସ୍ଥାନ ଭାବରେ ବ୍ୟବହାର କରିବାକୁ ଅନୁମତି ଦିଏ। ବିମାନ ବନ୍ଦର ଦ୍ୱାରା ବିମାନ ଚଳାଚଳ ପାଇଁ ନିର୍ଦ୍ଦିଷ୍ଟ ସର୍ତ୍ତ ଅନୁଯାୟୀ ବିମାନ ଚଳାଚଳ ଏବଂ ନିର୍ଦ୍ଦିଷ୍ଟ ସୁବିଧା ଆବଶ୍ୟକ କରେ। ଯାହା ଏରୋଡ୍ରୋମ ମାନୁଆଲ ଜରିଆରେ ଦର୍ଶାଯାଇଛି। ପ୍ରଥମ ଅନୁସୂଚୀରେ ରହିଥିବା ସର୍ତ୍ତଅନୁଯାୟୀ ଏବଂ ଦ୍ୱିତୀୟ ଅନୁସୂଚୀରେ ଦିଆଯାଇଥିବା ସମୟ ପାଇଁ ଏହି ଲାଇସେନ୍ସ ମିଳିଛି।

ଏହି ଲାଇସେନ୍ସ ସ୍ଥଗିତ କିମ୍ବା ପରିବର୍ତ୍ତିତ ଅଥବା ପ୍ରତ୍ୟାହାର କରାଯାଇପାରେ ଏବଂ ଏହାରକୁ କୌଣସି ସୀମାବଦ୍ଧତା କିମ୍ବା ସର୍ତ୍ତ ଅନୁସାରେ ଲାଗୁ କରାଯାଇପାରେ। ଯଦି ବିମାନ ନିୟମ ୧୯୩୪, ବିମାନ ନିୟମ ୧୯୩୭ କିମ୍ବା ଅନ୍ୟ କୌଣସି ନିର୍ଦ୍ଦେଶ ଆବଶ୍ୟକତା ଅନୁଯାୟୀ ଉଲ୍ଲଂଘନ ହୁଏ ତାହେଲେ ଏହି ଲାଇସେନ୍ସ ବାତିଲ ହୋଇପାରେ। ଏନେଇ କୁହାଯାଇଛି ଯେ ନିୟମ କିମ୍ବା ସୀମାବଦ୍ଧତା କିମ୍ବା ସର୍ତ୍ତ ଅନୁଯାୟୀ କାର୍ଯ୍ୟସୂଚୀ ଅନୁଯାୟୀ ଏହାକୁ ପାଳନ କରାଯାଉଛି।