Odisha Weather Update: ଖସୁଛି ପାରା, ବଢୁଛି ଜାଡ଼
Advertisement
Article Detail0/zeeodisha/odisha1050085

Odisha Weather Update: ଖସୁଛି ପାରା, ବଢୁଛି ଜାଡ଼

ତେବେ ଯଦିଓ ଶୀତ ସହନୀୟ ତଥାପି ବୟସ୍କ ବ୍ୟକ୍ତି ଓ ଛୋଟ ପିଲାଙ୍କ ଠାରେ ଶୀତ ଜନିତ ରୋଗ ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

Odisha Weather Update: ଖସୁଛି ପାରା, ବଢୁଛି ଜାଡ଼

ଭୁବନେଶ୍ୱର: Odisha Weather Update: ସାରା ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ । ଉତ୍ତର ପଶ୍ଚିମ ଓ ଉତ୍ତର ଦିଗରୁ ଥଣ୍ଡା ବାୟୁ ରାଜ୍ୟକୁ ପ୍ରବେଶ କରୁଥିବାରୁ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ବେଶ ହ୍ରାସ ପାଇଛି । ଆଗାମୀ ୪-୫ ଦିନ ମଧ୍ୟରେ ତାପମାତ୍ରା ଆଉ ବିଶେଷ ପରିବର୍ତ୍ତନ ନ ହେବା ସହ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ କମ୍ ରହିବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଏହାସହ କିଛି ସ୍ଥାନରେ ହାଲୁକା କୁହୁଡି ସହ ଆକାଶ ପ୍ରାୟତଃ ନିର୍ମଳ ରହିବ । ସେପଟେ ଗତ ୨୪ ଘଣ୍ଟାରେ ୮ଟି ସହରର ତାପମାତ୍ରା ୧୧ ଡିଗ୍ରୀ ତଳେ ରେକର୍ଡ ହୋଇଛି । ୬.୫ ଡିଗ୍ରୀ ରାତି ତାପମାତ୍ରା ସହ ଦାରିଙ୍ଗବାଡି ଓଡ଼ିଶାର ଥଣ୍ଡା ସହର ଭାବେ ପରିଗଣିତ ହୋଇଥିବା ବେଳେ ଫୁଲାବାଣୀ ୭.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । କୋରାପୁଟ ରେ ୯ ଡିଗ୍ରୀ, ଟିଟଲାଗଡ଼ ରେ ୯.୩, ଝାରସୁଗୁଡା ରେ ୯.୬, କେନ୍ଦୁଝର ରେ ୯.୬, ସୁନ୍ଦରଗଡ଼ରେ ୧୦ ଓ ଭବାନୀପାଟଣାରେ ୧୦ ଡିଗ୍ରୀ ରାତିର ତାପମାତ୍ରା ରେକର୍ଡ ହୋଇଛି  । 

ତେବେ ଯଦିଓ ଶୀତ ସହନୀୟ ତଥାପି ବୟସ୍କ ବ୍ୟକ୍ତି ଓ ଛୋଟ ପିଲାଙ୍କ ଠାରେ ଶୀତ ଜନିତ ରୋଗ ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ସଂନ୍ଧ୍ୟାରୁ ରାତି ତଥା ପାହାନ୍ତିଆ ସମୟରେ ଯଥା ସମ୍ଭବ ଘରେ ରହିବା ସହ ଶୀତ ବସ୍ତ୍ର ପରିଧାନ କରନ୍ତୁ । ଗୃହପାଳିତ ପଶୁମାନେ ଦୀର୍ଘ ସମୟ ଧରି ଶୀତ ସଂସ୍ପର୍ଶରେ ଆସିଲେ ପ୍ରଭାବିତ ହେବାର ଆଶଙ୍କା ରହିଛି । ସେମାନଙ୍କ ଲାଗି ଖୋଲା ସ୍ଥାନ ପରିବର୍ତ୍ତେ ଆବଶ୍ୟକୀୟ ଘର ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି ।  

ଏହା ବି ପଢ଼ନ୍ତୁ:- ଏଣିକି ଭୋଟର ID ମଧ୍ୟ ଆଧାର ସହିତ ହେବ ଲିଙ୍କ୍, ଜାଣନ୍ତୁ ପୂରା ପ୍ରକ୍ରିୟା

ଏହା ବି ପଢ଼ନ୍ତୁ:- କର୍ମଚାରୀଙ୍କ ପାଇଁ ଖୁସି ଖବର! ନୂଆ ବର୍ଷରେ ଏପରି ବଢ଼ିବ ଦରମା; ଜାଣନ୍ତୁ କେଲକୁଲେଶନ

ଏହା ବି ପଢ଼ନ୍ତୁ:- ଚଉଠି ରାତିରେ ଭୁଲରେ ବି କରନ୍ତୁ ନାହିଁ ଏହି ୫ଟି କାମ, ନଚେତ୍ ହୋଇପାରେ ଗଡ଼ବଡ଼