Odisha News: ଓଡିଶାର ଏହି ବ୍ୟକ୍ତି ଜୀବିତ ଅବସ୍ଥାରେ ନିଜ ଓ ନିଜ ପତ୍ନୀଙ୍କ ପାଇଁ ନିର୍ମାଣ କଲେ କବର, ବର୍ତ୍ତମାନ ଏଥିରେ ଶାନ୍ତିରେ ଶୋଇବାର ଦେଖୁଛନ୍ତି ସ୍ୱପ୍ନ!
Advertisement
Article Detail0/zeeodisha/odisha1583148

Odisha News: ଓଡିଶାର ଏହି ବ୍ୟକ୍ତି ଜୀବିତ ଅବସ୍ଥାରେ ନିଜ ଓ ନିଜ ପତ୍ନୀଙ୍କ ପାଇଁ ନିର୍ମାଣ କଲେ କବର, ବର୍ତ୍ତମାନ ଏଥିରେ ଶାନ୍ତିରେ ଶୋଇବାର ଦେଖୁଛନ୍ତି ସ୍ୱପ୍ନ!

Odisha News: ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଓଡ଼ିଶାର ଗଜପତି ଜିଲ୍ଲାରେ ଏକ ଦମ୍ପତି ଅଛନ୍ତି ଯେଉଁମାନେ ଏହାର ଓଲଟା ଚିନ୍ତା କରିଛନ୍ତି । ଘର ନିର୍ମାଣ କରିବା ପରିବର୍ତ୍ତେ ସେମାନେ ନିଜ ପାଇଁ କବର ନିର୍ମାଣ କରିଛନ୍ତି । ଏହି ଅଜବ କାର୍ଯ୍ୟ ଯୋଗୁଁ ବର୍ତ୍ତମାନ ଏହି ଦମ୍ପତି ଏହି ଅଞ୍ଚଳରେ ବହୁତ ଚର୍ଚ୍ଚାରେ ଅଛନ୍ତି ।

Odisha News: ଓଡିଶାର ଏହି ବ୍ୟକ୍ତି ଜୀବିତ ଅବସ୍ଥାରେ ନିଜ ଓ ନିଜ ପତ୍ନୀଙ୍କ ପାଇଁ ନିର୍ମାଣ କଲେ କବର, ବର୍ତ୍ତମାନ ଏଥିରେ ଶାନ୍ତିରେ ଶୋଇବାର ଦେଖୁଛନ୍ତି ସ୍ୱପ୍ନ!

Man Constructs Graves For Himself And Wife, Odisha News: ଦିନେ ନା ଦିନେ ଆମେ ସମସ୍ତେ ମରିବୁ, ଏହା ସମସ୍ତେ ଜାଣନ୍ତି । ଆମେ ଏହା ମଧ୍ୟ ଜାଣୁ ଯେ ମୃତ୍ୟୁ ସମୟରେ ଆମେ ଆମ ସହିତ କିଛି ନେଇ ଯାଇପାରିବୁ ନାହିଁ । ତଥାପି ଆମେ ସମସ୍ତେ ସ୍ୱପ୍ନ ଦେଖିଥାଉ କି ଆମ ପାଖରେ ଦୁନିଆର ସମସ୍ତ ସୁଖ ସୁବିଧା ସହିତ ଏକ ସୁନ୍ଦର ଘର ରହୁ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଓଡ଼ିଶା (Odisha News) ର ଗଜପତି ଜିଲ୍ଲା (Gajapati News) ରେ ଏକ ଦମ୍ପତି ଅଛନ୍ତି ଯେଉଁମାନେ ଏହାର ଓଲଟା ଚିନ୍ତା କରିଛନ୍ତି । ଘର ନିର୍ମାଣ କରିବା ପରିବର୍ତ୍ତେ ସେମାନେ ନିଜ ପାଇଁ କବର ନିର୍ମାଣ କରିଛନ୍ତି । ଏହି ଅଜବ କାର୍ଯ୍ୟ ଯୋଗୁଁ ବର୍ତ୍ତମାନ ଏହି ଦମ୍ପତି (Couple) ଏହି ଅଞ୍ଚଳରେ ବହୁତ ଚର୍ଚ୍ଚାରେ ଅଛନ୍ତି ।

୮୦ ବର୍ଷୀୟ ଲକ୍ଷ୍ମଣ ଭୂଇୟା ଓ ତାଙ୍କ ୭୦ ବର୍ଷୀୟ ପତ୍ନୀ ଜେଙ୍ଗି ଭୂଇୟା ଗଜପତି ଜିଲ୍ଲାର ନୁଆଗଡ ବ୍ଲକର ସୌରୀ ଗ୍ରାମରେ ଆଜବେଷ୍ଟସ ଛାତ ଥିବା ଏକ ଘରେ ରୁହନ୍ତି । ପୁଅ, ଝିଅ, ବୋହୂ ଏବଂ ଜ୍ବାଇଁ ଥିବା ସତ୍ତ୍ୱେ ସେମାନେ ଏକାକୀ ଜୀବନଯାପନ କରୁଛନ୍ତି । ସମାଜର ସମସ୍ତ କୁପ୍ରଥାରୁ ବିତୃଷ୍ଣା ଓ ବିରକ୍ତିଭାବ ଆସି ସେମାନେ ନିଜ ପିଲାମାନଙ୍କ ସହିତ ସମ୍ପର୍କ ଭାଙ୍ଗିବା ସହିତ ଦୀର୍ଘ ଦିନ ଧରି ଚଳନଶୀଳ ଓ ଅସ୍ଥାବର ସମ୍ପତ୍ତି ପ୍ରତି ମଧ୍ୟ ମୋହ ଭଙ୍ଗ କରିଛନ୍ତି ।

ଲକ୍ଷ୍ମଣ ଭୂଇୟା ନିଜ ଓ ନିଜ ପତ୍ନୀଙ୍କ ପାଇଁ ଏକ ଛୋଟ ମକବରା ସହିତ ଏକ ମାର୍ବଲ କବର ନିର୍ମାଣ କରିଛି । ଏଥିପାଇଁ ତାଙ୍କୁ ୧,୫୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି । ନିର୍ମାଣରେ ଖର୍ଚ୍ଚ କରିବା ପାଇଁ ତାଙ୍କ ପାଖରେ ଯାହା ସମ୍ପତ୍ତି ଥିଲା, ତାହାକୁ ବିକ୍ରୟ କରିବାକୁ ପଡ଼ିଛି । ଲକ୍ଷ୍ମଣ ଭୂଇୟା କହିଛନ୍ତି ଯେ, ମୋର ବୟସ ୮୦ ବର୍ଷ ହେବ । ମୋର ଗୋଟିଏ ପାଦ କବରରେ ଅଛି । ମୁଁ ଜାଣେ ନାହିଁ ଆମେ କେବେ ମରିବୁ । ତଥାପି, ଆମ ମୃତ୍ୟୁ ପରେ ଆମେ ଏଠାରେ କବରରେ ରହିବୁ । ମୁଁ ନିଜ ଇଚ୍ଛାରେ ଏହାକୁ ନିର୍ମାଣ କରିଛି । ମୋତେ ଏହା କରିବାକୁ କେହି ପ୍ରେରଣା ଦେଇନାହାଁନ୍ତି ।

ଅଧିକ ପଢ଼ନ୍ତୁ:-ହୋଲି ପୂର୍ବରୁ ଆସିଲା ବଡ଼ ଖୁସି ଖବର, ୪୪ ପ୍ରତିଶତ ବଢ଼ିବ ଦରମା! ଖୁସିରେ ନାଚି ଉଠିବେ କେନ୍ଦ୍ର କର୍ମଚାରୀ

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆରେ ଏଣିକି କେବେବି ନଜରକୁ ଆସିବେ ନାହିଁ ଏହି ଘାତକ ଖେଳାଳି! ଶେଷ ହୋଇଗଲା କ୍ୟାରିୟର୍

ଅଧିକ ପଢ଼ନ୍ତୁ:-ତୃତୀୟ ବିଶ୍ୱ ଯୁଦ୍ଧର ପଦଧ୍ୱନି, ଇରାନ ଉପରେ ଆକ୍ରମଣ କରିବ ଇସ୍ରାଏଲ! ଜାଣନ୍ତୁ କ'ଣ ରହିଛି କାରଣ

ଲକ୍ଷ୍ମଣ ଭୂଇୟାଙ୍କ ବିଷୟରେ କଥାବାର୍ତ୍ତା କରୁଥିବା ମଧୁ ଗମାଙ୍ଗ ନାମକ ଜଣେ ସ୍ଥାନୀୟ ଶିକ୍ଷକ କହିଛନ୍ତି ଯେ, ଯେତେବେଳେ ମୁଁ ତାଙ୍କୁ ବାଲି, ସିମେଣ୍ଟ ଏବଂ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ସଂଗ୍ରହ କରୁଥିବାର ଦେଖିଲି, ମୁଁ ତାଙ୍କୁ ଏହାର କାରଣ ପଚାରିଲି । ତାଙ୍କ ଉତ୍ତର ମୋତେ ଆଶ୍ଚର୍ଯ୍ୟ କଲା । ସେ କହିଛନ୍ତି ଯେ ସେ ଓ ତାଙ୍କ ପତ୍ନୀଙ୍କ ପାଇଁ କବର ନିର୍ମାଣ କରୁଛନ୍ତି ।