ମାଡ଼ି ଆସୁଛି ବାତ୍ୟା, ଡିସେମ୍ୱର ୪ରେ ଲ୍ୟାଣ୍ଡଫଲ୍!
Advertisement

ମାଡ଼ି ଆସୁଛି ବାତ୍ୟା, ଡିସେମ୍ୱର ୪ରେ ଲ୍ୟାଣ୍ଡଫଲ୍!

ଘନଉଛି ବାତ୍ୟା । ଘନୀଭୂତ ହେଲେ ହେବ ବାତ୍ୟା 'ଜୱାଦ' । ଦକ୍ଷିଣ ଥାଇଲାଣ୍ଡ ଓ ଏହାର ଆଖପାଖରେ ସୃଷ୍ଟି ହେଲା ଲଘୁଚାପ । ୧୨ ଘଣ୍ଟାରେ ଦକ୍ଷିଣ ଆଣ୍ଡାମାନ ସାଗରରେ ହେବ ଘନିଭୂତ । 

ମାଡ଼ି ଆସୁଛି ବାତ୍ୟା, ଡିସେମ୍ୱର ୪ରେ ଲ୍ୟାଣ୍ଡଫଲ୍!

ଭୁବନେଶ୍ୱର: Odisha Weather Update: ଚଳିତ ବର୍ଷ ବଙ୍ଗୋପସାଗରରେ ଆସୁଛି ତୃତୀୟ ବାତ୍ୟା । ଦକ୍ଷିଣ ଥାଇଲାଣ୍ଡ ଓ ଏହାର ଆଖପାଖ ଅଂଚଳରେ ଆଜି କେନ୍ଦ୍ରିଭୂତ ହୋଇଥିବା ଲଘୁଚାପ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଆଣ୍ଡାମାନ ସାଗରରେ ପ୍ରବେଶ କରିବ । ଏହାପରେ ଡିସେମ୍ୱର ୨ ତାରିଖ ସୁଦ୍ଧା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଅବପାତ ରୂପ ନେବ । ଏହାପର ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟା ବା ସାମୁଦ୍ରିକ ଝଡରେ ପରିଣତ ହେବ । ଏହାପରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ୪ ତାରିଖ ସକାଳ ସୁଦ୍ଧା ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ଉପକୂଳରେ ପହଂଚିବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ସେପଟେ କୃଷି ବିଶେଷଜ୍ଞ ସ୍ୱତନ୍ତ୍ର ପରାମର୍ଶ ଦେଇଛନ୍ତି ।

ଘନଉଛି ବାତ୍ୟା । ଘନୀଭୂତ ହେଲେ ହେବ ବାତ୍ୟା 'ଜୱାଦ' । ଦକ୍ଷିଣ ଥାଇଲାଣ୍ଡ ଓ ଏହାର ଆଖପାଖରେ ସୃଷ୍ଟି ହେଲା ଲଘୁଚାପ । ୧୨ ଘଣ୍ଟାରେ ଦକ୍ଷିଣ ଆଣ୍ଡାମାନ ସାଗରରେ ହେବ ଘନିଭୂତ । ପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨ ତାରିଖରେ ଅବପାତରେ ପରିଣତ ହେବ । ଏହାପରେ ୩ ତାରିଖରେ ବାତ୍ୟା ରୂପ ନେଇ ଡିସେମ୍ୱର ୪ ତାରିଖରେ ସ୍ଥଳଭାଗ ଛୁଇଁବ । ଏହା ଉତ୍ତର ଆନ୍ଧ୍ର ଓ ଓଡିଶା ଉପକୂଳରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛି ବିଭାଗ । ଏହାର ପ୍ରଭାବରେ ୩ ତାରିଖରୁ ପାଗ ବଦଳିବା ସହ ଓଡିଶା ଉପକୂଳରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ବହିବ । ୪ ତାରିଖରେ ପବନର ବେଗ ୧୦୦ ଛୁଇଁବା ସମ୍ଭାବନା ହେତୁ ସବୁ ବନ୍ଦରକୁ ଜାରି ହୋଇଛି ସତର୍କ ସୂଚନା ।

୩ ତାରିଖରେ ଗଜପତି, ଗଂଜାମ, ପୁରୀ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିଭଳି ୪ ତାରିଖରେ ଗଜପତି, ଗଂଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଭଦ୍ରକ, ବାଲେଶ୍ୱର ଏବଂ ଯାଜପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଫଳରେ କଚ୍ଚା ଘର ଭାଙ୍ଗିବା ସହ ରାସ୍ତା ଘାଟ ଓ ଯୋଗାଯୋଗ ବିଚ୍ଛିନ୍ନ ହେବାର ସମ୍ଭାବନା ।  

ପାଣିପାଗ ବିଶେଷଜ୍ଞଙ୍କ ଆକଳନ ମୁତାବକ ଏହା ଭୀଷଣ ସାମୁଦ୍ରିକ ଝଡ଼ ବା ଭେରି ସିଭିୟରିକ୍ ସାଇକ୍ଲୋନିକ ଷ୍ଟର୍ମରେ ୪ ତାରିଖରେ ସ୍ଥଳଭାଗ ଛୁଇଁବ । ଯଦିଓ ଏହା ଓଡ଼ିଶାରେ ସ୍ଥଳଭାଗ ଛୁଇଁବ ନାହିଁ କିନ୍ତୁ ଓଡିଶା ଉପକୂଳ ଦେଇ ଗତି କରିବ ବୋଲି କହିଛନ୍ତି । ଫଳରେ ଭାରି ବର୍ଷା ସାଙ୍ଗକୁ ପବନ ଅଧିକ ହେବ । ଏଣୁ ପାଚିଲା ଧାନ ଓ ରବି ଫସଲକୁ ତୁରନ୍ତ ବିଲରୁ ଉଠାଇବା ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତି । 

ଏହା ବି ପଢ଼ନ୍ତୁ:-ବେତନ ପ୍ରାପ୍ତ କର୍ମଚାରୀମାନେ ଧ୍ୟାନ ଦିଅନ୍ତୁ; ଏହି ଡକ୍ୟୁମେଣ୍ଟକୁ PF ଆକାଉଣ୍ଟରେ ଯୋଡିବା ବାଧ୍ୟତାମୂଳକ, ଆଜି ହେଉଛି ଶେଷ ତାରିଖ, ନଚେତ ମିଳିବନି ଲାଭ

ଏହା ବି ପଢ଼ନ୍ତୁ:-ନ୍ୟୁଜିଲାଣ୍ଡ ବିପକ୍ଷରେ କାନପୁର ଟେଷ୍ଟ ଡ୍ର ହେବା ପରେ କୋଚ୍ ଦ୍ରାବିଡ ନେଲେ ବଡ଼ ନିଷ୍ପତ୍ତି, ସମସ୍ତେ କରୁଛନ୍ତି ପ୍ରଶଂସା

ଏହା ବି ପଢ଼ନ୍ତୁ:-ପୁରୁଷମାନେ ପ୍ରତିଦିନ ଏହି ସମୟରେ ଖାଆନ୍ତୁ ରସୁଣର କେବଳ ଗୋଟିଏ କୋଲା, ତା’ପରେ ଦେଖନ୍ତୁ ଚମତ୍କାର!

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍