ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା (Heavy Rainfall) ହେବ ।
Trending Photos
ଭୁବନେଶ୍ୱର: Odisha Weather Update: ଉତ୍ତର -ପଶ୍ଚିମ ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଚାନ୍ଦବାଲି ଅତିକ୍ରମ କରିଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଥିବା ଅବପାତ ଆଜି (ସୋମବାର) ସକାଳେ ଗଭୀର ଅବପାତ ରୂପ ନେଇଛି । ଏହି ରୂପରେ ସକାଳ ୫.୩୦ରୁ ୬.୩୦ ମଧ୍ୟରେ ଉତ୍ତର ଓଡ଼ିଶା ତଥା ଦକ୍ଷିଣ ଚାନ୍ଦବାଲି ଦେଇ ସର୍ବାଧିକ ୩୦ କିଲୋମିଟର ପବନ ବେଗରେ ଅତିକ୍ରମ କରିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଛତିଶଗଡ଼ ଓ ମଧ୍ୟପ୍ରଦେଶ ମୁହାଁ ହେବ । ଏହାସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦୂର୍ବଳ ହୋଇ ଅବପାତ ରୂପ ନେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।
ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା (Heavy Rainfall) ହେବ । ଆଜି ଉପକୂଳ ଓଡ଼ିଶା ପୁରୀ, ଖୋର୍ଦ୍ଧା କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଢେଙ୍କାନାଳ ଓ ନୟାଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି । ଏହାସହ ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର ଓ ବରଗଡ଼କୁ ମଧ୍ୟ ରେଡ୍ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ପାଇଁ ବଲାଙ୍ଗୀର, ଝାରସୁଗୁଡା, ସୁନ୍ଦରଗଡ଼, ବୌଦ୍ଧ , କେନ୍ଦୁଝର, ଢେଙ୍କାନାଳ ଓ କଟକକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବ । ସହରାଞ୍ଚଳରେ ପ୍ରବଳ ବର୍ଷା ପାଇଁ ଭିଜିବିଲିଟି କମ୍ ରହିବ । ଧାନ ଫସଲ ନଷ୍ଟ ହେବା ସମ୍ଭାବନା ରହିଛି । କଚ୍ଚା ଘର, ମାଟି ରାସ୍ତା, କାନ୍ଥ ଭୁଶୁଡିବା ସମ୍ଭାବନା ରହିଛି ।
ଅଧିକ ପଢ଼ନ୍ତୁ:-ଅଧିନାୟକତ୍ୱ ଛାଡିବେ କୋହଲି? ଟି-20 ବିଶ୍ୱକପ ପରେ ଏହି ଖେଳାଳି ହୋଇପାରନ୍ତି ଭାରତର ଅଧିନାୟକ
ଅଧିକ ପଢ଼ନ୍ତୁ:-ପାକିସ୍ତାନ ଗାଲରେ ତାଲିବାନର ଶକ୍ତ ଚାପୁଡ଼ା, ଜାଣନ୍ତୁ ସଂପୂର୍ଣ୍ଣ ଘଟଣା
ବର୍ଷା ସମୟରେ ଘଣ୍ଟା ପ୍ରତି ପବନର ବେଗ ୪୫ରୁ ୫୫ କିଲୋମିଟର ଓ ଝଟକା ପବନ ୬୫ କିଲୋମିଟର ପର୍ଯ୍ୟନ୍ତ ରହିବ । ଏହାର ମୁକାବିଲା ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଗତ ୨୪ ଘଣ୍ଟାରେ ପୁରୀରେ ସର୍ବାଧିକ ୩୨୯.୦ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ପାରାଦୀପରେ ୨୧୮.୦ ମିମି, ଭୁବନେଶ୍ୱରରେ ୧୯୩.୦ ମିମି ବର୍ଷା ରେକର୍ଡ଼ କରାଯାଇଛି ।
ପାଣି ପାଗ ବିଭାଗର ଆକଳନ ଅନୁସାରେ , ସ୍ଵତନ୍ତ୍ର ରିଲିଫ୍ କମିଶନର ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସହ ଆଲୋଚନା ପରେ ରେଡ୍ ୱାର୍ଣିଂ ଜାରି ହୋଇଥିବା ୧୨ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବା ହେତୁ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ନୟାଗଡ, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ସୋନପୁର, ବରଗଡ଼ ଜିଲ୍ଲାରେ ଅବସ୍ଥିତ ସମସ୍ତ ବିଦ୍ୟାଳୟକୁ ୧୩ ଓ ୧୪ ତାରିଖ ଦିନ ବନ୍ଦ ରଖିବାକୁ ସରକାର ସ୍ଥିର କରିଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଂଜନ ଦାସ କହିଛନ୍ତି ।
ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍
ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍